ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-ଲକ୍ସମବର୍ଗ ଭର୍ଚୁଆଲ ଦ୍ୱିପାକ୍ଷିକ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ବକ୍ତବ୍ୟ
Posted On:
19 NOV 2020 6:01PM by PIB Bhubaneshwar
ମହାମହିମ, ନମସ୍କାର!
ସର୍ବପ୍ରଥମେ ମୁଁ କୋଭିଡ଼୍-19 ମହାମାରୀରେ ଲକ୍ସମବର୍ଗରେ ହୋଇଥିବା ଜନ ଜୀବନହାନୀ ପାଇଁ ମୋ ତରଫରୁ ଓ 130 କୋଟି ଭାରତବାସୀଙ୍କ ତରଫରୁ ସମ୍ବେଦନା ପ୍ରକଟ କରୁଛି । ଆଉ ଏହି କଠିନ ସମୟରେ ଆପଣମାନଙ୍କର କୁଶଳ ନେତୃତ୍ୱକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।
ମହାମହିମ,
ଆଜିକାର ଆମର ଏହି ଭର୍ଚୁଆଲ ସମ୍ମିଳନୀ ମୋ ଦୃଷ୍ଟିରେ ବହୁତ ଗରୁତ୍ୱପୂର୍ଣ୍ଣ । ଆପଣ ଏବଂ ମୁଁ ବିଭିନ୍ନ ଆନ୍ତର୍ଜାତିକ ମଂଚରେ ପରସ୍ପରକୁ ସାକ୍ଷାତ କରୁଛେ, କିନ୍ତୁ ବିଗତ ଦୁଇ ଦଶକରେ ଭାରତ ଏବଂ ଲକ୍ସମବର୍ଗ ମଧ୍ୟରେ ଏହା ହେଉଛି ପ୍ରଥମ ଔପଚାରିକ ସମ୍ମିଳନୀ ।
ଆଜି ଯେତେବେଳେ ବିଶ୍ୱ କୋଭିଡ଼-19 ମହାମାରୀର ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆହ୍ୱାନ ସହିତ ଲଢ଼େଇ କରୁଛି, ଭାରତ- ଲକ୍ସମବର୍ଗର ଭାଗିଦାରୀ ଓ ସହଯୋଗ ଉଭୟ କ୍ଷେତ୍ରର ପୁନଃରୁଦ୍ଧାର ପାଇଁ ଉପଯୋଗୀ ହୋଇ ପାରିବ । ଗଣତନ୍ତ୍ର, ଦେଶର ଆଇନ ଏବଂ ସ୍ୱାଧୀନତା ଭଳି ସମାନ ଆଦର୍ଶ ଆମର ସମ୍ବନ୍ଧ ଏବଂ ପାରସ୍ପରିକ ସହଯୋଗକୁ ଦୃଢ଼ତା ପ୍ରଦାନ କରୁଛି । ଭାରତ ଏବଂ ଲକ୍ସମବର୍ଗ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି କରିବାର ବହୁତ ବଡ଼ ସାମର୍ଥ୍ୟ ରହିଛି ।
ଇସ୍ପାତ, ବୈଷୟିକଜ୍ଞାନ, ଡିଜିଟାଲ ଡୋମେନ ଭଳି କ୍ଷେତ୍ରରେ ଆମ ମଧ୍ୟରେ ଏବେ ମଧ୍ୟ ଉତ୍ତମ ସହଯୋଗ ରହିଛି- କିନ୍ତୁ ଏହାକୁ ଆହୁରି ଆଗକୁ ନେଇଯିବାର ଅପାର ସମ୍ଭାବନା ରହିଛି । ମୁଁ ଖୁସି ଯେ କିଛି ଦିନ ପୂର୍ବରୁ ଆମର ମହାକାଶ ସଂସ୍ଥା ଲକ୍ସମବର୍ଗର ଚାରୋଟି ଉପଗ୍ରହକୁ ଉତକ୍ଷେପଣ କରିଛନ୍ତି । ମହାକାଶ କ୍ଷେତ୍ରରେ ମଧ୍ୟ ଆମେ ପାରସ୍ପରିକ ଆଦାନ- ପ୍ରଦାନ ବୃଦ୍ଧି କରି ପାରିବା ।
ଆନ୍ତର୍ଜାତିକ ସୌରମେଂଟ - ଆଇଏସଏରେ ଲକ୍ସମବର୍ଗ ସାମିଲ ହେବାର ଘୋଷଣାକୁ ଆମେ ସ୍ୱାଗତ କରୁଛୁ । ବିପର୍ଯ୍ୟୟ ସ୍ଥିରତା ଭିତ୍ତିଭୂମି ସହଯୋଗରେ ଯୋଗଦାନ କରିବା ପାଇଁ ଆପଣଙ୍କୁ ଆମନ୍ତ୍ରିତ କରୁଛୁ ।
ଚଳିତ ବର୍ଷ ଅପ୍ରେଲ ମାସରେ ମହାମହିମ ଗ୍ରାଣ୍ଡ ଡ୍ୟୁକଙ୍କ ଭାରତ ଯାତ୍ରାକୁ କୋଭିଡ଼-19 କାରଣରୁ ସ୍ଥଗିତ କରିବାକୁ ପଡ଼ିଲା । ଆମେ ଶୀଘ୍ର ତାଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ କାମନା କରୁଛୁ । ମୁଁ ଚାହିଁବି ଯେ ଆପଣ ମଧ୍ୟ ଶୀଘ୍ର ଭାରତ ଯାତ୍ରାରେ ଆସନ୍ତୁ ।
ମହାମହିମ,
ଏବେ ମୁଁ ଆପଣଙ୍କୁ ପ୍ରାରମ୍ଭିକ ବକ୍ତବ୍ୟ ପାଇଁ ଆମନ୍ତ୍ରିତ କରିବାକୁ ଚାହିଁବି ।
**********
(Release ID: 1674152)
Visitor Counter : 192
Read this release in:
Assamese
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam