ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତେ ଅଲ-ସିସିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 26 MAY 2020 7:38PM by PIB Bhubaneshwar

ଆଜି ଏକ ଟେଲିଫୋନ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ-ଉଲ-ଫିତର ପାଇଁ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତେ ଅଲ-ସିସି ଏବଂ ଇଜିପ୍ଟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏହି ଅଭିନନ୍ଦନ ଗ୍ରହଣ କରିବା ବେଳେ ଇଜିପ୍ଟ ଏବଂ ଭାରତକୁ ବିଶ୍ୱର ସର୍ବ ପୁରାତନ ସଭ୍ୟତା ବୋଲି ଇଜିପ୍ଟ ରାଷ୍ଟ୍ରପତି କହିଥିଲେ ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଖୁସି ବ୍ୟକ୍ତ କରିଥିଲେ

କୋଭିଡ-19 ସଙ୍କଟ ସମୟରେ ଇଜିପ୍ଟରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ତଥା ସେମାନଙ୍କ କଲ୍ୟାଣ ପାଇଁ ଇଜିପ୍ଟ କର୍ତ୍ତୃପକ୍ଷଙ୍କ ସହାୟତା ଲାଗି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ

କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଇଜିପ୍ଟ ଗସ୍ତକୁ ସ୍ଥଗିତ ରଖିବା ବିଷୟ ଉଲ୍ଲେଖ କରିବା ସହିତ ପରିସ୍ଥିତି ଅନୁକୂଳ ହେବା ମାତ୍ରେ ରାଷ୍ଟ୍ରପତି ସିସିଙ୍କୁ ଭେଟିବାର ଇଚ୍ଛା ପ୍ରକାଶ କରିଥିଲେ

 

**********


(रिलीज़ आईडी: 1627050) आगंतुक पटल : 252
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Manipuri , Assamese , Gujarati , Telugu , Kannada , Malayalam