କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

ଜମ୍ମୁ-କଶ୍ମୀର ଏବଂ ଲଦାଖର କୋଭିଡ-19 ବ୍ୟବସ୍ଥା ନେଇ ଡଃ ଜିତେନ୍ଦ୍ର ସିଂଙ୍କ ସମୀକ୍ଷା

ପୋଷ୍ଟ କରାଯିବା ଦିନାଙ୍କ: 12 MAY 2020 6:55PM by PIB Bhubaneswar

କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ବିକାଶ (ସ୍ଵାଧୀନ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଆଜି ଜମ୍ମୁ-କଶ୍ମୀର ଏବଂ ଲଦାଖର ସମସ୍ତ ଜିଲ୍ଲା ଡେପୁଟି କମିଶନରଙ୍କ ସହ ବର୍ତ୍ତମାନ କୋଭିଡ-19ର ସ୍ଥିତି, ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଅସହାୟ ଲୋକଙ୍କ ପହଞ୍ଚ ଏବଂ ପ୍ରଶାସନ ଦ୍ଵାରା ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ମାଧ୍ୟମରେ ଆସୁଥିବା ଯାତ୍ରୀଙ୍କ ବ୍ୟବସ୍ଥା ସହିତ ଆସନ୍ତାକାଲିଠାରୁ ଜମ୍ମୁକୁ ନିୟମିତ ଟ୍ରେନ ସେବା ଆରମ୍ଭ ବିଷୟରେ ମତ ବିନିମୟ କରିଥିଲେ କୋଭିଡ-19 ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଥିବା ଉଲ୍ଲେଖନୀୟ ଉଦ୍ୟମ ପାଇଁ ମନ୍ତ୍ରୀ ଡେପୁଟି କମିଶନରମାନଙ୍କୁ ପ୍ରଶଂସା କରିଥିଲେ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଯେ, ବାସ୍ତବରେ ଜମ୍ମୁ-କଶ୍ମୀରରେ ସଂକ୍ରମଣର ଦ୍ଵିଗୁଣିତ ମାମଲା ସଂଖ୍ୟା ଜାତୀୟ ହାରଠାରୁ ଅଧିକ ଭଲ କୋଭିଡ-19 ପାଇଁ କରାଯାଉଥିବା ଅଧିକ ସଂଖ୍ୟକ ପରୀକ୍ଷାକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ

ଡଃ ସିଂ ଆହୁରି ମଧ୍ୟ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସମେତ 50,000ରୁ ଅଧିକ ଅସହାୟ ଲୋକ କେନ୍ଦ୍ରଶାସିତ ଅଞ୍ଚଳକୁ ଫେରି ଆସିଛନ୍ତି ଏବଂ ସେମାନଙ୍କୁ ପରୀକ୍ଷା, ଏକାନ୍ତବାସ ଏବଂ ଘରକୁ ପଠାଇବା ବ୍ୟବସ୍ଥା ପାଇଁ ପ୍ରଶାସନ ଏକ ଉତ୍ତମ କାର୍ଯ୍ୟ କରିଛି ସାମାଜିକ ଦୂରତା ନିୟମକୁ ବଜାୟ ରଖିବା ପାଇଁ ଭିନ୍ନ ଭିନ୍ନ ଦୋକାନଗୁଡିକୁ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ସମୟରେ ଖୋଲାଇବାକୁ ମନ୍ତ୍ରୀ ଡେପୁଟି କମିଶନରମାନଙ୍କୁ ଅନୁରୋଧ କରିଥିଲେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାନୁଯାୟୀ ନାଗରିକଙ୍କ ସୁରକ୍ଷା ପାଇଁ ଆରୋଗ୍ୟ ସେତୁ ଆପ ଡାଉନଲୋଡ ଏବଂ ବ୍ୟବହାର କରିବା ନେଇ ମନ୍ତ୍ରୀ ପୁନର୍ବାର କହିଥିଲେ

 

**********

 

 

 


(ରିଲିଜ ଆଡି: 1623468) ପରିଦର୍ଶକ କାଉଣ୍ଟର : 223
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Assamese , Punjabi , Tamil , Telugu , Kannada