ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ମରିସସ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 23 MAY 2020 2:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ ପ୍ରଧାନମନ୍ତ୍ରୀ ମହାମହିମ ପ୍ରବୀନ୍ଦ ଜଗନ୍ନାଥଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି

ଘୂର୍ଣ୍ଣିବାତ୍ୟା ଅମ୍ଫନ ଦ୍ୱାରା ଭାରତରେ ହୋଇଥିବା କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ସମବେଦନା ଜଣାଇଥିଲେ 'ଅପରେସନ୍ ସାଗର'ର ଏକ ଅଂଶବିଶେଷ ଭାବେ ଭାରତୀୟ ନୌ-ଜାହାଜ ‘କେଶରୀ’କୁ ମରିସସ ପଠାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମରିସସ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ କୋଭିଡ-19 ମହାମାରୀ ଲଢେଇରେ ସାହାଯ୍ୟ କରିବା ଲାଗି ଏକ 14ଜଣିଆ ଡାକ୍ତରୀ ଦଳ ଏବଂ ଔଷଧ ଏହି ଜାହାଜରେ ଯାଇଥିଲେ ।

ଭାରତ ଏବଂ ମରିସସ ମଧ୍ୟରେ ଥିବା ସ୍ଵତନ୍ତ୍ର ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସଙ୍କଟ ସମୟରେ ଭାରତ ତାହାର ବନ୍ଧୁମାନଙ୍କୁ ସମର୍ଥନ କରିବା ପାଇଁ ବଦ୍ଧପରିକର । 

ପ୍ରଧାନମନ୍ତ୍ରୀ ଜଗନ୍ନାଥଙ୍କ ନେତୃତ୍ୱରେ କୋଭିଡ-19 ବିରୁଦ୍ଧରେ ମରିସସରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନେଇ ପ୍ରଧାନମନ୍ତ୍ରୀ ନିଜର କୃତଜ୍ଞତା ଜଣାଇଥିଲେ, ଯାହାଦ୍ୱାରା ବିଗତ ଅନେକ ସପ୍ତାହ ଧରି କୌଣସି ନୂତନ ମାମଲା ଦେଖାଯାଇ ନାହିଁ  ସେ ପରାମର୍ଶ ଦେଇଥିଲେ ଯେ, ମରିସସ ଏହାର ସର୍ବୋତ୍ତମ ପ୍ରୟୋଗର ଦସ୍ତାବିଜ କରିପାରିବ, ଯାହା ଅନ୍ୟ ଦେଶ, ବିଶେଷକରି ଦ୍ୱୀପପୁଞ୍ଜ ଦେଶମାନଙ୍କ ପାଇଁ ମଧ୍ୟ ସମାନ ସ୍ୱାସ୍ଥ୍ୟ ସଙ୍କଟ ମୁକାବିଲା କରିବାରେ ସହାୟକ ହେବ।

ଦୁଇନେତା ମରିସସର ଆର୍ଥିକ କ୍ଷେତ୍ରକୁ ସମର୍ଥନ କରିବା, ମରିସସ ଯୁବକମାନଙ୍କୁ ଆୟୁର୍ବେଦିକ ଡାକ୍ତରୀ ଅଧ୍ୟୟନ କରିବାକୁ ସକ୍ଷମ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଥିଲେ

ମରିସସବାସୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ତଥା ଦୁଇ ଦେଶ ମଧ୍ୟରେ ଅଦ୍ଵିତୀୟ ସମ୍ପର୍କ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶୁଭେଚ୍ଛା ଜଣାଇଥିଲେ

 

**********


(रिलीज़ आईडी: 1626463) आगंतुक पटल : 404
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Kannada , Malayalam