ଅର୍ଥ ମନ୍ତ୍ରଣାଳୟ

ଭାରତର ଦରିଦ୍ରତମ ଲୋକଙ୍କୁ କୋଭିଡ-19ରୁ ସୁରକ୍ଷା ଦେବା ନିମନ୍ତେ ବିଶ୍ୱ ବ୍ୟାଙ୍କର 1 ବିଲିୟନ ଡଲାର ସହାୟତା

Posted On: 15 MAY 2020 7:52PM by PIB Bhubaneshwar

ଭାରତ ସରକାର ଏବଂ ବିଶ୍ୱ ବ୍ୟାଙ୍କ ଆଜି ଏକ ରାଜିନାମା ସ୍ୱାକ୍ଷରିତ କରିଛନ୍ତି । କୋଭିଡ-19 ବିରୋଧରେ ସାମାଜିକ ସୁରକ୍ଷା କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମ ସକାଶେ ଭାରତର ପ୍ରୟାସକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଶ୍ୱ ବ୍ୟାଙ୍କ୍ 1 ବିଲିୟନ ଡଲାରର ପ୍ରସ୍ତାବିତ ସହାୟତା ଯୋଗାଇଦେବ । ତେବେ ଆଜିର ରାଜିନାମା 750 ନିୟୁତ ଡଲାର ଯୋଗାଣ ପାଇଁ ସ୍ୱାକ୍ଷରିତ ହୋଇଛି । ଭାରତ ଏହି ଅର୍ଥକୁ କୋଭିଡ-19 ବୈଶ୍ୱିକ ମହାମାରୀର ପ୍ରଭାବ ଯୋଗୁ  ଆକ୍ରାନ୍ତ ହୋଇଥିବା ଦେଶର ଗରିବ ତଥା ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସାମାଜିକ ସହାୟତା ବାବଦରେ ବ୍ୟୟ କରିବ ।

କୋଭିଡ-19 ବିରୋଧରେ ସଂଗ୍ରାମ କରିବା ନିମନ୍ତେ ବିଶ୍ୱ ବ୍ୟାଙ୍କ ଭାରତକୁ ଯେଉଁ  ମୋଟ 2 ବିଲିୟନ ଡ଼ଲାର ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା ଏହି ରାଶି ତାହାର ଅଂଶବିଶେଷ ।

ଏହି ନୂତନ ସହାୟତା ରାଶି ଦୁଇଟି ପର୍ଯ୍ୟାୟରେ ଯୋଗାଇ ଦିଆଯିବ- 2020 ଆର୍ଥିକ ବର୍ଷ ପାଇଁ ତତ୍କାଳ 750 ନିୟୁତ ଡଲାର ଯୋଗାଣ ଏବଂ 2020 ଆର୍ଥିକ ବର୍ଷରେ ଦ୍ୱିତୀୟ କିସ୍ତି ବାବଦକୁ ଅବଶିଷ୍ଟ 250 ନିୟୁତ ଡଲାର ପ୍ରଦାନ ।

ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଶ୍ରୀ ସମୀର କୁମାର ଖାରେ ଏବଂ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତର କଣ୍ଟ୍ରି ଡାଇରେକ୍ଟର ଶ୍ରୀ ଜୁନେଦ ଅହମ୍ମଦ ଆଜିର ରାଜିନାମାରେ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ନିଜର ମତ ରଖି ଶ୍ରୀ ଖାରେ କହିଲେ ଯେ ଆପଦାଗ୍ରସ୍ତ ପରିବାରଙ୍କୁ ବର୍ତ୍ତମାନ ତଥା ଭବିଷ୍ୟତର ବିପତ୍ତିରୁ ରକ୍ଷା କରିବା ନିମନ୍ତେ ଏକ ସୁଦୃଢ଼ ତଥା ସରଳ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅତି ଜରୁରି । ଏହି କାର୍ଯ୍ୟକ୍ରମର ପ୍ରଭାବ ବୃଦ୍ଧି ପାଇବ ଏବଂ ଭାରତର ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ଏହା ଆପଦାଗ୍ରସ୍ତ ଗୋଷ୍ଠୀଙ୍କୁ ସିଧାସଳଖ ସାମାଜିକ ସୁବିଧା ସୁଯୋଗ ପାଇବାରେ ବିଶେଷ ଭାବେ ସହାୟକ ହେବ । ସାରା ଦେଶର ଦୁର୍ବଳ ଶ୍ରେଣୀର ଲୋକ ଏହାଦ୍ୱାର ଉପକୃତ ହୋଇପାରିବେ ।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ (ପିଏମଜିକେୱାଇ) ମାଧ୍ୟମରେ ଦେଶବ୍ୟାପୀ ପ୍ରବର୍ତ୍ତିତ ହେବ । ଏହାଦ୍ୱାରା ତୁରନ୍ତ ହିତଧାରକମାନଙ୍କୁ ନଗଦ ରାଶି ହସ୍ତାନ୍ତର କରାଯିବ ଏବଂ ଖାଦ୍ୟ ସୁବିଧା ମିଳିପାରିବ । ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଜାତୀୟ ପ୍ଲାଟଫର୍ମ ଏବଂ କାର୍ଯ୍ୟକ୍ରମ ଯଥା ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡ଼ିବିଟି); ମାଧ୍ୟମରେ ରୂପାୟନ କରାଯିବ । କୋଭିଡ-19 ରିଲିଫ କାର୍ଯ୍ୟକ୍ରମରେ ସାମିଲ ମହତ୍ତ୍ୱପୂର୍ଣ୍ଣ କର୍ମଚାରୀମାନଙ୍କ ନିମନ୍ତେ ଏହା ଏକ ବ୍ୟାପକ ସାମାଜିକ ସୁରକ୍ଷା ବ୍ୟବସ୍ଥା ଯୋଗାଇବ । ଏହାତିରିକ୍ତ ଏହି କାର୍ଯ୍ୟକ୍ରମ ଆବଦାଗ୍ରସ୍ତ ଗୋଷ୍ଠୀ, ବିଶେଷ କରି ପ୍ରବାସୀ ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ, ଯେଉଁମାନେ ପିଏମଜିକେୱାଇ ଅଧୀନରେ ସାମିଲ ହୋଇନଥିବାର ଅଧିକତର ରିସ୍କ ରହିଛି ସେମାନଙ୍କୁ ସହାୟକ ହେବ । ଦ୍ୱୀତୀୟ ପର୍ଯ୍ୟାୟରେ, ଏହି କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା ପ୍ୟାକେଜକୁ ଅଧିକ ବ୍ୟାପକ କରିବ ଯଦ୍ୱାରା ରାଜ୍ୟ ସରକାର ଓ ସୀମିତ ସାମାଜିକ ସୁରକ୍ଷା ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ ସ୍ଥାନୀୟ ଆବଶ୍ୟକତାକୁ ଆଧାର କରି ହିତଧାରକମାନଙ୍କୁ ଅତିରିକ୍ତ ରାଶି ଏବଂ ସାମଗ୍ରୀ ଯୋଗାଣ ଭଳି ସୁବିଧା ପ୍ରଦାନ କରିବ ।

ସାମାଜିକ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ, କାରଣ ଭାରତର ଜନସଂଖ୍ୟାର ଅର୍ଦ୍ଧେକ ଲୋକ ଦିନକୁ 3 ଡଲାର ଠାରୁ କମ ରୋଜଗାର କରନ୍ତି ଏବଂ ସେମାନେ ଅତି ଦୟନୀୟ ଭାବେ ଦାରିଦ୍ର୍ୟ ସୀମାରେଖା ପାଖାପାଖି ରହିଛନ୍ତି । ଭାରତର ମୋଟ କର୍ମଶକ୍ତିର 90 ପ୍ରତିଶତରୁ ଅଧିକ ଅସଂଗଠିତ କ୍ଷେତ୍ରରେ ହିଁ କାର୍ଯ୍ୟରତ, ଯେଉଁମାନଙ୍କର କୌଣସି ପ୍ରକାର ବିଶେଷ ସଞ୍ଚୟ ନାହିଁ କିମ୍ବା କାର୍ଯ୍ୟସ୍ଥଳୀ ଭିତ୍ତିକ ସାମାଜିକ ସୁରକ୍ଷା ସୁବିଧା ଯଥା ସବୈତନିକ ଅସୁସ୍ଥତା ଛୁଟି କିମ୍ବା ସାମାଜିକ ବୀମା ଭଳି ବ୍ୟବସ୍ଥା ନାହିଁ । 9 ନିୟୁତରୁ ଅଧିକ ପ୍ରବାସୀ ଯେଉଁମାନେ କି ରାଜ୍ୟ ସୀମାରେଖା ଡ଼େଇଁ ପ୍ରତି ବର୍ଷ ଅନ୍ୟତ୍ର କାର୍ଯ୍ୟ କରିବାକୁ ଯାଆନ୍ତି, ସେମାନେ ମଧ୍ୟ ଅଧିକ ବିପଦପୂଣ୍ଣ ସ୍ଥିତିରେ ଅଛନ୍ତି, କାରଣ  ଭାରତରେ ସାମାଜିକ ସହାୟତା କାର୍ଯ୍ୟକ୍ରମ ମୁଖ୍ୟତଃ ରାଜ୍ୟ ଭିତରେ ଥିବା ଲୋକମାନଙ୍କୁ ହିଁ ପ୍ରଦାନ କରାଯାଇଥାଏ । ରାଜ୍ୟ ସୀମା ବାହାରେ ଥିବା ଲୋକମାନଙ୍କୁ ସେଭଳି ସୁବିଧା ପ୍ରାୟତଃ ମିଳିନଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଭାରତର ସହର ଓ ନଗରଗୁଡ଼ିକର ଉନ୍ନତିକରଣକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷ ସହାୟତାର ଆବଶ୍ୟକତା ରହିଛି । କାରଣ ଭାରତର ବିଶାଳ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ କେବଳ ଗ୍ରାମାଞ୍ଚଳ ଭିତ୍ତିକ ।

ଶ୍ରୀ ଜୁନେଦ ଅହମ୍ମଦ ତାଙ୍କର ବକ୍ତବ୍ୟରେ କହିଲେ ଯେ କୋଭିଡ଼-19 ଭଳି ବୈଶ୍ୱିକ ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି ଏବଂ ଏଥିପାଇଁ ସବୁ ଦେଶର ସରକାରମାନେ ସାମାଜିକ ଦୂରତା ରକ୍ଷା ବ୍ୟବସ୍ଥା ଓ ଲକଡାଉନ କଟକଣା ଅଭୂତପୂର୍ବ ଭାବେ ଲାଗୁ କରିଛନ୍ତି । ଏଭଳି କାର୍ଯ୍ୟାନୁଷ୍ଠାନ ଏହି ଭୂତାଣୁର ସଂକ୍ରମଣର ବ୍ୟାପକତାକୁ ରୋକିବାରେ ସହାୟକ ହେବ ।  କିନ୍ତୁ ଏହା ଅର୍ଥ ବ୍ୟବସ୍ଥା ଏବଂ କର୍ମକ୍ଷେତ୍ର ଉପରେ ପ୍ରଭାବ ପକାଇଛି । ବିଶେଷ କରି ଅସଂଗଠିତ କ୍ଷେତ୍ରକୁ ଏହା ବ୍ୟାପକ ଭାବେ ଆକ୍ରାନ୍ତ କରିଛି । ଭାରତରେ ବିଶ୍ୱର ଦୀର୍ଘତର ଲକଡାଉନ ପାଳନ କରାଯିବା ସତ୍ତ୍ୱେ ତାହା ଏହି ଧାରାରୁ ମୁକ୍ତ ନୁହେଁ ।  ଏହି ପରିପ୍ରେକ୍ଷୀରେ ନଗଦ ରାଶି ଓ ଖାଦ୍ୟ ସୁବିଧା ଯୋଗାଣ ଗରିବ ଓ ଆପଦାଗ୍ରସ୍ତ ବର୍ଗଙ୍କ ପାଇଁ  ସୁରକ୍ଷା ବ୍ରିଜ୍‌ପର୍ଯ୍ୟନ୍ତ ପହଞ୍ଚିବାରେ ସହାୟକ ହେବ ଏବଂ ଅର୍ଥନୀତି ପୁଣି ଥରେ ମୁଣ୍ଡ ଟେକିବା ପର୍ଯ୍ୟନ୍ତ ସେମାନେ ସୁରକ୍ଷିତ ରହିପାରିବେ ।

ଏହି କାର୍ଯ୍ୟକ୍ରମ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବ ଯାହାକି ଭାରତର ସୁରକ୍ଷା ନେଟ କାର୍ଯ୍ୟକ୍ରମର ଡ଼େଲିଭରୀ ବ୍ୟବସ୍ଥାକୁ ସୁଦୃଢ଼ କରିବ । ସେଗୁଡ଼ିକ ହେଲା:

•        ଭାରତକୁ ଦେଶରେ ଚାଲିଥିବା 460ରୁ ଅଧିକ ଛୋଟବଡ଼ ସାମାଜିକ ସୁରକ୍ଷା ଯୋଜନାକୁ ଆଗକୁ ଆଗେଇବାରେ ସହାୟକ ହେବ ଏବଂ ଏହାକୁ ଏକ ସମନ୍ୱିତ ବ୍ୟବସ୍ଥାରେ ପରିଣତ କରିପାରିବ । ଏହା ଅଧିକ ନମନୀୟ, ଜନଗ୍ରାହ୍ୟ ଏବଂ ରାଜ୍ୟମାନଙ୍କ ବିବିଧ ଆବଶ୍ୟକତା ପୂରଣ କରିପାରିବ ।

•        ସାମାଜିକ ସୁରକ୍ଷା ସୁବିଧାକୁ ଭୌଗୋଳିକ ସରଳୀକରଣ ବ୍ୟବସ୍ଥାରେ ପରିଣତ କରିବାକୁ ସକ୍ଷମ କରାଇବ ଯାହାକି ଦେଶର ଯେକୌଣସି ସ୍ଥାନରେ ଯେକେହି ସୁବିଧା ହାସଲାକରିପାରିବେ ଏବଂ ସମସ୍ତଙ୍କୁ ଖାଦ୍ୟ, ସାମାଜିକ ବୀମା, ନଗଦରାଶି ସହାୟତା ଯୋଗାଇପାରିବ ଯେଉଁଥିରେ କି ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ଗରିବ ଲୋକ ସାମିଲ ।

•        ଭାରତର ସାମାଜିକ ସୁରକ୍ଷ ବ୍ୟବସ୍ଥା ଯାହାକି ମୁଖ୍ୟତଃ ଗ୍ରାମାଞ୍ଚଳ ଭିତ୍ତିକ ତାହାକୁ ଏକ ଜାତୀୟ କାର୍ଯ୍ୟକ୍ରମ କରିବା ଦିଗରେ ଆଗକୁ ଆଗେଇ ନେବାରେ ସହାୟକ ହେବ ଓ ସହରାଞ୍ଚଳର ଗରିବ ଲୋକ ସେଥିରୁ ଉପକୃତ ହୋଇପାରିବେ ।

ଶ୍ରୀ ଅହମ୍ମଦ କହିଲେ ଯେ କୋଭିଡ଼-19 ବୈଶ୍ୱିକ ମହାମାରୀ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ପୂର୍ବରୁ ଥିବା କିଛି ବୈଷମ୍ୟକୁ ବିଶେଷ ଭାବେ ଆକ୍ରାନ୍ତ କରିଛି । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କୁ ଏକ ସମନ୍ୱିତ ଡ଼େଲିଭରି ପ୍ଲାଟଫର୍ମ ଗଠନ କରିବାରେ ସହାୟକ ହେବ- ତାହା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ତଥା ରାଜ୍ୟ ସୀମାରେଖା ଡ଼େଇଁ ସହାୟତା ପ୍ରଦାନ କରିପାରିବ । ଏହି ପ୍ଲାଟଫର୍ମ ଦେଶର ବର୍ତ୍ତମମାନ ପ୍ରଚଳିତ ସୁରକ୍ଷ ନେଟ ସୌଧ - ଯଥା ପିଡ଼ିଏସ, ଡ଼ିଜିଟାଲ ଓ ବ୍ୟାଙ୍କିଙ୍ଗ୍‌ ସଂସାଧନ, ଓ ଆଧାରକୁ ନିଜ ଆଡ଼କୁ ଆକୃଷ୍ଟ କରିବା ସହ ସାମଗ୍ରିକ ଭାବେ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀର ଭାରତର ଆବଶ୍ୟକତା ପୂରଣ କରିବାଭଳି ସ୍ଥିତିରେ ଅବସ୍ଥାପିତ କରିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଏଭଳି ଏକ ବ୍ୟବସ୍ଥା ଭାରତର ସଂଘୀୟ ବ୍ୟବସ୍ଥାକୁ ଅଧିକ ପ୍ରୋତ୍ସାହନ ଯୋଗାଇବ ଏବଂ ରାଜ୍ୟମାନଙ୍କୁ ଏହି ପରିପ୍ରେକ୍ଷୀରେ ସେମାନଙ୍କର ମତାମତ ଯଥାଶୀଘ୍ର ତଥା ସକ୍ରିୟ ଭାବେ ପ୍ରଦାନ କରିବାକୁ ସମର୍ଥନ ଯୋଗାଇବ ।

ବିଶ୍ୱ ବ୍ୟାଙ୍କର 1 ବିଲିୟନ ଡଲାର ପ୍ରତିଶ୍ରୁତି ବାବଦକୁ ତୁରନ୍ତ 750 ନିୟୁତ ଡଲାର ରାଶି 2020 ଆର୍ଥିକ ବର୍ଷ ପାଇଁ ଯୋଗାଇ ଦିଆଯାଇଛି । ସେଥିରୁ 550 ନିୟୁତ ଡ଼ଲାର ଅନ୍ତରାଷ୍ଟ୍ରୀୟ ବିକାଶ ସଂଗଠନ (ଆଇଡ଼ିଏ) ଠାରୁ ଋଣ ବାବଦକୁ ମିଳିବ-ବିଶ୍ୱ ବ୍ୟାଙ୍କର ରିହାତି ଋଣ ଯୋଗାଣ ବ୍ୟବସ୍ଥା ଭାବେ ଆଇଡ଼ିଏ ସୁପରିଚିତ । 200 ନିୟୁତ ଡଲାର ଆନ୍ତର୍ଜାତିକ ପୁନଃର୍ଗଠନ ଓ ବିକାଶ ବ୍ୟାଙ୍କ (ଆଇବିଆରଡ଼ି)ରୁ ଯୋଗାଇ ଦିଆଯିବ । ଏହି ଋଣ ପରିଶୋଧ ନିମନ୍ତେ ମୋଟ 18.5 ବର୍ଷ ଯୋଗାଇ ଦିଆଯିବ ଯେଉଁଥିରେ ପାଞ୍ଚବର୍ଷର ରିହାତି ଅବଧି ରହିଛି । ଅବଶିଷ୍ଟ 250 ନିୟୁତ ଡଲାର ଜୁନ 30, 2020 ସୁଦ୍ଧା ଭାରତକୁ ମିଳିବ ଏବଂ ତାହା ଷ୍ଟାଣ୍ଡାର୍ଡ ଆଇବିଆରଡ଼ି ସର୍ତ୍ତାବଳୀ ଅନୁସାରେ ଉପଲବ୍ଧ ହେବ । ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପରିଚାଳନା କରିବେ ।

 

**********

 

 



(Release ID: 1624223) Visitor Counter : 274