କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
ଲକଡାଉନ୍ ମଧ୍ୟରେ ଆଇଆଇପିଏର ଦୀକ୍ଷାନ୍ତ ସମାରୋହକୁ ଅନଲାଇନ୍ ଜରିଆରେ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ
Posted On:
30 APR 2020 7:18PM by PIB Bhubaneshwar
କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଲକଡାଉନ୍ ସମୟରେ ଭାରତୀୟ ସାଧାରଣ ପ୍ରଶାସନ ପ୍ରତିଷ୍ଠାନ (ଆଇଆଇପିଏ)ରେ ଆୟୋଜିତ ସାଧାରଣ ପ୍ରଶାସନ ଏବଂ ଉନ୍ନତ ବ୍ୟବସାୟିକ କାର୍ଯ୍ୟକ୍ରମ (ଏପିପିପିଏ)ର 45ତମ ଦୀକ୍ଷାନ୍ତ ସମାରୋହକୁ ମୁଖ୍ୟ ଅତିଥି ଭାବେ ଅନ୍ ଲାଇନ୍ ଜରିଆରେ ସମ୍ବୋଧିତ କରି ଇତିହାସ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଏବଂ କେନ୍ଦ୍ରୀୟ ସେବାର 45ଜଣ ବରିଷ୍ଠ ଅଧିକାରୀମାନଙ୍କ ସହିତ ଭାରତୀୟ ସେନାର ସମସ୍ତ ଶାଖାର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।
ସମାରୋହରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଇଆଇପିଏର ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ତ୍ରିପାଠୀ, ଡିଓପିଟି ସଚିବ ସି.ଚନ୍ଦ୍ରମୌଲୀ, ଆଇଆଇପିଏ ରେଜିଷ୍ଟ୍ରାର ଅମିତାଭ ରଞ୍ଜନ, ଆଇଆଇପିଏ ଶାଖା ସହିତ ସେହି ସମସ୍ତ ଛାତ୍ରମାନେ ଭାଗ ନେଇଥିଲେ, ଯେଉଁମାନେ ନିଜର ଶିକ୍ଷା ପାଠ୍ୟକ୍ରମ ଶେଷ କରିଥିଲେ ।
ଡା. ଜିତେନ୍ଦ୍ର ସିଂହ ଲକଡାଉନର କଟକଣା ସତ୍ୱେ ଶିକ୍ଷା କାର୍ଯ୍ୟକ୍ରମର ସମସ୍ତ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ଏବଂ ସମୟସୀମାକୁ ଶେଷ କରିବା ପାଇଁ ବିଭିନ୍ନ ପଦ୍ଧତିରେ ସୁଧାର ଆଣିଥିବାରୁ ଆଇଆଇପିଏକୁ ପ୍ରଶଂସା କରିଛନ୍ତି, ଯେଉଁଥିରେ ବିଦ୍ୟାର୍ଥୀମାନଙ୍କର ମୌଖିକ ପରୀକ୍ଷାକୁ ‘ଅନ୍ ଲାଇନ୍’ କରାଯିବା ସାମିଲ କରାଯାଇଛି ।
କ୍ଷମତା ବୃଦ୍ଦି କରିବାର ପ୍ରୟାସଗୁଡ଼ିକ ପାଇଁ ଆଇଆଇପିଏକୁ ଶୁଭେଚ୍ଛା ଜଣାଇ ଡା. ଜିତେନ୍ଦ୍ର ସିଂହ ପରିବର୍ତ୍ତିତ ସମୟାନୁସାରେ ସଂସ୍ଥାନରେ ପରିବର୍ତ୍ତନ କରାଯାଇଥିବାରୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପରିବର୍ତ୍ତନ ଏବଂ ସଂସ୍କାରର ଧାରାରେ ଏକ ଜୀବନ ଏବଂ ଗତିଶୀଳ ଶାଖା ନିଜର ଉପସ୍ଥିତ ପଦ୍ଧତିକୁ ଲଗାତାର ସଂଶୋଧନ ଏବଂ ପୁନଃ ଅବଲୋକନ କରି ଚାଲିଥାଏ ।
କୋଭିଡ-19 ମହାମାରୀ ସଂକ୍ରମଣ ଦୃଷ୍ଟିରୁ ଲକଡାଉନ୍ ସ୍ଥିତିକୁ ଦୃଷ୍ଟିରେ ରଖି ଆଇଆଇପିଏରେ କରାଯାଇଥିବା ପ୍ରୟାସକୁ ଶୁଭେଚ୍ଛା ଜଣାଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଏପରି ଏକ ଅବସର ଯେତେବେଳେ ଆଇଆଇପିଏ ନିଜର ଏକ ବିଶେଷ ଉଦ୍ଦେଶ୍ୟକୁ ସ୍ୱତନ୍ତ୍ର ଭାବେ ପୂରଣ କରିଛି । ସେ ଆଇଆଇପିଏକୁ ନିରନ୍ତର ନୂତନ ମଡେଲଗୁଡ଼ିକର ବିକାଶ କରିବା ପାଇଁ ଆହ୍ୱାନ କରିଛନ୍ତି, ଯାହା ଦେଶର ବାକି ଅନୁଷ୍ଠାନ ପାଇଁ ଉଦାହରଣ ପାଲଟିବ ।
ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି କି କୋଭିଡ଼ ପୁଣିଥରେ ସରକାରଙ୍କ ‘ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନ’ର ସଂକଳ୍ପକୁ ପ୍ରମାଣିତ କରିଛି । ଭାରତ କୋଭିଡ଼ର ନିୟନ୍ତ୍ରଣରେ ବିଶ୍ୱର ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ସାମ୍ନାକୁ ଆସିଛି, ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ୱର ଶୀର୍ଷ ନେତାମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନରେ ରହି ସାମ୍ନାକୁ ଆସିଛନ୍ତି ।
ଡକ୍ଟର ଜିତେନ୍ଦ୍ର ସିଂହ ଆଇଆଇପିଏକୁ ନିଜର ପ୍ରୟାସ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି କି କୋଭିଡ଼-19ରୁ ଆମକୁ ଶିକ୍ଷା ଲାଭ କରିବା ତଥା ନୂତନ ମଡେଲ ବିକଶିତ କରିବାର ସୁଯୋଗ ମିଳିଛି, ଯାହା ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦାହରଣ ହୋଇପାରିବ । ସେ କହିଛନ୍ତି କି ଏହା ସଙ୍କଟରୁ ବାହାରି ଆସିବା ପାଇଁ ଏହା ହେଉଛି ଏକ ସୁଯୋଗ ।
କାର୍ଯ୍ୟକ୍ରମର ସହ ନିର୍ଦ୍ଦେଶକ ଡକ୍ଟର ନିତୁ ଜୈନଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ସହିତ ଦୀକ୍ଷାନ୍ତ ସମାରୋହ ସମାପନ ହୋଇଥିଲା ।
**********
(Release ID: 1619882)
Visitor Counter : 174