ଅର୍ଥ ମନ୍ତ୍ରଣାଳୟ

ଏନବିଏଫସି/ଏଚଏଫସିମାନଙ୍କୁ ଲିକ୍ୟୁଡ଼ିଟି ଜନିତ କ୍ଷତି ମୁକାବିଲା ସକାଶେ ସ୍ୱତନ୍ତ୍ର ଲିକ୍ୟୁଡ଼ିଟି ଯୋଜନାକୁ କ୍ୟାବିନେଟ ମଞ୍ଜୁରି

Posted On: 20 MAY 2020 2:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ଅନୁଷ୍ଠାନ (ଏନବିଏଫସି)/ ଗୃହନିର୍ମାଣ ଆର୍ଥିକ କମ୍ପାନୀ (ଏଚଏଫସି)ମାନଙ୍କୁ ଲିକ୍ୟୁଡିଟି ଜନିତ କ୍ଷତି ମୁକାବିଲା ସକାଶେ ସ୍ୱତନ୍ତ୍ର ଲିକ୍ୟୁଡିଟି ଯୋଜନାକୁ ମଂଜୁରୀ ପ୍ରଦାନ କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ସ୍ୱତନ୍ତ୍ର ଲିକ୍ୟୁଡିଟି ଯୋଜନା କାର୍ଯ୍ୟକାରୀ କରିବା ସକାଶେ ପ୍ରସ୍ତାବ ଦିଆଯାଇଥିଲା । ଏହା ଦ୍ୱାରା ଏହିସବୁ ସଂସ୍ଥା ତଥା କମ୍ପାନୀମାନେ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ ।

ଆର୍ଥିକ ପରିଣାମ:

ଏହା ଦ୍ୱାରା ସରକାରଙ୍କ ଉପରେ 5 କୋଟି ଟଙ୍କାର ଆର୍ଥିକ ପ୍ରଭାବ ପଡ଼ିବ ଯାହାକି ଏଭଳି ସ୍ୱତନ୍ତ୍ର ଉଦ୍ଦେଶ୍ୟ ବ୍ୟବସ୍ଥା (ଏପସିଭି) ପାଇଁ ଇକ୍ୟୁଟି ବାବଦକୁ ଦେବାକୁ ପଡ଼ିବ । ଏହା ବ୍ୟତୀତ, ସରକାରଙ୍କ ଉପରେ ଆଉ ଅଧିକ କିଛି ଆର୍ଥିକ ବୋଝ ପଡ଼ିବନାହିଁ  । ବିଶେଷ କରି ଏଥି ସକାଶେ ଜାରି କରାଯାଇଥିବା ଗ୍ୟାରେଣ୍ଟି ବଳବତ୍ତର ଥିବା ପର୍ଯ୍ୟନ୍ତ । କିନ୍ତୁ ଏହା ଜାରି ହେବା ମାତ୍ରେ, ସରକାରୀ ଲିକ୍ୟୁଡିଟି ଖିଲାଫ ପରିମାଣ ସହ ସମାନ ହେବ ଯାହାକି ଗ୍ୟାରେଣ୍ଟି ସିଲିଂ ସ୍ଥଳେ ଅନୁଭୂତ ହେବ । ମୋଟ ଗ୍ୟାରେଣ୍ଟି ସିଂଲିଂ 30,000 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହାକି ବର୍ତ୍ତମାନର ଆବ୍ୟଶ୍ୟକତାକୁ ହିସାବକୁ ନେଇ ଅନୁମାନ କରାଯାଇଛି ।

ଯୋଜନାର ବିସ୍ତୃତ ବିବରଣୀ:

ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ (ଏନବିଏଫସି) ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ (ଏଚଏଫସି)ମାନେ ଏଭଳି ସ୍ୱତନ୍ତ୍ର ଲିକ୍ୟୁଡିଟି ଯୋଜନା ମାଧ୍ୟମରେ ସେମାନଙ୍କ ଉପରେ ପଡ଼ୁଥିବା ଲିକ୍ୟୁଡିଟି ବୋଝର ମୁକାବିଲା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏଭଳି ଯୋଜନା ପ୍ରସ୍ତାବ ଦିଆଯାଇଥିଲା । ଏଥିପାଇଁ ଏକ ଏସପିଭି ଗଠନ କରାଯିବ ଯାହାକି ଚାପଗ୍ରସ୍ତ ସଂପଦ ପାଣ୍ଠି (ଏସଏଏଫ)କୁ ପରିଚାଳନା କରିବ । ଏହାର ସ୍ୱତନ୍ତ୍ର ସିକ୍ୟୁରିଟିକୁ ଭାରତ ସରକାରଙ୍କ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ ଓ ଏହାକୁ କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କ୍ରୟ କରିବେ । ଏଭଳି ସିକ୍ୟୁରିଟିଗୁଡ଼ିକୁ ବିକ୍ରୟ କରି ଯେଉଁ ଅର୍ଥ ଉପାର୍ଜନ କରାଯିବ ତାହା ଏସପିଭି ଦ୍ୱାରା ସ୍ୱଳ୍ପକାଳୀଳ ଋଣ ଭାବେ ଏନବିଏଫସି/ ଏଚଏଫସିମାନଙ୍କ ଦ୍ୱାରା ଅଧିଗ୍ରହଣ କରାଯିବ । କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଅଧୀନସ୍ଥ ଆର୍ଥିକ ସେବା ବିଭାଗ ଏହାକୁ ପରିଚାଳନା କରିବ ଏବଂ ଏ ସଂପର୍କୀତ ବିସ୍ତୃତ ଗାଇଡ଼ ଲାଇନ୍‌ ଜାରି କରିବ ।

ପ୍ରବର୍ତ୍ତନ କାର୍ଯ୍ୟସୂଚୀ:

ଗୋଟିଏ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ଏକ ଏସପିଭି ଗଠନ କରିବ ଏବଂ ତାହା ଚାପଗ୍ରସ୍ତ ସଂପଦ ପାଣ୍ଠି ପରିଚାଳନା କରିବାସହ ଭାରତ ସରକାରଙ୍କ ଦ୍ୱାରା ସୁଧ ଗ୍ରହଣକାରୀ ସ୍ୱତନ୍ତ୍ର ସିକ୍ୟୁରିଟି ଜାରି କରାଯିବ । ଏହାକୁ କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ହିଁ କ୍ରୟ କରିପାରିବେ । ଆବଶ୍ୟକତା ଅନୁସାରେ ଏସପିଭି ତାଙ୍କର ସିକ୍ୟୁରିଟି ଜାରି କରିବେ । ତେବେ ଏହି ସିକ୍ୟୁରିଟିର ପରିମାଣ କୌଣସି ସ୍ଥଳେ 30,000 ଟଙ୍କାରୁ ଅଧିକ ହେବନାହିଁ । ତେବେ ଆବଶ୍ୟକତା ଅନୁସାରେ ଏହି ପରିମାଣର ଅବଧିକୁ ବୃଦ୍ଧି କରାଯିବ । ଏସପିଭି ଦ୍ୱାରା ଜାରି ସିକ୍ୟୁରିଟିକୁ ଆରବିଆଇ କ୍ରୟ କରିବ ଏବଂ ସେଥିରୁ ଲବ୍ଧ ରାଶି ଏସପିଭି ଦ୍ୱାରା ବ୍ୟବହାର କରାଯିବ ଯାହା ମାଧ୍ୟମରେ ଏନବିଏଫସି/ ଏଚଏଫସିମାନେ ଋଣ ଅନ୍ୟୁନ ପକ୍ଷେ ନିବେଶ ଗ୍ରେଡ଼ର ସ୍ୱଳ୍ପକାଳନୀ ରାଶି (3 ମାସ ପର୍ଯ୍ୟନ୍ତ ରିଜିଡ଼ୁଆରୀ ମାଚ୍ୟୁରିଟି) ଅଧିଗ୍ରହଣ କରିପାରିବେ ।

ପ୍ରଭାବ:

ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନାରେ ଯେଭଳି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଏନବିଏଫସିମାନଙ୍କ ସହ ବିବିଧ ଦ୍ୱିପାକ୍ଷିକ କାରବାର ହୋଇଥାଏ ତାହା ପରିବର୍ତ୍ତେ ଏଥିପାଇଁ ଏନବିଏଫସିମାନେ ସେମାନଙ୍କର ଚଳନ୍ତି ସଂପତ୍ତି ପୋର୍ଟଫୋଲିଓକୁ ଲିକ୍ୟୁଡ଼େଟ କରି ଏପସିଭିମାନଙ୍କ ସହ ୱାନ-ଷ୍ଟପ୍‌ ବ୍ୟବସ୍ଥା କରିପାରିବେ । ଏହାଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରୁ ସେମାନଙ୍କ ନିକଟକୁ ଆବଶ୍ୟକ ପାଣ୍ଠି ଆସିପାରିବ । ପ୍ରସ୍ତାବିତ ଯୋଜନା ଏସପିଭି ତଥା ଏନବିଏଫସିମାନଙ୍କ ସହ ଏକ ୱାନ-ଷ୍ଟପ୍‌ ବ୍ୟବସ୍ଥା । ସେଥିରେ ସେମାନଙ୍କର କୌଣସି ଚଳନ୍ତି ସମ୍ପତ୍ତି ପୋର୍ଟଫୋଲିଓକୁ ଲିକ୍ୟୁଡ଼େଟ୍‌ କରିବାକୁ ପଡ଼ିବନାହିଁ । ଏନବିଏଫସିମାନଙ୍କ ପାଇଁ ଏହି ଯୋଜନା ଏକ ସକ୍ରିୟ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ଯାହା ଦ୍ୱାରା ସେମାନେ ନିବେଶ ଗ୍ରେଡ଼ କିମ୍ପା ତାଠାରୁ ଉତ୍ତର ରେଟିଂଯୁକ୍ତ ବଣ୍ଡ ଜାରି କରିପାରିବେ । ଏହି ଯୋଜନା ପରିଚାଳନା କରିବା ସହଜସାଧ୍ୟ ଏବଂ ଅଣ ବ୍ୟାଙ୍କ ସେକ୍ଟରରୁ ଏହା ପୁଞ୍ଜି ପ୍ରବାହକୁ ସହଜ ଓ ତ୍ୱରାନ୍ୱିତ କରିବ ।

ଉପକାର:

2020-21 ଆର୍ଥିକ ବର୍ଷର ବଜେଟ ଅଭିଭାଷଣରେ ଏହା ଘୋଷଣା କରାଯାଇଥିଲା ଯେ ଏନବିଏଫସି/ ଏଚଏଫସିମାନଙ୍କୁ ଅତିରିକ୍ତ ଲିକ୍ୟୁଡିଟି ସୁବିଧା ଯୋଗାଇ ଦେବା ନିମନ୍ତେ ଗୋଟିଏ ବ୍ୟବସ୍ଥା ଲାଗୁ କରାଯିବ । ପିସିଜିଏସ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଅର୍ଥ ଅତିରିକ୍ତ ଏହି ବ୍ୟବସ୍ଥା କାର୍ଯ୍ୟ କରିବ । ଭାରତ ସରକାର ଏବଂ ଆରବିଆଇ ଦ୍ୱାରା ଏବେ ଯୋଗାଇ ଦିଆଯାଉଥବବା ଲିକ୍ୟୁଡିଟି ବ୍ୟବସ୍ଥା ସହ ଏହା ଅତିରିକ୍ତ ବ୍ୟବସ୍ଥା ଭାବେ ପରିଗଣିତ ହେବ । ଏହି ଯୋଜନା ବାସ୍ତବ ଅର୍ଥନୀତି ପାଇଁ ଉପକାରସିଦ୍ଧ ହେବ ଏବଂ ଏନବିଏଫସି/ ଏଚଏଫସି/ ଏମଏଫଆଇମାନଙ୍କୁ ତାହା ଋଣ ସଂପଦ ଯୋଗାଣ ବୃଦ୍ଧି କରିବ ।

 

**********



(Release ID: 1625595) Visitor Counter : 203