ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

2020-21 ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଏନଆରଇଜିଏସ ଅନ୍ତର୍ଗତ ବର୍ତ୍ତମାନସୁଦ୍ଧା ସର୍ବାଧିକ 1,05,500 କୋଟି ଟଙ୍କା ଆବଂଟନ; 31,493 କୋଟି ଟଙ୍କାର ଅର୍ଥରାଶି ଜାରି

• ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା 6.69 କୋଟି ଲୋକଙ୍କୁ କାମ ଯୋଗାଇ ଦିଆଯାଇଛି; ମେ 2020ରେ ହାରାହାରୀ 2.51 କୋଟି ଲୋକଙ୍କୁ ପ୍ରତିଦିନ ମିଳିଛି କାମ, ଯାହା ପୂର୍ବ ବର୍ଷର ମେ ମାସରେ ପ୍ରଦାନ କରାଯାଇଥିବା କାମ ଠାରୁ 73 ପ୍ରତିଶତ ଅଧିକ
• 2020-2021 ଆର୍ଥିକ ବର୍ଷରେ ବର୍ତ୍ତମାନସୁଦ୍ଧା ମୋଟ 10 ଲକ୍ଷ କାମ ଶେଷ ହୋଇଛି; ଜୀବିକାକୁ ପ୍ରୋତ୍ସାହନ ଦେବା ଲାଗି ଜଳ ସଂରକ୍ଷଣ ଓ ସେଚନ, ବୃକ୍ଷରୋପଣ, ଉଦ୍ୟାନ କୃଷି ସହ ଜଡ଼ିତ କାର୍ଯ୍ୟ ଏବଂ ବ୍ୟକ୍ତିଗତ ଲାଭକାରୀ କାମ ଉପରେ ଗୁରୁତ୍ୱ

Posted On: 08 JUN 2020 9:28PM by PIB Bhubaneshwar

ଚଳିତ ଆର୍ଥିକ ବର୍ଷ 2020-2021 ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଂଟି ଯୋଜନା (ମନରେଗା) ଅନ୍ତର୍ଗତ 1,01,500 କୋଟି ଟଙ୍କା ଆବଂଟନ କରାଯାଇଛି ଯାହାକି ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବର୍ତ୍ତମାନସୁଦ୍ଧା ଆବଂଟିତ ଅର୍ଥରାଶି ମଧ୍ୟରେ ସର୍ବାଧିକ ।

2020-21 ଆର୍ଥିକ ବର୍ଷ କାଳରେ 31,493 କୋଟି ଟଙ୍କାର ଅର୍ଥରାଶି ପୂର୍ବରୁ ଜାରି କରାଯାଇସାରିଛି ।

ବର୍ତ୍ତମାନସୁଦ୍ଧା 60.80 କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ଏବଂ 6.69 କୋଟି ଲୋକଙ୍କୁ କାମ ଯୋଗାଇ ଦିଆଯାଇଛି । ମେ 2020ରେ ହାରାହାରୀ 2.51 କୋଟି ଲୋକଙ୍କୁ ପ୍ରତିଦିନ କାର୍ଯ୍ୟ ଦିଆଯାଇଛି, ଯାହାକି ଗତ ବର୍ଷ ମେ ମାସରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ଠାରୁ 73 ପ୍ରତିଶତ ଅଧିକ, ଯାହା 1.45 କୋଟି ଲୋକ ଦୈନିକ ଥିଲା ।

2020-2021 ଆର୍ଥିକ ବର୍ଷ କାଳରେ ବର୍ତ୍ତମାନସୁଦ୍ଧା ମୋଟ 10 ଲକ୍ଷ କାମ ଶେଷ ହୋଇଛି । ଜୀବିକାକୁ ପ୍ରୋତ୍ସାହନ ଦେବା ଲାଗି ଜଳ ସଂରକ୍ଷଣ ଓ ସେଚନ, ବୃକ୍ଷରୋପଣ, ଉଦ୍ୟାନକୃଷି ସହ ଜଡ଼ିତ କାର୍ଯ୍ୟ ଏବଂ ବ୍ୟକ୍ତିଗତ ଲାଭକାରୀ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି ।

 

**********



(Release ID: 1630521) Visitor Counter : 257