ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ସାରା ଦେଶରେ ଲୋକମାନଙ୍କ ପାଖରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପହଞ୍ଚାଇବା ପାଇଁ ଲାଇଫ ଲାଇନ ଉଡାଣ ଅଧୀନରେ 422 ବିମାନ ଚଳାଚଳ

Posted On: 02 MAY 2020 3:43PM by PIB Bhubaneshwar

ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ ଚାଳକ ଦ୍ୱାରା ଜୀବନରେଖା ବା ଲାଇଫ୍ ଲାଇନ ଉଡାଣ ଅଧୀନରେ 422 ବିମାନ ଚଳାଚଳ କରିଛି । ଏଥିରେ ଏୟାର ଇଣ୍ଡିଆ ଏବଂ  ଆଲାଏନ୍ସ ଏୟାର ଦ୍ୱାରା 244 ବିମାନ ଚଳାଚଳ କରିଛି । ଏପର୍ଯ୍ୟନ୍ତ ପରିବହନ କରାଯାଇଥିବା ସାମଗ୍ରୀ ବା କାର୍ଗୋ  ହେଉଛି ପ୍ରାୟ 790.22 ଟନ୍ ।

ଲାଇଫ୍ ଲାଇନ ଉଡାଣ ଦ୍ୱାରା ଏ ପର୍ଯ୍ୟନ୍ତ 4,13,538 କି.ମିରୁ ଅଧିକ ଉଡାନ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଲାଇଫ୍ ଲାଇନ ଉଡାଣ ପରିଚାଳନା କରାଯାଉଛି, ଯାହାଦ୍ୱାରା କୋଭିଡ଼-19 ବିରୁଦ୍ଧରେ ଭାରତର ଲଢେଇକୁ ସମର୍ଥନ କରିବା ପାଇଁ ଦେଶର ଦୂରଦୁରାନ୍ତ ଅଂଚଳରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପରିବହନ କରାଯାଉଛି ।

ପୱନହଂସ ଲିମିଟେଡ଼ ସହିତ ହେଲିକପ୍ଟର ସେବାଗୁଡ଼ିକୁ ଜମ୍ମୁ ଏବଂ କଶ୍ମୀର, ଲଦ୍ଦାଖ, ଦ୍ୱୀପଗୁଡ଼ିକ ଏବଂ ପୂର୍ବୋତ୍ତର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କାର୍ଗୋ ଏବଂ ରୋଗୀଙ୍କୁ ପରିବହନ କରୁଛି । ପୱନହଂସ 1 ମଇ, 2020 ପର୍ଯ୍ୟନ୍ତ 7,529 କିଲୋମିଟରର ଯାତ୍ରା କରି 2.03 ଟନ କାର୍ଗୋ ପରିବହନ କରିଛନ୍ତି । ଏଥିରେ ପୂର୍ବୋତ୍ତର ଅଂଚଳ, ଦ୍ୱୀପ ଏବଂ ପାହାଡିଆ ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏୟାର ଇଣ୍ଡିଆ ଏବଂ ଆଇଏଏଫ ମୁଖ୍ୟତଃ ଜମ୍ମୁ ଏବଂ କଶ୍ମୀର, ଲଦ୍ଦାଖ, ପୂର୍ବୋତ୍ତର ଏବଂ ଅନ୍ୟ ଦ୍ଵୀପାଞ୍ଚଳ ପାଇଁ ସହଯୋଗ କରିଛି ।

ଘରୋଇ କାର୍ଗୋ ଅପରେଟର ସ୍ପାଇସଜେଟ୍, ବ୍ଲୁଡାଇ, ଇଣ୍ଡିଗୋ ଏବଂ ବିସ୍ତାରା ବାଣିଜ୍ୟିକ ଆଧାରରେ କାର୍ଗୋ ଉଡାଣ ଚଳାଚଳ କରୁଛନ୍ତି । ସ୍ପାଇସଜେଟ୍ 24 ମାର୍ଚ୍ଚରୁ 1 ମଇ 2020 ମଧ୍ୟରେ 12,77,213 କିଲୋମିଟର ଯାତ୍ରା କରି 734 କାର୍ଗୋ ଉଡାଣ କରିଛି ଏବଂ 5,320 ଟନ ମାଲ ପରିବହନ କରିଛ । ଏଥିମଧ୍ୟରୁ 270ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ଉଡାଣ ଥିଲା । ବ୍ଲୁଡାଇ 25 ମାର୍ଚ୍ଚରୁ 1 ମଇ 2020 ମଧ୍ୟରେ 2,67,417 କିମି ଦୂରତା ଅତିକ୍ରମ କରି 245 କାର୍ଗୋ ଉଡାଣ କରିଛି । ଏଥିମଧ୍ୟରୁ 12ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ଉଡାଣ ଥିଲା । ଇଣ୍ଡିଗୋ 3 ଅପ୍ରେଲରୁ 1 ମଇ 2020 ମଧ୍ୟରେ 1,36,060 କିଲୋମିଟର ଯାତ୍ରା କରି 82 କାର୍ଗୋ ଉଡାଣ କରିଛି ଏବଂ ପ୍ରାୟ 393 ଟନ କାର୍ଗୋ ପରିବହନ କରିଛି ଯେଉଁଥିରେ 27ଟି ଅନ୍ତରାଷ୍ଟ୍ରୀୟ ଉଡାଣ ରହିଛି । ଏଥିରେ ସରକାରଙ୍କ ପାଇଁ ମାଗଣାରେ ପରିବହନ ହୋଇଥିବା ଚିକିତ୍ସା ସାମଗ୍ରୀ ଯୋଗାଣ ସାମିଲ ଅଛି । ଭିସ୍ତାରା 19 ଅପ୍ରେଲରୁ 1 ମଇ 2020 ମଧ୍ୟରେ 28,590 କିଲୋମାଟର ଦୂର ଯାତ୍ରା କରି 139 ଟନ ମାଲ ପରିବହନ କରିଛି, ଯେଉଁଥିରେ 20ଟି କାର୍ଗୋ ଉଡାଣ ସାମିଲ ଅଛି ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଔଷଧ, ଚିକିତ୍ସା ଉପକରଣ ଏବଂ କୋଭିଡ଼-19 ସହାୟତା ସାମଗ୍ରୀର ପରିବହନ ପାଇଁ ପୂର୍ବ ଏସିଆ ସହିତ ଏକ କାର୍ଗୋ ଏୟାର ବ୍ରିଜ ସ୍ଥାପନ କରାଯାଇଥିଲା । ଏଥିରେ ଏୟାର ଇଣ୍ଡିଆ ଦ୍ୱାରା ଅଣାଯାଇଥିବା ମେଡିକାଲ କାର୍ଗୋର ମାତ୍ରା 842 ଟନ୍ ଥିଲା । ଉପରୋକ୍ତ ସେବା ବ୍ୟତୀତ 14 ଅପ୍ରେଲରୁ 1 ମଇ 2020 ପର୍ଯ୍ୟନ୍ତ ବ୍ଲୁଡାଇ ଗୁଆଙ୍ଗଝୁ ଏବଂ ସାଙ୍ଘାଇରୁ ପ୍ରାୟ 114 ଟନ ଚିକିତ୍ସା ସାମଗ୍ରୀ ପରିବହନ କରିଛି । ସ୍ପାଇସଜେଟ ମଧ୍ୟ 1 ମଇ 2020 ପର୍ଯ୍ୟନ୍ତ ସାଙ୍ଘାଇ ଏବଂ ଗୁଆଙ୍ଗଝୁରୁ 204 ଟନ ଚିକିତ୍ସା ସାମଗ୍ରୀ ପରିବହନ କରିଛି ଏବଂ 1 ମଇ 2020 ପର୍ଯ୍ୟନ୍ତ ହଂକଂ ଏବଂ ସିଙ୍ଗାପୁରରୁ 16 ଟନ ଚିକିତ୍ସା ସାମଗ୍ରୀ ପରିବହନ କରିଛି ।  

 

**********



(Release ID: 1620502) Visitor Counter : 155