ପ୍ରତିରକ୍ଷା ମନ୍ତ୍ରଣାଳୟ

ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 29 MAY 2020 6:48PM by PIB Bhubaneswar

ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ସନ୍ଧ୍ୟାରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଡଃ ମାର୍କ ଟି ଏସ୍ପରଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି କୋଭିଡ-19 ମହାମାରୀ ମୁକାବିଲା ନେଇ ଦୁଇ ମନ୍ତ୍ରୀ ସେମାନଙ୍କ ଅଭିଜ୍ଞତା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥିଲେ ଏବଂ ଏହି ଦିଗରେ ଉତ୍କୃଷ୍ଟ ଦ୍ୱିପାକ୍ଷିକ ସହଯୋଗ ଜାରି ରଖିବାକୁ ପ୍ରତିବଦ୍ଧ ହୋଇଥିଲେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବ୍ୟବସ୍ଥାର ଅଗ୍ରଗତି ନେଇ ସେମାନେ ସମୀକ୍ଷା କରିଥିଲେ ଏବଂ ପ୍ରତିରକ୍ଷା ସହଭାଗୀତାକୁ ଆହୁରି ଅଧିକ ଦୃଢୀଭୂତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ଏଥିପାଇଁ ଶ୍ରୀ ସିଂ ଆମେରିକା ରକ୍ଷା ମନ୍ତ୍ରୀ ଏସ୍ପରଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ, ଯାହାକୁ ସେ ଖୁସିରେ ଗ୍ରହଣ କରିଥିଲେ

ନିକଟରେ ହୋଇଥିବା ଘୁର୍ଣ୍ଣିବାତ୍ୟା ଅମ୍ଫନ ଦ୍ଵାରା ପୂର୍ବ ଭାରତରେ ହୋଇଥିବା ଜୀବନହାନି ନେଇ ଆମେରିକା ରକ୍ଷା ମନ୍ତ୍ରୀଙ୍କ ସମବେଦନାକୁ ରକ୍ଷା ମନ୍ତ୍ରୀ ଶ୍ରୀ ସିଂ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଭାରତର ରିଲିଫ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ

 

**********

 


(रिलीज़ आईडी: 1627786) आगंतुक पटल : 364
इस विज्ञप्ति को इन भाषाओं में पढ़ें: Punjabi , English , Urdu , हिन्दी , Bengali , Manipuri , Tamil , Telugu , Kannada