ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ସଂପାଦିତ ଶିକ୍ଷକ ପାଠ୍ୟକ୍ରମକୁ ପିଛିଲା ଭାବେ ସ୍ଵୀକୃତି ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

Posted On: 15 MAY 2020 6:10PM by PIB Bhubaneshwar

କେନ୍ଦ୍ର ଓ ରାଜ୍ୟ ସରକାରୀ ଅନୁଷ୍ଠାନମାନଙ୍କ ଦ୍ୱାରା ସଂପାଦିତ କେତେକ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମକୁ ପିଛିଲା ଭାବେ ମଞ୍ଜୁରି ପ୍ରଦାନ କରିବା ସକାଶେ ଦୁଇଟି ଗେଜେଟ୍‌ ବିଜ୍ଞପ୍ତି ମେ12, 2020 ଦିନ ଜାରି କରାଯାଇଛି । ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ନିଶଙ୍କଏହି ବିଷୟ ଘୋଷଣା କରି କହିଛନ୍ତି ଯେ, ପୂର୍ବୋକ୍ତ ଦୁଇଟିଯାକ ବିଜ୍ଞପ୍ତିରେ ଏଭଳି ଶିକ୍ଷା କାର୍ଯ୍ୟକ୍ରମକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦ (ଏନସିଇଟି) ଦ୍ୱାରା ଆନୁଷ୍ଠାନିକ ଭାବେ ସ୍ୱୀକୃତି ନପାଇ ଏହିସବୁ କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା । ତେବେ ଦେଶର ଅଗଣିତ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେଉଁମାନେ କି ଏପରି କରାନଗଲେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି, ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ପୃଷ୍ଠଭୂମି: ଏନସିଇଟି ଆଇନତଃ ଯେକୌଣସି ପ୍ରକାର ଏନସିଇଟି ପାଠ୍ୟକ୍ରମ ସକାଶେ ଶୈକ୍ଷିକ ଅନୁଷ୍ଠାନମାନଙ୍କୁ ପ୍ରାକ୍‌ ସେବା ଶିକ୍ଷକ ତାଲିମ ନିମନ୍ତେ ସ୍ୱୀକୃତି ପ୍ରଦାନ କରିଥାନ୍ତି । ଏନସିଇଟି ସ୍ୱୀକୃତ କୌଣସି ପାଠ୍ୟକ୍ରମରେ କୃତକାର୍ଯ୍ୟ ହେବାପରେ ହିଁ ଜଣେ ବ୍ୟକ୍ତି ଆଇନତଃ ଭାରତର ବିଦ୍ୟାଳୟମାନଙ୍କରେ ଶିକ୍ଷକ ରୂପେ ନିଯୁକ୍ତି ପାଇବା ସକାଶେ ଯୋଗ୍ୟ ବିବେଚିତ ହୋଇଥାନ୍ତି ।

ତେବେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟଙ୍କ ନଜରକୁ ଏପରି କିଛି ଘଟଣା ଅଣାଯାଇଥିଲା ଯେଉଁଥିରେ କେତେକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଭୁଲବଶତଃ ଶିକ୍ଷକ ତାଲିମ ପାଠ୍ୟକ୍ରମ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅନୁଷ୍ଠାନରେ ନାମ ଲେଖାଇଥିଲେ ଯାହାପସ ଏନସିଇଟି ସ୍ୱୀକୃତ ନୁହେଁ । ଏହାଦ୍ୱାରା ସେସବୁ ଛାତ୍ରଛାତ୍ରୀମାନେ ପାଇଥିବା ଶିକ୍ଷାଗତ ଯୋଗ୍ୟତା  ଭାରତର କୌଣସି ବିଦ୍ୟାଳୟରେ ଶିକ୍ଷକ ପଦ ପାଇଁ ନିଯୁକ୍ତି ପାଇବାବେଳେ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିବେଚିତ ହୋଇଥାନ୍ତା ।

ପାଠ୍ୟକ୍ରମକୁ ପିଛିଲା ଭାବେ ସ୍ଵୀକୃତି ପ୍ରଦାନ:

ଏନସିଇଟି ଆଇନ, 1993ରେ ହୋଇଥିବା ଏକ ସଂଶୋଧନକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଉତ୍ଥାପିତ କରି ଏଭଳି ପାଠ୍ୟକ୍ରମକୁ ଅତୀତରୁ କାର୍ଯ୍ୟକାରୀ କରିବା ସକାଶେ ମଞ୍ଜୁରି ପ୍ରଦାନ କରିଛନ୍ତି । ସଂସଦର ଉଭୟ ଗୃହରେ ଗୃହୀତ ହେବା ପରେ ଏହି ସଂଶୋଧନ ଜାନୁଆରୀ 2019 ତାରିଖରେ ବିଜ୍ଞପିତ ହୋଇଥିଲା ।

ବିଶେଷ କରି ଏହି ସଂଶୋଧନ ପିଛିଲା ଭାବେ ଶିକ୍ଷା ବର୍ଷ 2017-18ରୁ ସ୍ୱୀକୃତି ପ୍ରଦାନ ପାଇଁ ଅନୁମତି ପ୍ରଦାନ କରିଥିଲା । ତଦ୍ୱାରା କେବଳ ଅତୀତରେ ଏଭଳି ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ଯୋଗ୍ୟତାକୁ ଗ୍ରହଣଯୋଗ୍ୟ କରାଯାଇଥିଲା । ଭବିଷ୍ୟତରେ ଅନ୍ୟ କୌଣସି ଅନୁଷ୍ଠାନ ଏଭଳି ପାଠ୍ୟକ୍ରମ ଚାଲୁ କରିବାକୁ ଏହା ଉନ୍ମୁକ୍ତ ରଖାଯାଇନଥିଲା ଏବଂ ଏହା ପରେ ଏହାକୁ  କାର୍ଜ୍ୟୋତ୍ତର ନିୟମିତକରଣ ପାଇଁ ପ୍ରୟାସ କରାଯାଇପାରିବ ନାହିଁ ।

ମୋଟ 23ଟି କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଅନୁଷ୍ଠାନ ଏହାଦ୍ୱାରା ଉପକୃତ ହୋଇଛନ୍ତି ଏବଂ 13000 ଛାତ୍ରଛାତ୍ରୀ ତଥା 17000 କାର୍ଯ୍ୟରତ ଶିକ୍ଷକ ଏହାର ସୁଫଳ ପାଇପାରିଛନ୍ତି ।

ଫଳରେ ଏହିସବୁ ବିଜ୍ଞପ୍ତି ଦ୍ୱାରା କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ଶିକ୍ଷକମାନେ ଯେଉଁ ଯୋଗ୍ୟତା ହାସଲ କରିଛନ୍ତି, ତାହା ଏବେ ଆଇନତଃ ଗ୍ରହଣୀୟ ବୋଲି ବିବେଚିତ ହେବ ।

 

**********

 

 

 

 



(Release ID: 1624174) Visitor Counter : 228