କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ସକାଶେ ଆଜି ଲୋକସଭାରେ ଉପସ୍ଥାପିତ ହେଲା ତିନିଗୋଟି ବିଲ୍‌; ଜୁନ୍‌ 5, 2020 ତାରିଖ ଦିନ ଜାରି ଅଧ୍ୟାଦେଶର ସ୍ଥାନ ନେବ ଏହି ବିଲ୍‌
• କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଦୃଢ଼ୋକ୍ତି- ଏହି ବିଲ୍‌ ଗୃହୀତ ହେଲେ କୃଷି ଉତ୍ପାଦନ ବାଧାରହିତ ଭାବେ ବିପଣନ ପାଇଁ ସକ୍ଷମ ହୋଇପାରିବ ଏବଂ କୃଷକମାନଙ୍କୁ ନିଜ ପସନ୍ଦର ନିବେଶକମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ସଂଯୋଗ ହେବା ତଥା ସଶକ୍ତ ହେବାର ଅବସର ମିଳିପାରିବ

Posted On: 14 SEP 2020 3:16PM by PIB Bhubaneshwar

ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଆଜି ଲୋକସଭାରେ ତିନିଗୋଟି ପୃଥକ୍‌ ବିଲ୍‌ ଉପସ୍ଥାପନ କରାଯାଇଛି । ଏହି ବିଲ୍‌ ତିନୋଟି ଜୁନ 5, 2020 ତାରିଖ ଦିନ ଜାରି ଅଧ୍ୟାଦେଶର ସ୍ଥାନ ଗ୍ରହଣ କରିବ । ଏହି ତିନୋଟି ବିଲ୍‌ ହେଉଛି:

  • କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, 2020
  • କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା         ବିଧେୟକ, 2020
  • ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ), 2020

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଆଜି କୃଷକମାନଙ୍କ ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, 2020; କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନା ଅନୁବନ୍ଧ ଏବଂ କୃଷି ସେବା ବିଧେୟକ, 2020 ଏବଂ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଓ ସାହେବ ପାଟିଲ ଡାନଭେ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ, 2020 ଲୋକସଭାରେ ଉପସ୍ଥାପନ କରିଛନ୍ତି ।

ଏହି ବିଧେୟକଗୁଡ଼ିକୁ ଉପସ୍ଥାପନ କରିବା ସକାଶେ ଅଧ୍ୟକ୍ଷଙ୍କ ଅନୁମତି ଲୋଡ଼ିବା ଅବସରରେ ଶ୍ରୀ ନରେନ୍ଦ୍ର ସିଂହ ତୋମର କହିଲେ ଯେ, ଏହିସବୁ ବିଧେୟକଗୁଡ଼ିକରେ ଥିବା ବ୍ୟବସ୍ଥାମାନଙ୍କ ଦ୍ୱାରା କୃଷି ଉତ୍ପାଦକୁ ବାଧାରହିତ ଭାବେ ବ୍ୟାପାର କରାଯାଇପାରିବ ଏବଂ ଏହାଦ୍ୱାରା କୃଷକମାନେ ନିଜ ମନ ପସନ୍ଦର ନିବେଶକମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇପାରିବେ ଯାହାକି ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ । ସେ ଆହୁରି କହିଲେ ଯେ, ଏହି ଉପାୟ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ଶୃଙ୍ଖଳାରେ ସବୁଠାରୁ ନୂଆ ଯାହା ଦେଶର କୃଷକମାନଙ୍କ କଲ୍ୟାଣ ସକାଶେ ଉଦ୍ଦିଷ୍ଟ ଏବଂ ସରକାର ସେମାନଙ୍କ ହିତ ସାଧନ ନିମନ୍ତେ ସଦାସର୍ବଦା ପ୍ରତିବଦ୍ଧତା ପ୍ରକଟ କରିଆସିଛନ୍ତି ।

କୃଷକମାନଙ୍କ ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, 2020ରେ ଏକ ପାରିସ୍ଥିତିକ ବ୍ୟବସ୍ଥା ଗଠନର ପ୍ରାବଧାନ କରାଯାଇଛି । ଏହାଦ୍ୱାରା କୃଷକ ଏବଂ ବ୍ୟବସାୟୀମାନେ ବିଭିନ୍ନ ରାଜ୍ୟର କୃଷି ଉତ୍ପାଦନ ବିପଣନ ବିଧାନ ମାଧ୍ୟମରେ ଅଧିସୂଚୀତ ବଜାରର ଭୌତିକ ପରିସର କିମ୍ବା ସମ- ବଜାରରୁ ବହିର୍ଭୂତ ନିପୂଣ, ପାରଦର୍ଶୀ ଏବଂ ବାଧାରହିତ ଭାବେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ଏବଂ ନିଜର ରାଜ୍ୟ ଭିତରେ ବ୍ୟାପାର ବାଣିଜ୍ୟ ତଥା କୃଷକମମାନଙ୍କ ଉପଜ ବୃଦ୍ଧି କରିବା ସକାଶେ ପ୍ରତିସ୍ପର୍ଦ୍ଧି ବୈକଳ୍ପିକ ବ୍ୟାପାର ଚାନେଲ ମାଧ୍ୟମରେ କୃଷକମାନଙ୍କ ଉତ୍ପାଦନକୁ କ୍ରୟ କରିବା ଏବଂ ଲାଭଦାୟକ ମୂଲ୍ୟରେ ବିକ୍ରୀ କରିବା ସମ୍ବନ୍ଧିତ ବ୍ୟବସ୍ଥା ଚୟନ କରିବାର ସୁବିଧା ସେମାନଙ୍କୁ ମିଳିପାରିବ । ସେମାନେ ଏଥିରୁ ଢ଼େର୍‌ ଫାଇଦା ହାସଲ କରିପାରିବେ । ଏହା ବ୍ୟତୀତ ଇଲେକ୍ଟ୍ରୋନିକ୍‌ ବ୍ୟାପାର ଏବଂ ଏଥି ସହିତ ସଂଶ୍ଳିଷ୍ଟ ପ୍ରସଙ୍ଗ ଅଥବା ଆକସ୍ମିକ ପ୍ରସଙ୍ଗ ସକାଶେ ଏକ ସୁବିଧାଜନକ ଢାଂଚା ମଧ୍ୟ ଉପଲବ୍ଧ କରାଯିବ ।

ପୃଷ୍ଠଭୂମି

ଦେଶରେ କୃଷକମାନଙ୍କୁ ନିଜର ଉତ୍ପାଦ ବିକ୍ରି କରିବା ସକାଶେ ବିଭିନ୍ନ ଆଇନଗତ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହିସବୁ ବ୍ୟବସ୍ଥା ଅନୁସାରେ ଅଧିସୂଚୀତ ଏପିଏମସି ମାର୍କେଟ ୟାର୍ଡ ବାହାରେ କୃଷି ଉତ୍ପାଦନକୁ ବିକ୍ରି ନକରିବା ନିମନ୍ତେ କୃଷକମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । କୃଷକମାନଙ୍କ ଉପରେ ରାଜ୍ୟ ସରକାରମାନେ ପଞ୍ଜିକୃତ ଲାଇସେନ୍ସ ଧାରକମାନଙ୍କୁ ହିଁ ନିଜର ଉତ୍ପାଦନ ବିକ୍ରି କରିବା ସକାଶେ ବ୍ୟବସ୍ଥା କରାଯାଇଥିଲା । ଏହା ବ୍ୟତୀତ, ରାଜ୍ୟ ସରକାରମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଭିନ୍ନ ଏପିଏମସି ବିଧାନ କାର୍ଯ୍ୟକାରୀ ହେବା ଦୃଷ୍ଟିରୁ ବିଭିନ୍ନ ରାଜ୍ୟ ମଧ୍ୟରେ କୃଷି ଉତ୍ପାଦନର ବାଧାରହିତ ପ୍ରେରଣରେ ମଧ୍ୟ ଅନେକ ବାଧା ଓ ସମସ୍ୟା ରହିଥିଲା । ଏହି ଆଇନ ଦେଶରେ ବ୍ୟାପକ ଭାବେ ବିନିୟମିତ କୃଷି ବଜାରକୁ ବାଧାରହିତ କରିବା ନିମନ୍ତେ ଏକ ଐତିହାସିକ ପଦକ୍ଷେପ  । ଏହା କୃଷକମାନଙ୍କ ସକାଶେ ଅଧିକ ବିକଳ୍ପ ଉନ୍ମୁକ୍ତ କରିବ, କୃଷକମାନଙ୍କ ନିମନ୍ତେ ବିପଣନ ଖର୍ଚ୍ଚ ହ୍ରାସ କରିବ ଏବଂ ସେମାନଙ୍କୁ ଉତ୍ତମ ମୂଊ୍ୟ ପ୍ରାପ୍ତ କରିବା ଦିଗରେ ସହାୟକ ହେବ । ଏହି ଆଇନ ଉଦବୃତ୍ତ (ସରପ୍ଲସ୍‌) ଉତ୍ପାଦନ କରୁଥିବା କ୍ଷେତ୍ରର କୃଷକମାନଙ୍କୁ ଉତ୍ତମ ମୂଲ୍ୟ ପ୍ରାପ୍ତ କରିବା ଏବଂ ଉତ୍ପାଦନ କମ୍‌ ହେଉଥିବା କ୍ଷେତ୍ରର ଉପଭୋକ୍ତାମାନଙ୍କୁ କମ୍‌ ମୂଲ୍ୟରେ ସେହିସବୁ କୃଷିଜାତ ଦ୍ରବ୍ୟ ଉପଲବ୍ଧ କରାଇବାରେ ସହାୟକ ହେବ ।

କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବାମାନଙ୍କ ବିଧେୟକ, 2020ରେ କୃଷି ସଂପର୍କୀତ ରାଜିନାମା ଉପରେ ରାଷ୍ଟ୍ରୀୟ ଢାଂଚାର ପ୍ରାବଧାନ କରାଯାଇଛି ଯାହା କୃଷକମାନଙ୍କୁ କୃଷି ବ୍ୟାପାର ଫାର୍ମ, ପ୍ରୋସେସର, ପାଇକାରୀ ବିକ୍ରେତା, ରପ୍ତାନିକାରୀ ଅଥବା ବଡ଼ ବଡ଼ ଖୁଚୁରା ବିକ୍ରେତାମାନଙ୍କ ସହିତ କୃଷି ସେବାଗୁଡ଼ିକ ଏବଂ ଏକ ଉଚିତ ତଥା ପାରଦର୍ଶୀ ଢ଼ଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସହମତ ଭିତ୍ତିରେ ଲାଭଦାୟକ ମୂଲ୍ୟ ଢାଂଚାରେ ଭବିଷ୍ୟତରେ ହେବାକୁ ଥବବା କୃଷି ଉତ୍ପାଦର ବିକ୍ରି ତଥା ଏଥି ସହିତ ସଂଶ୍ଳିଷ୍ଟ ପ୍ରସଙ୍ଗ କିମ୍ବା ଏହାର ଆକସ୍ମିକ ମାମଲାଗୁଡ଼ିକ ସହିତ ଯୋଡ଼ିହୋଇ ରହିଥିବା କୃଷକମାନଙ୍କୁ ସଂରକ୍ଷଣ ପ୍ରଦାନ କରିବ ଏବଂ ସେମାନଙ୍କୁ ସଶକ୍ତ ମଧ୍ୟ କରିବ ।

ପୃଷ୍ଠଭୂମି

ଭାରତୀୟ କୃଷିର ବିଶେଷତା ଛୋଟ ଛୋଟ ଚାଷଜମି କାରଣରୁ ହିଁ ଅଧିକତର ଅନୁଭୂତ ହୋଇଥାଏ ଏବଂ ଏହା ମୌସୁମୀ ବର୍ଷା ଉପରେ ଅଧିକତର ନିର୍ଭରଶୀଳ । ଉତ୍ପାଦନର ଅନିଶ୍ଚିତତା, ବଜାରର ଅସ୍ଥିରତା ଭଳି ଅନ୍ୟାନ୍ୟ ଦୁର୍ବଳତା ମଧ୍ୟ ରହିଛି । ଏହା କୃଷି ପାଇଁ ଖର୍ଚ୍ଚ ଏବଂ ଉତ୍ପାଦନ ପ୍ରବନ୍ଧନ ଉଭୟ ସମ୍ବନ୍ଧରେ କୃଷିକୁ ସମସ୍ୟାପ୍ରବଣ ଓ ଅକ୍ଷମ ବନାଇ ଦେଇଥାଏ । ଏହି ନିୟମ ଦ୍ୱାରା ବଜାରର ଅସ୍ଥିରତାର ସମସ୍ୟାରୁ କୃଷକମାନଙ୍କୁ ମୁକ୍ତ କରିପାରିବ ଏବଂ ସେମାନଙ୍କୁ ପ୍ରାୟୋଜନକାମାନଙ୍କ ନିକଟରେ ସହଜରେ ପହଞ୍ଚାଇ ପାରିବ ଏବଂ କୃଷକମାନେ ଆଧୁନିକ ପ୍ରଯୁକ୍ତି ଏବଂ ଉତ୍ତମ କୃଷି ଇନପୁଟ୍‌ ପାଖରେ ପହଞ୍ଚôପାରିବା ଲାଗି ମଧ୍ୟ ସକ୍ଷମ ହୋଇପାରିବେ । ଏହି ନିୟମ ଦ୍ୱାରା ବିପଣନ ଖର୍ଚ୍ଚ କମିବ ଓ କୃଷକମାନଙ୍କ ଆୟ ବୃଦ୍ଧି ପାଇବ । କୃଷକମାନେ ସିଧା ସଳଖ ବିପଣନରେ ସାମିଲ ହୋଇପାରିବେ ଯଦ୍ଦ୍ୱାରା ଦଲାଲ ବ୍ୟବସ୍ଥାର ଉଚ୍ଛେଦ ହୋଇପାରିବ ଏବଂ କୃଷକମାନେ ସେମାନଙ୍କର ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ । ଏଥିପାଇଁ କୃଷକମାନଙ୍କୁ ପର୍ଯ୍ୟାପ୍ତ ସଂରକ୍ଷଣ ପ୍ରଦାନ କରାଯାଇଛି । ଉଚିତ ସମୟରେ ବିବାଦ ସମାଧାନ କରାଯିବା ସକାଶେ ପ୍ରଭାବୀ ବିବାଦ ସମାଧାନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଛି ।

ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ, 2020 ଦ୍ୱାରା ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ତୈଳବୀତ, ଖାଦ୍ୟ ତେଲ, ପିଆଜ ଏବଂ ଆଳୁକୁ ଆବଶ୍ୟକ ସାମଗ୍ରୀ ସୂଚୀରୁ ହଟାଯିବାର ପ୍ରାବଧାନ କରାଯାଇଛି । ଏହାଦ୍ୱାରା ଘରୋଇ ନିବେଶକମାନେ ସେମାନଙ୍କର ବ୍ୟାପାର ପରିଚାଳନାରେ ମାତ୍ରାଧିକ ହସ୍ତକ୍ଷେପର ଆଶଙ୍କାରୁ ମୁକ୍ତ ରହିପାରିବେ । ଉତ୍ପାଦ, ଉତ୍ପାଦ ସୀମା, ସେସବୁର ଆମଦାନୀ ରପ୍ତାନୀ, ବିତରଣ ଏବଂ ଆହରଣର ସ୍ୱାଧୀନତାର ସହ ବିକ୍ରି ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ ଏବଂ କୃଷି କ୍ଷେତ୍ରରେ ଘରୋଇ କ୍ଷେତ୍ର/ ବିଦେଶ ପ୍ରତ୍ୟକ୍ଷ ପୁଂଜି ନିବେଶ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ମିଳିବ । ବିଦେଶୀ ନିବେଶକମାନେ ଅଧିକ ମାତ୍ରାରେ ଆକର୍ଷିତ ହେବେ ।

ପୃଷ୍ଠଭୂମି

ଭାରତରେ ଅଧିକାଂଶ କୃଷି ସାମଗ୍ରୀ ଏବେ ଉଦବୃତ୍ତ ହୋଇସାରିଛି । କୃଷକମାନଙ୍କ ପାଇଁ ଶୀତଳ ଭଣ୍ଡାର, ୱେରହାଉସ୍‌, ପ୍ରୋସେସିଂ ଏବଂ ରପ୍ତାନୀରେ ନିବେଶର ମାତ୍ରା ହ୍ରାସ କାରଣରୁ ଉତ୍ତମ ମୂଲ୍ୟ ପ୍ରାପ୍ତ ହୋଇପାରୁନାହିଁ । ଏହାର କାରଣ ହେଲା ଆବଶ୍ୟକ ସାମଗ୍ରୀ ଅଧିନିୟମ ଦ୍ୱାରା ଉଦ୍ୟମଶୀଳତାର ଭାବନା ମଧ୍ୟ ହ୍ରାସ ପାଇ ଚାଲିଛି । ଅଧିକ ମାତ୍ରାରେ ସଫଳତା ପ୍ରାପ୍ତ ହେବା ପରେ (ବିଶେଷ ଭାବେ ଶୀଘ୍ର ପଚନଶୀଳ ସାମଗ୍ରୀ ପ୍ରସଙ୍ଗରେ) କୃଷକମାନଙ୍କୁ ଅତି ମାତ୍ରାରେ କ୍ଷତି ସହ୍ୟ କରିବାକୁ ପଡ଼ୁଛି । ଏହି ଆଇନ ଦ୍ୱାରା ମୂଲ୍ୟ ସ୍ଥିରତା ଅଣାଯିବା ସହ ଉଭୟ କୃଷକମାନଙ୍କୁ ତଥା ଉପଭୋକ୍ତାମାନଙ୍କୁ ସହାୟତା ଉପଲବ୍ଧ ହେବ । ଏହା ପ୍ରତିସ୍ପର୍ଦ୍ଧି ବଜାରର ବାତାବରଣ ସୃଷ୍ଟି କରିବ ଏବଂ ଭଣ୍ଡାରଣ ସୁବିଧାର ସୀମିତତା କାରଣରୁ ହେଉଥିବା କୃଷି ଉତ୍ପାଦର ନଷ୍ଟ ପରିମାଣକୁ ମଧ୍ୟ ସୁରକ୍ଷା ପ୍ରଦାନ କରିପାରିବ ।

 

**********



(Release ID: 1654232) Visitor Counter : 105