ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 06 APR 2020 1:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ରାଜ୍ୟଗୋଷ୍ଠୀର ପ୍ରଧାନମନ୍ତ୍ରୀ ଏଚ.ଇ ସ୍କଟ ମୋରିସନଙ୍କ ସହିତ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ।

ଉଭୟ ନେତା ସାଂପ୍ରତିକ କୋଭିଡ-19 ମହାମାରୀର ମୁକାବିଲା ନେଇ ଦୁଇ ଦେଶର ନିଜସ୍ୱ ପ୍ରସ୍ତୁତି ଏବଂ ନିଜ ନିଜ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ରଣନୀତିକ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ଦୁଇନେତା ବର୍ତ୍ତମାନର ସ୍ୱାସ୍ଥ୍ୟ ସଂକଟ ସମୟରେ ଦ୍ୱିପାକ୍ଷିକ ସହଯୋଗ ଏବଂ ଗବେଷଣାରୁ ମିଳୁଥିବା ଅଭିଜ୍ଞତାର ମିଳିତ ଆଦାନ ପ୍ରଦାନର ଗୁରୁତ୍ୱ ଉପରେ ସହମତି ବ୍ୟକ୍ତ କରିଥିଲେ ।

ଯାତ୍ରା କଟକଣା ଯୋଗୁଁ ଭାରତରେ ଫସି ରହିଥିବା ଅଷ୍ଟ୍ରେଲିଆ ନାଗରିକଙ୍କୁ ଆବଶ୍ୟକ ସୁବିଧା ଓ ସହାୟତା ପ୍ରଦାନ କରିବା ପାଇଁ ଭାରତ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଏଚ.ଇ ମୋରିସନ ଆଶ୍ୱାସନା ଦେଇ କହିଥିଲେ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ସମୁଦାୟଙ୍କ ସମେତ ଭାରତୀୟ ଛାତ୍ରମାନଙ୍କୁ ଅଷ୍ଟ୍ରେଲିଆ ସମାଜର ଜୀବନ୍ତ ଓ ମୂଲ୍ୟବାନ ଅଂଶ ଭାବେ ଗୁରୁତ୍ୱ ଦିଆଯିବ । ଦୁଇ ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଭାରତ-  ଅଷ୍ଟ୍ରେଲିଆ ଭାଗିଦାରୀର ବ୍ୟାପକ ଗୁରୁତ୍ୱ ଉପରେ ଏବଂ ସଂପ୍ରତି ଦେଖାଦେଇଥିବା ସ୍ୱାସ୍ଥ୍ୟ ସଂକଟ ପ୍ରତି ସତର୍କ ରହିବା ସହ  ଧ୍ୟାନ କେନ୍ଦ୍ରିତ କରିବାକୁ ମହମତି ପ୍ରକାଶ କରିଥିଲେ ।

 

************



(Release ID: 1611795) Visitor Counter : 209