ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରମିତଙ୍କ ସେବାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା କରିବ ଏଚସିଏଆରଡି ରୋବଟ

प्रविष्टि तिथि: 29 APR 2020 12:27PM by PIB Bhubaneswar

ଦେଶବ୍ୟାପୀ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ-19 ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ରହିଛନ୍ତିଡାକ୍ତର, ନର୍ସ ପାରାମେଡିକାଲ ଷ୍ଟାଫମାନେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରିଆସୁଛନ୍ତିଏହି ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ନିମନ୍ତେ ଦୁର୍ଗାପୁରର ସିଏସଆଇଆର ଲ୍ୟାବ ସେଣ୍ଟ୍ରାଲ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏକ ଏଚସିଏଆରଡି ରୋବଟ ନିର୍ମାଣ କରିଛନ୍ତିଏହି ରୋବଟରେ ଉଚ୍ଚମାନର ବୈଷୟିକ ଜ୍ଞାନକୌଶଳ ବ୍ୟବହୃତ ହୋଇଛିଏହା ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ-19 ସଂକ୍ରମିତ ରୋଗୀଠାରୁ ଦୂରତା ରକ୍ଷା କରିବାରେ ସହାୟକ ହେବଏହା ରୋଗୀ ପାଖକୁ ଯାଇ ଚିକିତ୍ସା କାର୍ଯ୍ୟରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବ

 

***************


(रिलीज़ आईडी: 1619274) आगंतुक पटल : 345
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Assamese , Manipuri , Bengali , Gujarati , Telugu , Malayalam