ଅର୍ଥ ମନ୍ତ୍ରଣାଳୟ

କେତେକ ରାଷ୍ଟ୍ରରୁ ସରକାରଙ୍କ ଦ୍ୱାରା ସାମଗ୍ରୀ ଆମଦାନୀ ଉପରେ କଟକଣା ଜାରି

Posted On: 23 JUL 2020 10:14PM by PIB Bhubaneshwar

ଭାରତ ସରକାରଙ୍କ ପକ୍ଷରୁ ସାଧାରଣ ଆର୍ଥକ ନିୟମାବଳୀ 2017ରେ କେତେକ ସଂଶୋଧନ ଘଟାଯାଇଛି ଏହି ସଂଶୋଧନ ବଳରେ ସରକାର ଭାରତ ସହ ସୀମା ଲାଗିଥିବା କେତେକ ରାଷ୍ଟ୍ରରୁ ଦେଶର ପ୍ରତିରକ୍ଷା ଏବଂ ଜାତୀୟ ସୁରକ୍ଷା କାରଣରୁ ସାଧାରଣ ସାମଗ୍ରୀ ଆମଦାନୀ  ଅଥବା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସେହିଭଳି କାର୍ଯ୍ୟ ସଂପର୍କୀତ କାରବାର ଉପରେ କଟକଣା ଜାରି କରିଛନ୍ତି ଏହି ସଂଶୋଧିତ ନିୟମାବଳୀ ଅନୁସାରେ ବ୍ୟୟ ବିଭାଗ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି ଯାହାକି ଭାରତର ପ୍ରତିରକ୍ଷା ଏବଂ ଜାତୀୟ ନିରାପତ୍ତାକୁ ସୁଦୃଢ଼ କରିବା ଲାଗି ଉଦ୍ଦିଷ୍ଟ

ଏହି ଆଦେଶନାମା ଅନୁସାରେ ଯେକୌଣସି ନିଲାମଧାରୀ କ୍ରେତା ସେଭଳି ଦେଶ ଯାହା ସହ ଭାରତର ଭୂସୀମା ସଂଲଗ୍ନ ରହିଛି ସେମାନେ ଯେକୌଣସି ସାମଗ୍ରୀ, ସେବା  (ପରାମର୍ଶ ସେବା ଏବଂ ଅଣ- ପରାମର୍ଶ ସେବା ସମେତ) କିମ୍ବା କାର୍ଯ୍ୟ (ଟର୍ଣ୍ଟ କି ପ୍ରକଳ୍ପକୁ ମିଶାଇ) ଆହରଣ କରିବାକୁ ସକ୍ଷମ ହେବେ, ଯଦ୍ୟପି ସେମାନେ କ୍ଷମତାପ୍ରାପ୍ତ ପ୍ରାଧିକରଣଙ୍କ ନିକଟରେ ଏଥିପାଇଁ ନାମ ପଞ୍ଜିକୃତ କରିଥିବେ ଏଭଳି ପଞ୍ଜିକରଣ ସକାଶେ କ୍ଷମତାପ୍ରାପ୍ତ ପ୍ରାଧିକରଣ ହେଲେ ପଞ୍ଜିକରଣ କମିଟି ଯାହାକି ଶିଳ୍ପ ଆଭ୍ୟନ୍ତରୀଣ ବାଣିଜ୍ୟ କାରବାର ପ୍ରୋତ୍ସାହନ ବିଭାଗ (ଡ଼ିପିଆଇଆଇଟି) ଭାବେ ପରିଚିତ ଏଥିପାଇଁ ବୈଦେଶିକ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟଙ୍କ ଠାରୁ ଆଗୁଆ ଅନୁମତି ପ୍ରାପ୍ତ ହେବା ବାଧ୍ୟତାମୂଳକ କରାଯାଇଛି

ଏହି ଆଦେଶନାମା ପରିସରକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ, ସ୍ୱୟଂଶାସିତ ସଂସ୍ଥା, କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ଉଦ୍ୟୋଗ (ସିପିଏସଇ) ଏବଂ ସାଧାରଣ ଘରୋଇ ସହଭାଗୀତାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଯେଉଁମାନେ କି ସରକାର କିମ୍ବା ତାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାମାନଙ୍କ ଠାରୁ ଆର୍ଥିକ ସହାୟତା ପ୍ରାପ୍ତ ହେଉଛନ୍ତି ସେମାନଙ୍କ ପାଇଁ ଲାଗୁ କରାଯାଇଛି

ରାଜ୍ୟ ସରକାରମାନେ ମଧ୍ୟ ଜାତୀୟ ନିରାପତ୍ତା ଏବଂ ଦେଶର ପ୍ରତିରକ୍ଷା କାରଣ ଦୃଷ୍ଟିରୁ ଏହି ଆଦେଶନାମାକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ପତ୍ର ଲେଖାଯାଇଛି ଯେଉଁଥିରେ  ରାଜ୍ୟ ସରକାରମାନେ ଏବଂ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଅନ୍ୟାନ୍ୟ ସଂସ୍ଥାମାନେ ଏକଳି ସାମଗ୍ରୀ ସେବା ଆହରଣ କଲାବେଳେ ଏଭଳି ଆଦେଶନାମାକୁ ପ୍ରବର୍ତ୍ତନ ସକାଶେ ଭାରତ ସମ୍ବିଧାନର ଧାରା 257 (1)ରେ ଥିବା ପ୍ରାବଧାନକୁ ଜାରି କରିବେ ରାଜ୍ୟ ସରକାରମାନଙ୍କ ସାମଗ୍ରୀ ଆହରଣ ନିମନ୍ତେ ଏକ କ୍ଷମତାପ୍ରାପ୍ତ ପ୍ରାଧିକରଣ ରାଜ୍ୟମାନଙ୍କ ଦ୍ୱାରା ଗଠନ କରାଯିବ କିନ୍ତୁ ଏଥିପାଇଁ ରାଜନୈତିକ ଏବଂ ନିରାପତ୍ତା ଜନିତ ମଂଜୁରୀ ଆହରଣ ଆବଶ୍ୟକ

କେତେଗୋଟି ସୀମିତ  କ୍ଷେତ୍ରରେ ଏହି ଆଦେଶନାମାକୁ କୋହଳ କରାଯାଇଛି ଯେଉଁଥିରେ ବୈଶ୍ୱିକ ମହାମାରୀ କୋଭିଡ଼-19 ନିୟନ୍ତ୍ରଣ ଜନିତ ମେଡ଼ିକାଲ ସାମଗ୍ରୀ ଆହରଣକୁ ସାମିଲ କରାଯାଇଛି ତେବେ ତାହାର ସମୟସୀମାକୁ ଡିସେମ୍ବର 31, 2020 ପର୍ଯ୍ୟନ୍ତ ସୀମିତ ରଖାଯାଇଛି ଆଉ ଏକ ପୃଥକ ଆଦେଶନାମାରେ ଯେଉଁସବୁ ରାଷ୍ଟ୍ରମାନଙ୍କୁ ଭାରତ ସରକାର ବିଭିନ୍ନ ପ୍ରକାର ଋଣ ଯୋଗାଇ ଦେଉଛନ୍ତି ଅଥବା ବିକାଶମୂଳକ କାର୍ଯ୍ୟକ୍ରମ ନିମନ୍ତେ ସହାୟତା ପ୍ରଦାନ କରୁଛନ୍ତି ସେମାନଙ୍କ ଠାରୁ ସାମଗ୍ରୀ ଆହରଣ ସକାଶେ ଏପରି ପ୍ରାକ ପଞ୍ଜିକରଣ ଆବଶ୍ୟକତାକୁ ବାଦ ଦିଆଯାଇଛି

ଏହି ନୂତନ ବ୍ୟବସ୍ଥା ସମସ୍ତ ନୂତନ ବ୍ୟବସାୟକାରୀଙ୍କ ସକାଶେ ଲାଗୁ ହେବ ନିଲାମ ପରିପ୍ରେକ୍ଷୀରେ ଯେଉଁସବୁ ନିଲାମ ଏବେସୁଦ୍ଧା ଜାରି କରାଯାଇ ସାରିଛି, ଯଦି ତାହା ପ୍ରଥମ ପର୍ଯ୍ୟାୟ ଯୋଗ୍ୟତା ମୂଲ୍ୟାୟନ ପର୍ଯ୍ୟାୟରେ ଥାଏ ଏବଂ ତାହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ, ତେବେ ନିଲାମଧାରୀମାନେ ଯେଉଁମାନେ କି ନୂତନ ଆଦେଶନାମା ଅନୁସାରେ ସେମାନଙ୍କର ନାମ ପଞ୍ଜିକରଣ କରିନାହାନ୍ତି ସେମାନଙ୍କର ଏଥିପାଇଁ ଯୋଗ୍ୟତା ନାହିଁ ବୋଲି ବିବେଚନା କରାଯିବ   ଯଦି ସେହି ପର୍ଯ୍ୟାୟ ଅତିକ୍ରମ କରିସାରିଥିବ, ସାଧାରଣ ଭାବେ ସେହି ଟେଣ୍ଡରକୁ ବାତିଲ କରାଯିବ ଏବଂ ଏହି ପ୍ରକ୍ରିୟା ପ୍ରଥମରୁ ସାନି ଆରମ୍ଭ କରାଯିବ ଏହି ଆଦେଶନାମା ଅନ୍ୟାନ୍ୟ ସାଧାରଣ ସାମଗ୍ରୀ ଆହରଣ କ୍ଷେତ୍ର ପାଇଁ ମଧ୍ୟ ଲାଗୁ ହେବ ତେବେ ଘରୋଇ ସେକ୍ଟର ସାମଗ୍ରୀ ସଂଗ୍ରହ ନିମନ୍ତେ ତାହା ପ୍ରଯୁଜ୍ୟ ହେବନାହିଁ

ସଂପୃକ୍ତ ଆଦେଶନାମାକୁ ଏହିଠାରେ ଆକ୍ସେସ୍ କରିହେବ

ପରିଶିଷ୍ଟ 1

ପରିଶିଷ୍ଟ 2

 

**********

 



(Release ID: 1640837) Visitor Counter : 326