କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତ 3ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

● ବୈଷୟିକ ଦକ୍ଷତା ସମ୍ପନ୍ନ ଏହି ଉଦ୍ଭାବନ ଆତ୍ମନିର୍ଭର ଭାରତ ପାଇଁ ହେବ ବରଦାନ

Posted On: 21 AUG 2020 4:12PM by PIB Bhubaneshwar

କୋଭିଡ-19ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା 3ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ  ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି ଏହି ଉଦ୍ଭାବନ ଉପରେ ଆଇଟିଆଇ ବ୍ରହ୍ମପୁରର ଅଗ୍ରାଧିକାର ରହିବ ଦେଶର ଅନ୍ୟାନ୍ୟ ଆଇଟିଆଇ ଏନଆଇଟିଗୁଡିକର ପଦାଙ୍କ ଅନୁସରଣ କରି ଆଇଟିଆଇ ବ୍ରହ୍ମପୁର ଦେଶର ଏହି ପ୍ୟାଟେଣ୍ଟ କ୍ଲବରେ ସାମିଲ ଦେଇଛି ଆଗାମୀ ଦିନରେ ଏହି ସଫଳତା ଦେଶର ଅନ୍ୟାନ୍ୟ ଆଇଟିଆଇଗୁଡିକୁ ସେମାନଙ୍କ ଉଦ୍ଭାବିତ ସାମଗ୍ରୀର ପ୍ୟାଟେଣ୍ଟ ପାଇଁ ଦାବି କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ଵପ୍ନକୁ ମଧ୍ୟ ସାକାର କରିବ ଆଇଟିଆଇ ବ୍ରହ୍ମପୁରର ଏହି ଉଦ୍ୟମକୁ ପ୍ରଶଂସା କରି କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ମହିନ୍ଦ୍ରନାଥ ପାଣ୍ଡେ କହିଛନ୍ତି ଯେ, ଏହା ଚଟାଣକୁ ଜୀବାଣୁମୁକ୍ତ କରିବା ପାଇଁ ୟୁଭିସି ରୋବୋ ଯୋଦ୍ଧା ହେଉ ବା ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ, କୋଭିଡ-19 ଆହ୍ଵାନ ମୁକାବିଲାରେ ଆଇଟିଆଇଗୁଡିକ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ଏହି ପ୍ରକାର ଉଦ୍ଭାବନ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହ ସମାଜରେ ଅଧିକରୁ ଅଧିକ ଆଇଟିଆଇ କୋଭିଡ ଭଳି ଅଦୃଶ୍ୟ ଭୁତାଣୁର ମୁକାବିଲା ପାଇଁ ଆଗକୁ ଆସିବେ ବୋଲି ସେ କହିଛନ୍ତି ଏଭଳି ଉଦ୍ଭାବନ ପାଇଁ ସେ ଆଇଟିଆଇ ବ୍ରହ୍ମପୁରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଦେଶର ଅନ୍ୟାନ୍ୟ ଆଇଟିଆଇ ସରକାରଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ପ୍ରତିଶ୍ରୁତି ପୂରଣ ଦିଗରେ ଆଇଟିଆଇ ବ୍ରହ୍ମପୁରର ଏହି ଉଦ୍ୟମ ଅଧିକ ଫଳପ୍ରଦ ହେବ ଯେଉଁ 3ଟି ଉଦ୍ଭାବନ ପ୍ରତିଷ୍ଠାନ କରିଛି, ସେଥିରେ ରହିଛି -

ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ - ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପିବାର ଘୋଷଣା କରିଛି ଜଳୀୟ କଣାଗୁଡିକ ଅଧିକ ସମୟ ବାୟୁ ମଣ୍ଡଳରେ ତିଷ୍ଠି ରହୁଥିବାରୁ ସ୍ଵାବ ସଂଗ୍ରହ ସମୟରେ ସନ୍ଦିଗ୍ଧ ରୋଗୀ ହସ୍ପିଟାଲ ବା ଭ୍ରାମ୍ୟମାଣ କିଓସ୍କର ବାହାରେ ରହିଥାଏ ସ୍ଵାବ ସଂଗ୍ରହକାରୀ ଟେକନିସିଆନକୁ କିଓସ୍କ ଭିତରେ ରହିବାକୁ ପଡେ ସେଥିପାଇଁ ସଂକ୍ରମିତ ଜଳୀୟକଣା ପାଖାପାଖି ଅଞ୍ଚଳକୁ ସଂକ୍ରମିତ କରିବାର ସମ୍ଭାବନା ରହିଥାଏ ସେହିସ୍ଥାନରୁ କରୋନା ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇଟିଆଇ ବ୍ରହ୍ମପୁର ଏକ ସମାଧାନର ସୂତ୍ର ବାହାର କରିଛି ଏଥିରେ ସଦିଗ୍ଧ ରୋଗୀ କ୍ୟାବିନ ଭିତରେ ରହୁଥିବା ବେଳେ ଟେକନିସିଆନ ବାହାରେ ରହିବେ ଏକ ବୈଷୟିକ କୌଶଳ ହେପା ଫିଲ୍ଟର ଦ୍ଵାରା ଜଳକଣାଗୁଡିକ ଛାଣି ହୋଇଯିବା ଫଳରେ ସେହିସ୍ଥାନ ଭୁତାଣୁମୁକ୍ତ ହୋଇଯିବ

ଯୁଭିସି ଏକକ ସାନିଟାଇଜରଏହି ସାନିଟାଇଜର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଥିବା ଭଳି ଏକ ସାମଗ୍ରୀ ଏଥିରେ ହଳେ ଜୋତା ସୋଲ ବ୍ୟବହୃତ ହୋଇଥାଏ ଏହି ସୋଲକୁ ଏକ ୟୁଭିସି ଆଲୋକ ଦ୍ଵାରା ନିୟନ୍ତ୍ରଣ କରାଯାଏ ଯୁଭିସି ରଶ୍ମି ଅଣୁ ଜୋତା ସୋଲରେ ଥିବା ଅଣୁଗୁଡିକୁ ନିଷ୍କ୍ରିୟ କରିଦିଏ 8 ସେକେଣ୍ଡ ଧରି ଏହି ଯୁଭିସି ଲାଇଟ ଜଳି ତାପରେ ବନ୍ଦ ହୋଇଯାଏ ଏଥିରେ ଶତକଡା 80 ଭାଗ ଭୂତାଣୁ ନିଷ୍କ୍ରିୟ ହୋଇଯାନ୍ତି ସମାଜରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦ୍ଧତି ଆମର ଜୋତା ସୋଲଗୁଡିକୁ କୋଭିଡ ଭୂତାଣୁ ସଂକ୍ରମଣରୁ ରକ୍ଷା କରିଥାଏ ଏହାକୁ ହସ୍ପିଟାଲ, ଅଫିସ, ବିମାନବନ୍ଦର, ରେଳ ଷ୍ଟେସନ, ସପିଙ୍ଗ ମଲ, ହୋଟେଲ ଏବଂ ଶିକ୍ଷାନୁଷ୍ଠାନ ଇତ୍ୟାଦିର ପ୍ରବେଶ ପଥରେ ରଖିଲେ ଏହା ଜୋତା ସୋଲକୁ ସଂକ୍ରମଣ ମୁକ୍ତ କରିଥାଏ ଏହାର ସହଜ ପରିବହନକ୍ଷମ ଛୋଟ ମେନିସକୁ ଘରର ପ୍ରବେଶ ପଥରେ ମଧ୍ୟ ରଖା ଯାଇପାରିବ

ଯୁଭିସି ରୋବୋ ୱାରିୟରଯୁଭିସି ରୋବୋ ୱାରିୟର ମେସିନରେ ଥିବା ଯୁଭିସି ଲାଇଟ ଏକ ବିଶୋଧନ ଯନ୍ତ୍ରର କାର୍ଯ୍ୟ କରିଥାଏ ଏହା ସାଧାରଣ ଯାନବାହାନ ଓ କରୋନା ସଂକ୍ରମିତ ବା ସଦିଗ୍ଧ ରୋଗୀଙ୍କ ରହୁଥିବା ପ୍ରକୋଷ୍ଠର ଚଟାଣକୁ ଜୀବାଣୁମୁକ୍ତ କରିଥାଏ ଏହି ଯନ୍ତ୍ରରୁ ନିର୍ଗତ ୟୁଭି ରଶ୍ମି ସହଜରେ ପ୍ରୋଟିନ, ଜୀବାଣୁର ନ୍ୟୁକ୍ଲିକ ଏସିଡ ଓ ଭୂତାଣୁକୁ ନିଷ୍କ୍ରିୟ କରିବାରେ ସମର୍ଥ ଏହା ବିଭିନ୍ନ ଜୀବାଣୁର ଡିଏନଏ ଓ ଆରଏନଏ ପରିପାଠିକୁ ସଂପୂର୍ଣ୍ଣ ଧ୍ଵଂଶ କରିଦେଇପାରେ ଏହି ଯୁଭିସି ଲାଇଟ ବିଶୋଧନ କରିବା ସମୟରେ ଏକ ରୋବର୍ଟର ସହାୟତା ନିଆଯାଇଥାଏ ରୋବୋର୍ଟର ଗତିବିଧିକୁ ଏକ ଆଣ୍ଡ୍ରଏଡ ମୋବାଇଲରେ ଥିବା ବ୍ଲୁଟୁଥ ସାହାଯ୍ୟରେ ବିଶୋଧନ ହେବାକୁ ଥିବା ପ୍ରକୋଷ୍ଠର ବାହାରୁ ନିୟନ୍ତ୍ରଣ କରାଯାଏ   ଏହି ରୋବର୍ଟ ସମସ୍ତ ସ୍ଥାନକୁ ଯୁଭିସି ରଶ୍ମି ଦ୍ଵାରା ବିଶୋଧନ କରିପାରେ ରୋବର୍ଟ ଆଖିରେ ଖଞ୍ଜା ହୋଇଥିବା ବ୍ଲୁଟୁଥ କ୍ୟାମେରା ବିଶୋଧିତ ଅଞ୍ଚଳର ଫଟୋ ମୋବାଇଲକୁ ପଠାଇଥାଏ ରୋବର୍ଟର ଶରୀରରେ ଖଞ୍ଜା ଯାଇଥିବା ସେନ୍ସର ଯୋଗୁଁ ଏହାର ଗତିବିଧି ଉପରେ ମଧ୍ୟ ନିୟନ୍ତ୍ରଣ ରଖାଯାଇପାରେ

**********


(Release ID: 1647745)