ରେଳ ମନ୍ତ୍ରଣାଳୟ

କରୋନା ଜନିତ ଆହ୍ୱାନ ସତ୍ତ୍ୱେ ରେଳବାଇ ନିଜର ମାଲ ପରିବହନ ପରିମାଣକୁ ଗତବର୍ଷ ସ୍ତରରେ ପହଞ୍ଚାଇବାରେ ସକ୍ଷମ

• 2020 ଅଗଷ୍ଟ 19ରେ ମାଲ ବୋଝେଇ ପରିମାଣ ଥିଲା 3.11 ନିୟୁତ ଟନ; ଏହା ଗତବର୍ଷର ଏହି ତାରିଖରେ ହୋଇଥିବା ମାଲ ପରିବହନ ଠାରୁ ଅଧିକ
• 2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ ମାଲ ପରିବହନରୁ 306.1 କୋଟି ଟଙ୍କା ଆୟ କରିଥିଲା; ଯାହା ଗତବର୍ଷର ଏହି ସମୟ ସୁଦ୍ଧା ହୋଇଥିବା ଆୟ ଠାରୁ 5.28 କୋଟି ଟଙ୍କା ଅଧିକ
• 2020 ଅଗଷ୍ଟ 19 ତାରିଖ ପର୍ଯ୍ୟନ୍ତ ମୋଟ 57.47 ନିୟୁତ ଟନ ମାଲ ପରିବହନ ହୋଇଛି; ଯାହା ଗତବର୍ଷର ସେହି ସମୟ ଠାରୁ ଅଧିକ
• ଚଳିତବର୍ଷ ଅଗଷ୍ଟ 20 ସୁଦ୍ଧା ଭାରତୀୟ ରେଳବାଇ ମାଲ ପରିବହନରୁ 5461.21 କୋଟି ଟଙ୍କା ଆୟ କରିଛି; ଗତବର୍ଷର ସେହି ସମୟ ଆୟ ଠାରୁ ଏହା 25.9 କୋଟି ଟଙ୍କା ଅଧିକ

Posted On: 20 AUG 2020 5:50PM by PIB Bhubaneshwar

ଭାରତୀୟ ରେଳବାଇ ଏବେ ମିଶନ ମୋଡରେ କାମ କରୁଛି । କରୋନାଜନିତ ମହାମାରୀ ଆହ୍ୱାନ ସତ୍ତ୍ୱେ ଏହା ଗତବର୍ଷର ଏହି ସମୟ ସୁଦ୍ଧା ମାଲ ପରିବହନ ଓ ତତ୍‌ଜନିତ ଆୟଠାରୁ ଅଧିକ ଅଧିକ ସଫଳତା ହାସଳ କରିଛି ।  2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ 3.11 ନିୟୁତ ଟନ ମାଲ ପରିବହନ କରିଥିଲା । ଏହା ଗତବର୍ଷର ଏହି ସମୟ ସୁଦ୍ଧା ହୋଇଥିବା ମାଲ ପରିବହନ ଠାରୁ ଅଧିକ । ଗତବର୍ଷ ଏହି ସମୟ ସୁଦ୍ଧା ମାଲ ପରିବହନ ପରିମାଣ ଥିଲା 2.97 ନିୟୁତ ଟନ । 2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ ମାଲ ପରିବହନରୁ 306.1 କୋଟି ଟଙ୍କା ଆୟ କରିଛି । ଗତବର୍ଷର ଏହି ସମୟ ସୁଦ୍ଧା ଆୟଠାରୁ ଏହା 5.28 କୋଟି ଟଙ୍କା ଅଧିକ । ଗତବର୍ଷ ଏହି ସମୟରେ ଆୟ ଥିଲା 300 କୋଟି 28 ଲକ୍ଷ ଟଙ୍କା । 2020 ଅଗଷ୍ଟ 19 ତାରିଖ ସୁଦ୍ଧା ମାତ୍ର 19 ଦିନ ମଧ୍ୟରେ ମୋଟ ମାଲ ପରିବହନ ପରିମାଣ ଥିଲା 57.47 ନିୟୁତ ଟନ । ଏହା ଗତବର୍ଷର ଏହି ନିର୍ଦ୍ଦିଷ୍ଟ ସମୟର ମାଲ ପରିବହନ (53.65 ନିୟୁତ ଟନ) ଠାରୁ ଅଧିକ । ଅଗଷ୍ଟ ମାସର 19 ତାରିଖ ପର୍ଯ୍ୟନ୍ତ ଏହି ଅସଂପୂର୍ଣ୍ଣ ମାସରେ ଭାରତୀୟ ରେଳବାଇ 5461.21 କୋଟି ଟଙ୍କା ମାଲ ପରିବହନରୁ ଆୟ କରିଛି । ଗତବର୍ଷ ଏହି ସମୟରେ ଏହି ଆୟ ଥିଲା 5435.31 କୋଟି ଟଙ୍କା । ଏଥର ଏଥିରେ 25.9 କୋଟି ଟଙ୍କାର ବୃଦ୍ଧି ଘଟିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶରେ ସାମଗ୍ରୀ ଯୋଗାଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଭାରତୀୟ ରେଳବାଇ ସମର୍ପିତଭାବେ ଅଧିକରୁ ଅଧିକ ସାମଗ୍ରୀ ପରିବହନରେ ଲାଗିଛି । ଏହା ଦେଶର ବିଭିନ୍ନ ଅଞ୍ଚଳକୁ ସାମଗ୍ରୀ ଯୋଗାଇ ଦେବା ସହ ବ୍ୟବସାୟୀ, ଖୁଚୁରା ବିକ୍ରେତା, ଯୋଗାଣକାରୀ ଏବଂ ଖାଉଟି ସମସ୍ତଙ୍କ ଆବଶ୍ୟକତା ପୂରଣ କରିଛି । ଭାରତୀୟ ରେଳର କେତେକ ସଫଳତା ନିମ୍ନରେ ପ୍ରଦାନ କରାଯାଇଛି ।

  • ସବ୍‌ସିଡି ଯୋଗାଇ ଦିଆଯାଉଥିବାରୁ ମାଲ ପରିବହନ ଶସ୍ତା ରହିଛି ।
  • ରେଳବାଇ ଦକ୍ଷତାର ସହ ଶୀଘ୍ର ମାଲ ପରିବହନ କରିପାରୁଛି ।
  • ପରିବହନ ବ୍ୟବସ୍ଥା ନିରାପଦ ରହିବା ସହିତ ବିନା କ୍ଷୟକ୍ଷତିରେ ସାମଗ୍ରୀ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁଛି ।
  • ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଯୋଗୁଁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଉଛି ।
  • ଶିଳ୍ପସଂସ୍ଥା ଓ ବଣିକ ସଂଘର ସହଯୋଗରେ ମାଲ ପରିବହନ ସୁବିଧା ଉପଲବ୍ଧ ହେଉଛି ।
  • ଦୀପାବଳି ଆସୁଥିବାରୁ ଉତ୍ପାଦକ ଓ ହୋଲ୍‌ସେଲରମାନେ ସେମାନଙ୍କ ସାମଗ୍ରୀ ଶୀଘ୍ର ବଜାରକୁ ଛାଡିବାକୁ ଚାହୁଁଛନ୍ତି । ଏହି କାର୍ଯ୍ୟକୁ ଯଥାରୀତି ସଂପନ୍ନ କରିବାକୁ ଭାରତୀୟ ରେଳବାଇ ଉଦ୍ୟମ ଜାରି ରଖିଛି ।
  • ବ୍ୟବସାୟୀ ଓ ଅନ୍ୟାନ୍ୟ ପରିବହନକାରୀଙ୍କ ସୁବିଧା ପାଇଁ ରେଳବାଇ ତାହାର ୱେବସାଇଟରେ କଣ୍ଟାକ୍ଟ ନମ୍ବର ସିଧାସଳଖ ପ୍ରକାଶ କରିବ । ପରିବହନକାରୀ ଏହାର ସୁଯୋଗ ନେବା ପାଇଁ ରେଳବାଇ ପକ୍ଷରୁ କୁହାଯାଇଛି ।
  • ଭାରତୀୟ ରେଳବାଇ ଜନଜୀବନ ସଂପର୍କିତ କାହାଣୀରେ ଅଂଶୀଦାର ହେବାକୁ ଚାହୁଁଛି । ଦକ୍ଷ ରେଳସେବା ଦ୍ୱାରା ସାଧାରଣ ଜନତା ସହଜରେ କିପରି ଜିନିଷପତ୍ର ପାଇପାରୁଛନ୍ତି ସେ ବିଷୟକୁ ଗୁରୁତ୍ୱରସହ ଉଲ୍ଲେଖ କରିବାକୁ ଆଗ୍ରହୀ ।
  • ଅଭିନବ ଢଙ୍ଗରେ ମାଲ ପରିବହନ କ୍ଷେତ୍ରରେ ରେଳବାଇର ଉପଲବ୍‌ଧି  ।
  • ଡିଭିଜନ, ଜୋନ ଓ ରେଳୱେ ବୋର୍ଡ ଏହି 3 ସ୍ତରରେ ବ୍ୟବସାୟ ବିକାଶ ୟୁନିଟମାନ ସ୍ଥାପନ କରାଯାଇଛି ।
  • ମାଲବାହୀ ଟ୍ରେନଗୁଡିକର ଗତିକୁ ଘଣ୍ଟା ପିଛା 23 କିମିରୁ 46 କିମିକୁ ବୃଦ୍ଧି କରାଯାଇଛି ।
  • 2020 ମାର୍ଚ୍ଚ 30ରୁ 20 ଯୋଡା ଟାଇମ ଟେବୁଲ ପାର୍ଶଲ ଟ୍ରେନ ଚଳାଚଳ ଆରମ୍ଭ କରିଛି ।
  • 10 ଜୁଲାଇ 2020ରୁ ବାଂଲାଦେଶକୁ ରେଳ ରପ୍ତାନୀ ସେବା ଆରମ୍ଭ  କରାଯାଇ ପାର୍ଶଲ ଓ କଣ୍ଟେନର ପ୍ରେରଣ ଆରମ୍ଭ ହୋଇଛି ।
  • 12 ଅଗଷ୍ଟ 2020ରୁ ଟ୍ରେନ ଦ୍ୱାରା ବାଂଲାଦେଶକୁ ଅଟୋମୋବାଇଲ ରପ୍ତାନୀ ଆରମ୍ଭ ।
  • ଅଗଷ୍ଟ 7ରୁ ନାସିକର ଦେବଲାଲିଠାରୁ ପାଟନାର ଦାନାପୁର ମଧ୍ୟରେ କିଷାନ ରେଳ ଚଳାଚଳ ଆରମ୍ଭ । ଏହି ଟ୍ରେନ ବିଭିନ୍ନ ଷ୍ଟେସନରେ ରହିବା ସହିତ ଏଥିରେ ବିଭିନ୍ନ ସାମଗ୍ରୀର ପରିବହନ ବ୍ୟବସ୍ଥା ଉପଲବ୍‌ଧ ।
  • ମାଲ ପରିବହନକୁ ସୁଗମ କରିବା ପାଇଁ ବ୍ୟାପାରାମାଳା ଏକ୍ସପ୍ରେସ ଟ୍ରେନ ଚଳାଚଳ ବ୍ୟବସ୍ଥା ।
  • ରେଳ ପରିବହନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଭୟ ଟାରିଫ ଓ ଅଣଟାରିଫ କ୍ଷେତ୍ରରେ ସୁବିଧା ଯୋଗାଣ ।
  • ବିଭିନ୍ନ ଷ୍ଟେସନରେ ଗୁଡ୍‌ସ ସେଡ୍‌ଗୁଡିକର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ । 405ଟି ସେଡ୍‌ ଏଥିପାଇଁ ଚିହ୍ନଟ ।
  • ଭାରତୀୟ ଡାକସେବା ସହିତ ମିଶି ଗ୍ରାହକଙ୍କୁ ଘର ପାଖରେ ସେବା ଯୋଗାଣ ପାଇଁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ।

 

**********

 

 



(Release ID: 1647413) Visitor Counter : 194