କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ଆଜିସୁଦ୍ଧା ରେକର୍ଡ ପରିମାଣର 1095.38 ଲକ୍ଷ ହେକ୍ଟର ଜମିରେ ହୋଇଛି ଖରିଫ ଫସଲ ଚାଷ

● ଧାନ ବୁଣା ଓ ରୁଆ କାର୍ଯ୍ୟ ଜାରି ରହିଛି, ତେବେ ଡାଲି, ମୋଟା ଦାନା ଶସ୍ୟ, ମାଣ୍ଡିଆ ଏବଂ ତୈଳବୀଜ ବୁଣା ପ୍ରାୟ ଶେଷ ହୋଇଛି
● ଠିକ୍ ସମୟରେ ସରକାରଙ୍କ ପକ୍ଷରୁ ଇନପୁଟ ଯଥା: ବିହନ, କୀଟନାଶକ, ସାର, ଯନ୍ତ୍ରପାତି ଏବଂ ଋଣ ଯୋଗାଣ ଦ୍ଵାରା, ମହାମାରୀ ଯୋଗୁଁ ଲକଡାଉନ୍ ଅବସ୍ଥାରେ ମଧ୍ୟ ବ୍ୟାପକ ଅଞ୍ଚଳରେ ଏହି ଚାଷ ପରିବ୍ୟାପ୍ତ ହୋଇ ପାରିଛି - କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର

Posted On: 04 SEP 2020 2:13PM by PIB Bhubaneshwar

ଚଳିତ ଖରିଫ ଋତୁ 2020ରେ, ବର୍ତ୍ତମାନ ସୁଦ୍ଧା ରେକର୍ଡ ପରିମାଣର 1095.38ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜମିରେ ଫସଲ ଚାଷ ହୋଇଛି ଡାଲି, ମୋଟା ଦାନ ଶସ୍ୟ, ମାଣ୍ତିଆ ଏବଂ ତୈଳବୀଜ ଫସଲ ବୁଣା ପ୍ରାୟ ଶେଷ ହୋଇଥିବା ବେଳେ, ଧାନ ବୁଣା ରୁଆ ଜାରି ରହିଛି ଆଜି ପର୍ଯ୍ୟନ୍ତ ଖରିଫ ଫସଲ ଚାଷ ଏବଂ ଏହାର  ପରିବ୍ୟାପ୍ତ ଅଗ୍ରଗତି ଉପରେ କୋଭିଡ-19 କୌଣସି ପ୍ରଭାବ ପଡି ନାହିଁ

କେନ୍ଦ୍ର କୃଷି କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ମଞ୍ଜି, କୀଟନାଶକ, ସାର, ଯନ୍ତ୍ରପାତି ଏବଂ ଋଣ ଭଳି ଇନପୁଟଗୁଡିକ ଠିକ୍ ସମୟରେ ଯୋଗାଇ ଦେବା ଦ୍ଵାରା ମହାମାରୀ ଯୋଗୁଁ ଲକଡାଉନ କାଳରେ ମଧ୍ୟ ବ୍ୟାପକ ଅଞ୍ଚଳରେ ଖରିଫ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିଛି କୃଷି କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ସମସ୍ତ ପ୍ରୟାସ ଯୋଗୁଁ ମିଶନ କାର୍ଯ୍ୟକ୍ରମ ଏବଂ ପ୍ରମୁଖ ଯୋଜନାର ସଫଳ ରୂପାୟନ ହୋଇପାରିଛି ଶ୍ରୀ ତୋମର କହିଛନ୍ତି ଯେ ଠିକ ସମୟରେ ପଦକ୍ଷେପ ତଥା ପ୍ରଯୁକ୍ତିବିଦ୍ୟାର ଉପଯୋଗ କୃଷକମାନଙ୍କୁ ଋଣ ଯୋଗାଣ ଦ୍ଵାରା ଚାଷୀମାନେ ସରକାରୀ ଯୋଜନାର ଲାଭ ଉଠାଇ ପାରିଛନ୍ତି

ଖରିଫ ଋତୁ ପାଇଁ ଚୂଡାନ୍ତ ଫସଲ ବୁଣାବୁଣି ପରିସଂଖ୍ୟାନ 2 ଅକ୍ଟୋବର 2020ରେ ଶେଷ ହେବ ଖରିଫ ଫସଲ ଅଧୀନରେ ବିଭିନ୍ନ ଫସଲର ବୁଣିବାର ସ୍ଥିତି ନିମ୍ନରେ ପ୍ରଦାନ କରାଗଲା:ଧାନ : ଗତ ବର୍ଷ ଏହି ସମୟ ମଧ୍ୟରେ 365.92 ଲକ୍ଷ ହେକ୍ଟର ତୁଳନାରେ ଚଳିତ ବର୍ଷ 396.18 ଲକ୍ଷ ହେକ୍ଟରରେ ଧାନ ବୁଣା ରୁଆ ​‌ଯାଇଛି ଚାଷର ବ୍ୟାପକତା 8.27% ବୃଦ୍ଧି

ଡାଲି: ଗତ ବର୍ଷର 130.68 ଲକ୍ଷ ହେକ୍ଟର ତୁଳନାରେ 136.79 ଲକ୍ଷ ହେକ୍ଟରରେ ବୁଣାଯାଇଛି ଚାଷ ବ୍ୟାପକତା 4.67% ବୃଦ୍ଧି

ମୋଟାଦାନା ଶସ୍ୟ: ଗତ ବର୍ଷର 176.25 ଲକ୍ଷ ହେକ୍ଟର ତୁଳନାରେ 179.36 ଲକ୍ଷ ହେକ୍ଟର କ୍ଷେତ୍ରରେ ହୋଇଛି ଚାଷର ବ୍ୟାପକତା 1.77% ବୃଦ୍ଧି

ତୈଳବୀଜ ଫସଲ: ଗତ ବର୍ଷର 174.00 ଲକ୍ଷ ହେକ୍ଟର ତୁଳନାରେ 194.75 ଲକ୍ଷ ହେକ୍ଟର ଜମିରେ ବୁଣାଯାଇଛି ଚାଷର ବ୍ୟାପକତା 11.93% ବୃଦ୍ଧି ପାଇଛି

ଆଖୁ: ଗତ ବର୍ଷର 51.71 ଲକ୍ଷ ହେକ୍ଟର ତୁଳନାରେ 52.38 ଲକ୍ଷ ହେକ୍ଟର କ୍ଷେତ୍ରରେ ଚାଷ ହୋଇଛି ଚାଷର ବ୍ୟାପକତା 1.30% ବୃଦ୍ଧି

କପା: ଗତ ବର୍ଷର 124.90 ଲକ୍ଷ ହେକ୍ଟର ତୁଳନାରେ 128.95 ଲକ୍ଷ ହେକ୍ଟର ଅଞ୍ଚଳରେ ଚାଷ ହୋଇଛି ଚାଷର ବ୍ୟାପକତା 3.24% ବୃଦ୍ଧି

ଝୋଟ ଏବଂ ମେସ୍ତା: ଗତ ବର୍ଷର 6.86 ଲକ୍ଷ ହେକ୍ଟର ତୁଳନାରେ 6.97ଲକ୍ଷ ହେକ୍ଟର ଅଞ୍ଚଳରେ ଚାଷ କରାଯାଇଛି ଚାଷର ବ୍ୟାପକତା 1.68% ବୃଦ୍ଧି ହୋଇଛି

Progress of area coverage under Kharif crops as on 04.09.2020

S.
No.

Crop

Area Sown in lakh ha

% Increase

2020-21

2019-20

2019-20

1

Rice

396.18

365.92

8.27

2

Pulses

136.79

130.68

4.67

3

Coarse cereals

179.36

176.25

1.77

4

Oilseeds

194.75

174.00

11.93

5

Sugarcane

52.38

51.71

1.30

6

Jute & Mesta

6.97

6.86

1.68

7

Cotton

128.95

124.90

3.24

Total

1095.38

1030.32

6.32

03.09.2020 ସୁଦ୍ଧା, ଦେଶରେ ହୋଇଥିବା ପ୍ରକୃତ ବୃଷ୍ଟିପାତ ହେଉଛି 795.0 ମିଲିମିଟର ଯାହା, 01.06.2020 ରୁ 03.09.2020 ମଧ୍ୟରେ ଛାଡି ଯାଇଥିବା ସାଧାରଣ ବୃଷ୍ଟିପାତ 730.8 ତୁଳନାରେ (+) 9%

କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, 03.09.2020 ସୁଦ୍ଧା, ଦେଶର 123ଟି ଜଳଭଣ୍ଡାରରେ ଉପଲବ୍ଧ ଜଳ ସଂରକ୍ଷଣ ଗତ ବର୍ଷର ସମାନ ସମୟର 104% ଏବଂ ଗତ ଦଶ ବର୍ଷର ହାରାହାରି ସଂରକ୍ଷଣର 120% ଅଟେ

 

**********



(Release ID: 1651404) Visitor Counter : 227