ପ୍ରତିରକ୍ଷା ମନ୍ତ୍ରଣାଳୟ
ସେନା କମାଣ୍ଡର ସମ୍ମିଳନୀ
Posted On:
26 MAY 2020 6:40PM by PIB Bhubaneshwar
ସେନା କମାଣ୍ଡର ସମ୍ମିଳନୀ, ଏକ ସର୍ବୋଚ୍ଚ ସ୍ତରର ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ ଯାହା ଏପ୍ରିଲ 2020 ପାଇଁ ଧାର୍ଯ୍ୟ ହୋଇଥିଲା । କୋଭିଡ-19 ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ବିଚାର ବିମର୍ଶ କାର୍ଯ୍ୟକ୍ରମକୁ ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ । ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ 27 ରୁ 29 ମେ’ 2020 ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନ 2020ର ଶେଷ ସପ୍ତାହରେ ହେବା ନେଇ ଧାର୍ଯ୍ୟ କରାଯାଇଛି ।
ଭାରତୀୟ ସେନାର ସର୍ବୋଚ୍ଚସ୍ତରୀୟ ନେତୃତ୍ୱ ବର୍ତ୍ତମାନର ସୁରକ୍ଷା ଏବଂ ପ୍ରଶାସନିକ ଆହ୍ଵାନ ସମ୍ପର୍କରେ ବିଚାର ବିମର୍ଶ କରିବା ଏବଂ ଭାରତୀୟ ସେନା ପାଇଁ ଭବିଷ୍ୟତର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବ । ସେନା କମାଣ୍ଡର ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ କଲେଜିୟଟ ସିଷ୍ଟମ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ ।
ସାଉଥ ବ୍ଲକରେ ଆୟୋଜିତ ହେବାକୁଥିବା ଏହି ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଲଜିଷ୍ଟିକ ଏବଂ ମାନବ ସମ୍ବଳ ସମ୍ବନ୍ଧୀୟ ଅଧ୍ୟୟନ ସହିତ ପରିଚାଳନା ଏବଂ ପ୍ରଶାସନିକ ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ।
**********
(Release ID: 1627004)
Visitor Counter : 213