ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

• ଲାଇନ ଉଡାଣ ଅଧୀନରେ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ କମ୍ପାନୀ ଗୁଡିକ 443 ବିମାନ ଚଳାଚଳ କରିଛନ୍ତି

Posted On: 04 MAY 2020 7:21PM by PIB Bhubaneshwar

ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ କମ୍ପାନୀ ଦ୍ୱାରା ଜୀବନରେଖା ବା ଲାଇଫ୍ ଲାଇନ ଉଡାଣ ଅଧୀନରେ 443 ବିମାନ ଚଳାଚଳ କରିଛି । ଏଥିମଧ୍ୟରୁ 265ଟି ଉଡାନ ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାର ଦ୍ୱାରା ଚଳାଚଳ କରିଛି ।  ଏପର୍ଯ୍ୟନ୍ତ ପ୍ରାୟ 821.07 ଟନ୍ ସାମଗ୍ରୀ ବା କାର୍ଗୋ ପରିବହନ କରାଯାଇଛି ଏବଂ 4,34,531 କିମିରୁ ଅଧିକ ଆକାଶ ମାର୍ଗରେ ଯାତ୍ରା କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଲାଇଫ୍ ଲାଇନ ଉଡାଣ ପରିଚାଳନା କରାଯାଉଛି, ଯାହାଦ୍ୱାରା କୋଭିଡ଼-19 ବିରୁଦ୍ଧରେ ଭାରତର ଲଢେଇକୁ ସମର୍ଥନ କରିବା ପାଇଁ ଦେଶର ଦୂରଦୁରାନ୍ତ ଅଂଚଳରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପରିବହନ କରାଯାଉଛି । ଏଥିରେ ମୁଖ୍ୟତଃ ପୂର୍ବୋତ୍ତର ଅଂଚଳ, ଦ୍ୱୀପ ଏବଂ ପାହାଡିଆ ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ପୱନହଂସ ଲିମିଟେଡ଼ ସହିତ ହେଲିକପ୍ଟର ସେବାଗୁଡ଼ିକୁ ଜମ୍ମୁ ଏବଂ କଶ୍ମୀର, ଲଦ୍ଦାଖ, ଦ୍ୱୀପଗୁଡ଼ିକ ଏବଂ ପୂର୍ବୋତ୍ତର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କାର୍ଗୋ ଏବଂ ରୋଗୀଙ୍କୁ ପରିବହନ କରୁଛି । ପୱନହଂସ 3 ମଇ, 2020 ପର୍ଯ୍ୟନ୍ତ 7,729 କିଲୋମିଟରର ଯାତ୍ରା କରି 2.27 ଟନ କାର୍ଗୋ ପରିବହନ କରିଛି ।

ଘରୋଇ କାର୍ଗୋ ଅପରେଟର ସ୍ପାଇସଜେଟ୍, ବ୍ଲୁଡାଇ, ଇଣ୍ଡିଗୋ ଏବଂ ବିସ୍ତାରା ବାଣିଜ୍ୟିକ ଆଧାରରେ କାର୍ଗୋ ଉଡାଣ ଚଳାଚଳ କରୁଛନ୍ତି । ସ୍ପାଇସ୍ଜେଟ୍ 24 ମାର୍ଚ୍ଚରୁ 3 ମଇ 2020 ମଧ୍ୟରେ 13,31,226 କିଲୋମିଟର ଯାତ୍ରା କରି 775 କାର୍ଗୋ ଉଡାଣ କରିଛି ଏବଂ 5,617 ଟନ୍‌ ମାଲ ପରିବହନ କରିଛି । ଏଥିମଧ୍ୟରୁ 283ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ଉଡାଣ ଥିଲା । ବ୍ଲୁଡାଇ  25 ମାର୍ଚ୍ଚରୁ 3 ମଇ 2020 ମଧ୍ୟରେ 2,83,358 କିମି ଦୂରତା ଅତିକ୍ରମ କରି 256 କାର୍ଗୋ ଉଡାଣ କରିଛ ଏବଂ 4.405 ଟନ ମାଲ ପରିବହନ କରିଛି । ଏଥିମଧ୍ୟରୁ 13ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ଉଡାଣ ଥିଲା । ଇଣ୍ଡିଗୋ 3 ଅପ୍ରେଲରୁ 3 ମଇ 2020 ମଧ୍ୟରେ 1,46,547 କିଲୋମିଟର ଯାତ୍ରା କରି 88 କାର୍ଗୋ ଉଡାଣ କରିଛି ଏବଂ ପ୍ରାୟ 442 ଟନ୍‌ କାର୍ଗୋ ପରିବହନ କରିଛି ଯେଉଁଥିରେ 33ଟି ଅନ୍ତରାଷ୍ଟ୍ରୀୟ ଉଡାଣ ରହିଛି । ଏଥିରେ ସରକାରଙ୍କ ପାଇଁ ମାଗଣାରେ ପରିବହନ ହୋଇଥିବା ଚିକିତ୍ସା ସାମଗ୍ରୀ ଯୋଗାଣ ସାମିଲ ଅଛି । ଭିସ୍ତାରା 19 ଅପ୍ରେଲରୁ 3 ମଇ 2020 ମଧ୍ୟରେ 28,590 କିଲୋମାଟର ଦୂର ଯାତ୍ରା କରି 139 ଟନ୍‌ ମାଲ ପରିବହନ କରିଛି, ଯେଉଁଥିରେ 20ଟି କାର୍ଗୋ ଉଡାଣ ସାମିଲ ଅଛି ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଔଷଧ, ଚିକିତ୍ସା ଉପକରଣ ଏବଂ କୋଭିଡ଼-19 ସହାୟତା ସାମଗ୍ରୀର ପରିବହନ ପାଇଁ ପୂର୍ବ ଏସିଆ ସହିତ ଏକ କାର୍ଗୋ ଏୟାର ବ୍ରିଜ ସ୍ଥାପନ କରାଯାଇଥିଲା । ଏଥିରେ ଏୟାର ଇଣ୍ଡିଆ ଦ୍ୱାରା ଅଣାଯାଇଥିବା ମେଡିକାଲ କାର୍ଗୋର ପରିମାଣ 930 ଟନ୍ ଥିଲା । ଉପରୋକ୍ତ ସେବା ବ୍ୟତୀତ 14 ଅପ୍ରେଲରୁ 3 ମଇ 2020 ପର୍ଯ୍ୟନ୍ତ ବ୍ଲୁଡାଇ ଗୁଆଙ୍ଗଝୁ ଏବଂ ସାଙ୍ଘାଇରୁ ପ୍ରାୟ 114 ଟନ୍‌ ଚିକିତ୍ସା ସାମଗ୍ରୀ ପରିବହନ କରିଛି । ସ୍ପାଇସଜେଟ ମଧ୍ୟ 3 ମଇ 2020 ପର୍ଯ୍ୟନ୍ତ ସାଙ୍ଘାଇ ଏବଂ ଗୁଆଙ୍ଗଝୁରୁ 204 ଟନ୍‌ ଚିକିତ୍ସା ସାମଗ୍ରୀ ପରିବହନ କରିଛି ଏବଂ 3 ମଇ 2020 ପର୍ଯ୍ୟନ୍ତ ହଂକଂ ଏବଂ ସିଙ୍ଗାପୁରରୁ 16 ଟନ୍‌  ଚିକିତ୍ସା ସାମଗ୍ରୀ ପରିବହନ କରିଛି ।

**********

 



(Release ID: 1621102) Visitor Counter : 204