ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପର୍ଯ୍ୟାୟ-1 ଏପ୍ରିଲରୁ ଜୁନ୍‌ 2020

• ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଦିଆଯାଇଥିବା ଖାଦ୍ୟଶସ୍ୟର 93.5 ଶତାଂଶ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି

Posted On: 05 AUG 2020 4:53PM by PIB Bhubaneshwar

ଭାରତୀୟ ଖାଦ୍ୟ ନିଗମ ବା ଏଫ୍‌ସିଆଇ ପକ୍ଷରୁ ଉପଲବ୍‌ଧ ତଥ୍ୟ ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚଳିତବର୍ଷ ଏପ୍ରିଲରୁ ଜୁନ୍‌ 3 ମାସ ମଧ୍ୟରେ ବିଭିନ୍ନ କେନ୍ଦ୍ରୀୟ ଭଣ୍ଡାରରୁ ପ୍ରଥମ ପର୍ଯ୍ୟାୟରେ ଯେଉଁ ଖାଦ୍ୟଶସ୍ୟ ଉଠାଇଥିଲେ ସେଥିମଧ୍ୟରୁ 93.5 ଶତାଂଶ ଖାଦ୍ୟଶସ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ଏହି 3 ମାସ ମଧ୍ୟରେ ସଂପୃକ୍ତ ରାଜ୍ୟଗୁଡିକ ଏଫ୍‌ସିଆଇର ବିଭିନ୍ନ ଡିପୋ ଏବଂ କେନ୍ଦ୍ରୀୟ ଭଣ୍ଡାରରୁ 118 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉଠାଇଥିଲେ । ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଉଠାଣର ଏହା 99 ଶତାଂଶ । କରୋନା ମହାମାରୀ ସମୟରେ ଏହି ଖାଦ୍ୟଶସ୍ୟ ସଂପୃକ୍ତ ହିତାଧିକାରୀଙ୍କୁ ଅତିରିକ୍ତଭାବେ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି । ଆବଣ୍ଟିତ ଏହି ଖାଦ୍ୟଶସ୍ୟର ପରିମାଣ 111.52 ଲକ୍ଷ ମେଟ୍ରିକ ଟନ । ଏଫ୍‌ସିଆଇ ତଥ୍ୟ ଅନୁସାରେ ଏପ୍ରିଲ ଓ ମେ ମାସରେ  37.5 ଲକ୍ଷ ମେଟ୍ରିକ ଟନ ଲେଖାଏଁ ବା 84 ଶତାଂଶ ଖାଦ୍ୟଶସ୍ୟ ଆବଣ୍ଟିତ ହୋଇଥିଲା । ଏହି ଦୁଇ ମାସରେ ମାସିକ ଭିତ୍ତିରେ ପ୍ରାୟ 75 କୋଟି ଲେଖାଏଁ ହିତାଧିକାରୀ ଏହା ପାଇଥିଲେ । ସେହିଭଳି ଜୁନ୍‌ ମାସରେ 73 କୋଟି ହିତାଧିକାରୀଙ୍କୁ 36.54 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବଣ୍ଟନ କରାଯାଇଛି ଏବଂ ଏହା ଉଠାଯାଇଥିବା ଖାଦ୍ୟଶସ୍ୟର 92 ଶତାଂଶ ।

ଏହା ପୂର୍ବରୁ ମାର୍ଚ୍ଚ 2020ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା ପରେ ଦୁର୍ଦ୍ଦଶାଗତ ଗରିବ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲା ଏବଂ ଏହା ଏପ୍ରିଲ, ମେ ଏବଂ ଜୁନ୍‌ ମାସ ପାଇଁ ଉଦ୍ଦିଷ୍ଟ ଥିଲା । ଯୋଜନାର ଲକ୍ଷ୍ୟ ଥିଲା ଲକ୍‌ ଡାଉନ ଘୋଷଣା ପରେ କାମଧନ୍ଦା ବନ୍ଦ ଥିବାରୁ ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଯୋଗାଇବା । ଏହି ସ୍ୱତନ୍ତ୍ର ଯୋଜନାରେ 81 କୋଟି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କୁ ଅନ୍ତଦ୍ୟୋୟ ଅନ୍ନ ଯୋଜନାରେ ସ୍ୱତନ୍ତ୍ରଭାବେ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେବା । ମାସକୁ ମୁଣ୍ଡପିଛା ଅତିରିକ୍ତ 5 କେଜି ଚାଉଳ ଓ ଗହମ ଏହି ହିତାଧିକାରୀମାନେ ସେମାନଙ୍କ ନିୟମିତ କୋଟା ବାହାରେ ମାଗଣାରେ ପାଇଥିଲେ । 2020 ମାର୍ଚ୍ଚ 30ରେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସେମାନଙ୍କ କୋଟା ବାବଦରେ ମାସିକ 40 ମେଟ୍ରିକକ ଟନ ହିସାବରେ 3 ମାସ ପାଇଁ 121 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ଅବଗତ କରାଯାଇଥିଲା । ନିଜର ଆବଶ୍ୟକତା ଅନୁସାରେ ଏହି ଖାଦ୍ୟଶସ୍ୟ ଏଫ୍‌ସିଆଇ ଗୋଦାମ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଭଣ୍ଡାରରୁ ଏପ୍ରିଲ-ଜୁନ୍‌ ମାସ ପାଇଁ 3 ମାସ ନିମନ୍ତେ ଉଠାଇବାକୁ ପରାମର୍ଶ ଦିଆଯାଇଥିଲା ।

 

**********

 



(Release ID: 1643609) Visitor Counter : 258