ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

କତା ଉପରେ ଗବେଷଣା ଓ ବିକାଶ ପାଇଁ ଆଇଆଇଟି-ମାଡ୍ରାସ ସହ କତା ବୋର୍ଡର ସହଭାଗିତା

• ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ଆଇଆଇଟି-ମାଡ୍ରାସ ଓ କତା ବୋର୍ଡ ମଧ୍ୟରେ ବୁଝାମଣା

ପୋଷ୍ଟ କରାଯିବା ଦିନାଙ୍କ: 07 MAY 2020 4:14PM by PIB Bhubaneswar

କତାର ସ୍ୱତନ୍ତ୍ର ବ୍ୟବହାର କିମ୍ବା ଅନ୍ୟ ପ୍ରାକୃତିକ ଫାଇବର ସହ ମିଶାଇ ଏହାର ବ୍ୟବହାର ଉଦ୍ଦେଶ୍ୟରେ ଏକସେଣ୍ଟର ଅଫ୍ ଏକ୍ସିଲେନ୍ସ(ଉତ୍କର୍ଷ କେନ୍ଦ୍ର) ସ୍ଥାପନ କରିବା ପାଇଁ କତା ବୋର୍ଡ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି-ମାଡ୍ରାସ ସହ ବୁଝାମଣାପତ୍ର (MOU) ସ୍ୱାକ୍ଷର କରିଛିକେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରୀ ଦୃଷ୍ଟି ଆକର୍ଷଣ କରିବା ପରେ କଏର ଜିଓ-ଟେକ୍ସଟାଇଲ (CGT) ଉପରେ ଭାରତରେ କତା ବୋର୍ଡ ଅନ୍ୟ ଏଜେନ୍ସିଗୁଡ଼ିକ ଦ୍ୱାରା କରାଯାଇଥିବା ଗବେଷଣାକୁ ପୂର୍ବରୁ ଆଇଆଇଟି-ମାଡ୍ରାସ ସ୍ୱୀକୃତି ଦେଇଥିଲା ଏବଂ ସିଜିଟିକୁ ଢାଲୁ ସ୍ଥାନ, ସେତୁ ବନ୍ଧ, ନଦୀ ବନ୍ଧ, ଖଣି ଢାଲୁ ଅଞ୍ଚଳ ଆଦିରେ ସଫଳତାର ସହ ବ୍ୟବହାର କରାଯାଇପାରିବ ବୋଲି ସୁପାରିସ କରିଥିଲାଏହାଛଡ଼ା ସିଜିଟିକୁ ଛୋଟ ଗ୍ରାମୀଣ ସଡ଼କରେ ପୁନଃ-ପ୍ରବର୍ତ୍ତନ ଉପକରଣ ଭାବେ ବ୍ୟବହାର କରାଯାଇପାରିବ ବୋଲି ଏହି ପ୍ରତିଷ୍ଠାନ ସୁପାରିସ କରିଥିଲା

ଆଇଆଇଟି-ମାଡ୍ରାସର ବିଶେଷଜ୍ଞ ଟିମ ସହାୟତାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE) କତା କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଗବେଷଣାକୁ ପୁନଶ୍ଚ ସୁଦୃଢ଼ କରିବଏହି ସେଣ୍ଟର କତା ସହ ପ୍ରାସଙ୍ଗିକ ରଖୁଥିବା ଟେକ୍ନୋଲଜି ବିକାଶରେ ସହାୟତା କରିବା ସହ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଜରିଆରେ କତା ଉତ୍ପାଦନ, ପ୍ରକ୍ରିୟାକରଣ ପାଇଁ ମାନକ ପ୍ରସ୍ତୁତ କରିବ ଏବଂ କତା ବୋର୍ଡର ଗବେଷଣା ପ୍ରତିଷ୍ଠାନ ଲାବୋରେଟୋରିକୁ ମାର୍ଗଦର୍ଶନ କରିବସେଣ୍ଟର ଅଫ୍ ଏକ୍ସିଲେନ୍ସ ବୌଦ୍ଧିକ ସମ୍ପତି ଅଧିକାର ସୃଷ୍ଟି ଟେକ୍ନୋଲଜି ହସ୍ତାନ୍ତରଣ ଦିଗରେ ମଧ୍ୟ ସହାୟତା କରିବ

ସେଣ୍ଟର ଅଫ୍ ଏକ୍ସିଲେନ୍ସ ସ୍ଥାପନ ଚାଲୁ ରଖିବା ପାଇଁ କତା ବୋର୍ଡ ପ୍ରାରମ୍ଭିକ ଭାବେ 2 ବର୍ଷ ନିମନ୍ତେ 5 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବ

ଏହି ସେଣ୍ଟର ଅଫ୍ ଏକ୍ସିଲେନ୍ସ ଦ୍ୱାରା କତା ଶିଳ୍ପରେ R&D ପାଇଁ 27ଟି କ୍ଷେତ୍ର ଚିହ୍ନଟ ହୋଇଛିଏହା ବ୍ୟତୀତ ଏହି ସେଣ୍ଟର ମେସିନାରୀ ବିକାଶ ସଡ଼କ ପ୍ରକଳ୍ପ କ୍ଷେତ୍ରରେ ଆଇଆଇଟିଏମର 10ଟି ଇନ୍-ହାଉସ ପ୍ରକଳ୍ପ ଉପରେ ମଧ୍ୟରେ କାମ କରିବ

 

**************


(ରିଲିଜ ଆଡି: 1622133) ପରିଦର୍ଶକ କାଉଣ୍ଟର : 226
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Punjabi , Tamil