ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-ବାଂଲାଦେଶ ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବିବୃତି
ପୋଷ୍ଟ କରାଯିବା ଦିନାଙ୍କ:
17 DEC 2020 1:51PM by PIB Bhubaneshwar
ମହାମହିମ, ପ୍ରଧାନମନ୍ତ୍ରୀ ଶେଖ ହସିନା ଜୀ, ନମସ୍କାର!
ବିଜୋୟ ଦିବଶେର ଔନେକ ଔନେକ ଓଭିନୋନ୍ଦନ ଆର ପୋଶ ପାର୍ବୋନେର ଶୁବେଚ୍ଛା!
ଆଜି ସାରା ଦୁନିଆ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜନ କରୁଛି। କିନ୍ତୁ ଆପଣଙ୍କ ଏବଂ ମୋ ପାଇଁ ଏହି ମାଧ୍ୟମ ନୂଆ ନୁହେଁ। ଅନେକ ବର୍ଷ ଧରି ଆମେ ଭିଡିଓ ମାଧ୍ୟମରେ ଆଲୋଚନା କରିଆସିଛୁ।
ଅନେକ ଥର ଆମେ ଭିଡିଓ ମାଧ୍ୟମରେ ପ୍ରକଳ୍ପ ଶୁଭାରମ୍ଭ ଏବଂ ଉଦଘାଟନ ମଧ୍ୟ କରିଛୁ।
ମହାମହିମ,
ବିଜୟ ଦିବସର ତୁରନ୍ତ ପରେ, ଆଜି ଆମର ଆଲୋଚନା ଆହୁରି ଅଧିକ ବିଶେଷ ଗୁରୁତ୍ୱ ବହନ କରୁଛି।
ସ୍ୱାଧୀନତା ବିରୋଧୀ ଶକ୍ତି ଉପରେ ବାଂଲାଦେଶର ଐତିହାସିକ ବିଜୟ ଆପଣଙ୍କ ସହିତ ବିଜୟ ଦିବସ ରୂପରେ ପାଳନ କରିବା ଆମ ପାଇଁ ଗର୍ବର ବିଷୟ।
ଆଜି ଯେତେବେଳେ ବାଂଲାଦେଶ ସ୍ୱାଧୀନତାର 49 ବର୍ଷ ପୂର୍ତ୍ତି ପାଳନ କରୁଛି, ଯେଉଁମାନେ ନିଜର ପ୍ରାଣବଳୀ ଦେଇଛନ୍ତି, ଦୁଇ ଦେଶର ସେହି ଶହୀଦମାନଙ୍କୁ ମୁଁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି।
ବିଜୟ ଦିବସ ଅବସରରେ ଗତକାଲି ମୁଁ ଭାରତରେ ରାଷ୍ଟ୍ରୀୟ ସମର ସ୍ମାରକରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲି। ଆହୁରି ଏକ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ପ୍ରଜ୍ଜ୍ୱଳିତ କଲି।
ଏହି ଚାରିଟି ‘ବିଜୟ ମଶାଲ’ ସାରା ଭାରତରେ ବୁଲିବ, ଆମର ଶହୀଦମାନଙ୍କୁ ବିଭିନ୍ନ ଗାଁକୁ ନିଆଯିବ।
16 ଡିସେମ୍ବରରେ ଆମେ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ପାଳନ କରୁଛୁ, ଯେଉଁଥିରେ ସାରା ଭାରତରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ମହାମହିମ,
‘ମୁଜୀବ ବର୍ଷ’ ଅବସରରେ ମୁଁ ସମସ୍ତ ଭାରତବାସୀଙ୍କ ପକ୍ଷରୁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି।
ଆସନ୍ତା ବର୍ଷ ବାଂଲାଦେଶ ଯାତ୍ରା ଲାଗି ନିମନ୍ତ୍ରଣ କରିବା ନିମନ୍ତେ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆପଣଙ୍କ ସହିତ ବଙ୍ଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ମୋ ପାଇଁ ଗର୍ବର ବିଷୟ।
ମହାମହିମ,
ବାଂଲାଦେଶ ଆମର ‘ପଡ଼ୋଶୀ ପ୍ରଥମ’ ନୀତିର ଏକ ପ୍ରମୁଖ ସ୍ତମ୍ଭ ଅଟେ। ବାଂଲାଦେଶ ସହିତ ସମ୍ପର୍କରେ ଦୃଢ଼ତା ଏବଂ ଗଭୀରତା ଆଣିବା ପାଇଁ ମୁଁ ପ୍ରଥମ ଦିନରୁ ହିଁ ବିଶେଷ ପ୍ରାଥମିକତା ଦେଇ ଆସିଛି।
ଏ କଥା ଠିକ ଯେ ବିଶ୍ୱ ମହାମାରୀ କାରଣରୁ ଚଳିତ ବର୍ଷ ଅତ୍ୟନ୍ତ ସମସ୍ୟାପୂର୍ଣ୍ଣ ରହିଛି।
କିନ୍ତୁ ସନ୍ତୋଷର ବିଷୟ ହେଉଛି, ଏହି କଠିନ ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଉତ୍ତମ ସହଯୋଗ ରହି ଆସିଛି।
ଔଷଧ କିମ୍ବା ମେଡ଼ିକାଲ ସରଞ୍ଜାମ କ୍ଷେତ୍ରରେ ହେଉ କିମ୍ବା ପୁଣି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ କାମ କରିବା ହେଉ, ଟୀକା କ୍ଷେତ୍ରରେ ମଧ୍ୟ ଆମ ଭିତରେ ଉତ୍ତମ ସହଯୋଗ ରହିଆସିଛି। ଏ ସମ୍ପର୍କରେ ଆମେ ଆପଣଙ୍କର ଆବଶ୍ୟକତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବୁ।
ସାର୍କ ବ୍ୟବସ୍ଥା ଅନ୍ତର୍ଗତ ବାଂଲାଦେଶର ଯୋଗଦାନ ପାଇଁ ମଧ୍ୟ ମୁଁ ଆପଣଙ୍କୁ କୃତଜ୍ଞତା ବ୍ୟକ୍ତ କରୁଛି।
ସ୍ୱାସ୍ଥ୍ୟ ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ଚଳିତ ବର୍ଷ ଆମର ବିଶେଷ ସହଭାଗିତାର ନିରନ୍ତର ଆଗକୁ ବଢ଼ୁଅଛି।
ଭୂସୀମା କାରବାରରେ ରହିଥିବା ବାଧା ଆମେ ହ୍ରାସ କରିଛୁ। ଉଭୟ ଦେଶ ମଧ୍ୟରେ ସଡ଼କ ଯୋଗାଯୋଗର ବିସ୍ତାର ହୋଇଛି। ନୂଆ ସାଧନଗୁଡ଼ିକୁ ଯୋଡ଼ାଯାଇଛି।
ଏ ସବୁ ଆମ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବାରେ ଆମର ସଂକଳ୍ପବଦ୍ଧତାକୁ ଦର୍ଶାଉଛି।
ମହାମହିମ,
“ମୁଜୀବ ଚିରନ୍ତର”-ବଙ୍ଗବନ୍ଧୁଙ୍କ ଅସୀମ ବାର୍ତ୍ତା ଅଟେ । ଆହୁରି ଏହି ଭାବନା ନେଇ ଆମେ ମଧ୍ୟ ତାଙ୍କର ଆଦର୍ଶକୁ ସମ୍ମାନ କରୁଛୁ।
ଆପଣଙ୍କର ଉତ୍ତମ ନେତୃତ୍ୱରେ ବଙ୍ଗବନ୍ଧୁଙ୍କ ଜୀବନାଦର୍ଶ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ଏଥିସହିତ ଆମର ଦ୍ୱିପାକ୍ଷିକ ସମ୍ପର୍କ ଲାଗି ଆପଣଙ୍କର ବ୍ୟକ୍ତିଗତ ପ୍ରାଥମିକତା ମଧ୍ୟ ସ୍ପଷ୍ଟ ଅଟେ।
ଏହା ମୋ ପାଇଁ ଗର୍ବର ବିଷୟ ଯେ ଆଜି ଆପଣଙ୍କ ସହିତ ବଙ୍ଗବନ୍ଧୁଙ୍କ ସମ୍ମାନରେ ମୁଁ ଏକ ଡାକ ଟିକେଟ ଉନ୍ମୋଚନ କରୁଛି ଏବଂ ବାପୁ ଓ ବଙ୍ଗବନ୍ଧୁଙ୍କ ଉପରେ ଏକ ଡିଜିଟାଲ ପ୍ରଦର୍ଶନୀର ଉଦଘାଟନ କରିବାର ସୁଯୋଗ ମୋତେ ମିଳିଛି। ମୁଁ ଆଶା କରୁଛି ଯେ ବାପୁ ଓ ବଙ୍ଗବନ୍ଧୁଙ୍କ ପ୍ରଦର୍ଶନୀ ଆମର ଯୁବପିଢ଼ିଙ୍କୁ ପ୍ରେରଣା ଦେବ, ଏଥିରେ ଏକ ବିଶେଷ ଭାଗ କସ୍ତୁରବା ଗାନ୍ଧୀ ଜୀ ଏବଂ ପୂଜନୀୟ ବଙ୍ଗମାତାଜୀଙ୍କୁ ମଧ୍ୟ ସମର୍ପିତ କରାଯାଇଛି।
ମହାମହିମ,
ଏବେ ମୁଁ ଆପଣଙ୍କ ଠାରୁ ପ୍ରାରମ୍ଭିକ ବିବୃତି ଆମନ୍ତ୍ରିତ କରିବାକୁ ଚାହୁଁଛି।
***********
(ରିଲିଜ ଆଡି: 1681536)
ପରିଦର୍ଶକ କାଉଣ୍ଟର : 168
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam