ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଟ୍ୟୁଲିପ- ସମସ୍ତ ୟୁଏଲବି ଏବଂ ସ୍ମାର୍ଟ ସହରରେ ନୂଆ ସ୍ନାତକମାନଙ୍କୁ ସୁଯୋଗ ପ୍ରଦାନ କରିବା ଲାଗି ସହରୀ ଅଧ୍ୟୟନ ତାଲିମ କାର୍ଯ୍ୟକ୍ରମର ଆରମ୍ଭ

Posted On: 04 JUN 2020 1:47PM by PIB Bhubaneshwar

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ’, ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ଏସ. ପୁରୀଙ୍କ ଦ୍ୱାରା ଏବଂ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଦ ଅର୍ବାନ ଲର୍ଣ୍ଣିଂ ଇଂଟର୍ନସିପ ପ୍ରୋଗ୍ରାମ (ଟ୍ୟୁଲିପ) ବା ସହରାଂଚଳ ଅଧ୍ୟୟନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ ମିଳିତ ଭାବେ ଏକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏହା ଏଭଳି ଏକ କାର୍ଯ୍ୟକ୍ରମ ଯାହା ସାରା ଦେଶର ସମସ୍ତ ସହରାଂଚଳ ସ୍ଥାନୀୟ ପ୍ରଶାସନ (ୟୁଏଲବି) ଓ ସ୍ମାର୍ଟ ସହରରେ ନୂଆ ସ୍ନାତକମାନଙ୍କୁ ପ୍ରଶିକ୍ଷଣ ସୁଯୋଗ ପ୍ରଦାନ କରିବ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ, ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦୁର୍ଗାଶଙ୍କର ମିଶ୍ର, ଏଆଇସିଟିଇର ଅଧ୍ୟକ୍ଷ ଏବଂ ଉଭୟ ମନ୍ତ୍ରଣାଳୟ ତଥା ଏଆଇସିଟିଇର ଅଧିକାରୀମାନେ ଟ୍ୟୁଲିପ ପୋର୍ଟାଲର ଶୁଭାରମ୍ଭ କରିଥିଲେ ।

ଟ୍ୟୁଲିପ ଏଭଳି ଏକ କାର୍ଯ୍ୟକ୍ରମ ଯାହା ସହରାଂଚଳ କ୍ଷେତ୍ରରେ ନୂଆ ସ୍ନାତକମାନଙ୍କୁ ଅଭିଜ୍ଞତା ସହିତ ଅଧ୍ୟୟନ କରିବାର ଅବସର ପ୍ରଦାନ କରିବ । ଆମ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱର ପରିଣାମ ସ୍ୱରୂପ ଦେଶର ଯୁବକମାନଙ୍କ ଶକ୍ତି ଓ ସେମାନଙ୍କ କ୍ଷମତା କେବଳ ଆମ ଦେଶରେ ନୁହେଁ ସାରା ବିଶ୍ୱରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ । ଭାରତର ଯୁବକମାନେ ଆମ ଦେଶର ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ପ୍ରଧାନମନ୍ତ୍ରୀଙ୍କର ଦୃଢ଼ ବିଶ୍ୱାସ ରହିଛି ।

ସ୍ମାର୍ଟ ସହର ମିଶନ-ପ୍ରଗତିର ଚିତ୍ର

ସ୍ମାର୍ଟ ସହର ମିଶନ ସହରୀ ଭାରତର ଭବିଷ୍ୟତର ମୂଳଦୁଆ ପ୍ରତିଷ୍ଠା କରିବା ସହିତ ବିଗତ 3 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛି । ବର୍ତ୍ତମାନସୁଦ୍ଧା 1,65,000 କୋଟି ଟଙ୍କାର ପ୍ରକଳ୍ପର ଟେଣ୍ଡର ହୋଇଥିବା ବେଳେ 1,24,000 କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସ୍ତରରେ ରହିଛି । ଏଥିମଧ୍ୟରୁ 26,700 କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନାଗରିକମାନେ ଏହାର ଲାଭ ପାଇପାରିଛନ୍ତି ।

ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆକାଂକ୍ଷାପୂର୍ଣ୍ଣ ଭାରତଯୋଜନା ଅନ୍ତର୍ଗତ 2020-21 ବଜେଟ ଅନୁରୂପ ଟ୍ୟୁଲିପ ଯୋଜନାର ପରିକଳ୍ପନା କରିଥିଲେ । ଏହି ଘୋଷଣା ଅନୁସାରେ ସରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାର ପ୍ରସ୍ତାବ ଦେଇଛନ୍ତି । ଯାହାର ଅନ୍ତର୍ଗତ ସାରା ଦେଶରେ ସହରାଂଚଳ ସ୍ଥାନୀୟ ପ୍ରଶାସନ ଗୋଟିଏ ବର୍ଷର ଅବଧି ନିମନ୍ତେ ନୂଆ ଇଞ୍ଜିନିୟରମାନଙ୍କୁ ଇଂଟର୍ଣ୍ଣସିପର ସୁଯୋଗ ପ୍ରଦାନ କରିବେ ।

ଟ୍ୟୁଲିପ ଭାରତର ସ୍ନାତକମାନଙ୍କୁ ବଜାର ମୂଲ୍ୟକୁ ବଢ଼ାଇବାରେ ସହାୟତା କରିବ ଏବଂ ସହରାଂଚଳ ନିୟୋଜନ, ପରିବହନ ଇଞ୍ଜନିୟରିଂ, ପରିବେଶ, ନଗରପାଳିକା ଅର୍ଥ ଆଦି ବିବିଧ କ୍ଷେତ୍ରରେ ଏକ ସମ୍ଭାବ୍ୟ ପ୍ରତିଭା ପୁଲ ସୃଷ୍ଟି କରିବାରେ ସହାୟକ ହେବ । ଏହାଦ୍ୱାରା କେବଳ ସମ୍ଭାବ୍ୟ ସହରାଂଚଳ ପରିଚାଳନା ନୁହେଁ ବରଂ ପ୍ରତିଭାଶାଳୀ ଘରୋଇ/ଅଣସରକାରୀ କ୍ଷେତ୍ରର ପେସାଦାରମାନଙ୍କୁ ସୃଷ୍ଟି କରାଯାଇପାରିବ । ଟ୍ୟୁଲିପ ଜରିଆରେ ୟୁଏଲବି ଓ ସ୍ମାର୍ଟ ସହରଗୁଡ଼ିକୁ ଅଧିକ ଲାଭବାନ ହେବେ । ଏହା ସହରୀ ଆହ୍ୱାନର ସମାଧାନ ଲାଗି ସହ-ନିର୍ମାଣରେ ଯୁବକମାନଙ୍କୁ ଯୋଡ଼ିବା ସହିତ ନୂଆ ବିଚାର ଓ ଉତ୍ସାହର ପ୍ରସାରକୁ ପ୍ରୋତ୍ସାହନ ଦେବ । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଗୋଷ୍ଠୀ ଭାଗୀଦାରୀ ଓ ସରକାରୀ ଶିକ୍ଷା ଉଦ୍ୟୋଗ ନାଗରିକ ସମାଜର ସମ୍ପର୍କକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ପ୍ରୟାସକୁ ଆଗେଇ ନେବ ।

ପ୍ରାରମ୍ଭିକ ବର୍ଷରେ 2025 ସୁଦ୍ଧା ଏମଏଚଆରଟି ଓ ଏଆଇସିଟିଇର 1 କୋଟି ସଫଳ ଇଂଟର୍ଣ୍ଣସିପ ଲକ୍ଷ୍ୟ ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଥିପାଇଁ ଏଆଇସିଟିଇ ସହିତ ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରାଯାଇଛି । ଯାହାର ଅବଧି 5 ବର୍ଷ ରହିଛି । ଏହି ମଞ୍ଚ ପାଇଁ ଏଆଇସିଟିଇ ବୈଷୟିକ ଏବଂ ମନ୍ତ୍ରଣାଳୟ ଅଣବୈଷୟିକ ସହାୟତା ଯୋଗାଇ ଦେଇବ । ଏଆଇସିଟିଇ ଅଧ୍ୟକ୍ଷଙ୍କ ସହିତ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ ପରିଚାଳନା ସମିତି ସମୟ ସମୟରେ କାର୍ଯ୍ୟକ୍ରମର ସମୀକ୍ଷା କରିବେ ।

 

**********

 



(Release ID: 1629488) Visitor Counter : 231