Economy
୨୦୨୫ ଅର୍ଥନୈତିକ ସଂସ୍କାର
ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତର ନିର୍ମାଣ
Posted On:
30 DEC 2025 1:11PM
ପ୍ରମୁଖ ବିନ୍ଦୁ
- ୨୦୨୫ ଅର୍ଥନୈତିକ ସଂସ୍କାର ଫଳାଫଳ-ଭିତ୍ତିକ ଶାସନ, ପ୍ରଣାଳୀର ସରଳୀକରଣ ଏବଂ ଅଭିବୃଦ୍ଧି, ସମାବେଶୀ ତଥା ବ୍ୟବସାୟିକ ସହଜତାକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ରିତ।
- ୨୯ଟି ଶ୍ରମ ଆଇନକୁ ଚାରୋଟି ଶ୍ରମ ସଂହିତାରେ ଏକତ୍ରିତ କରିଛି ନୂତନ ଶ୍ରମ ସଂସ୍କାର ଆଇନ , ଯାହା ସାମାଜିକ ସୁରକ୍ଷା ଏବଂ କାର୍ଯ୍ୟସ୍ଥଳର ନିରାପତ୍ତାକୁ ବୃଦ୍ଧି କରିବ।
- ପରବର୍ତ୍ତୀ ପିଢ଼ିର ଜିଏସ୍ଟି ଟିକସ ବ୍ୟବସ୍ଥାକୁ ସରଳୀକୃତ କରିଛି। ଏହାଦ୍ୱାରା କରଦାତାଙ୍କ ସଂଖ୍ୟା ୧.୫ କୋଟିକୁ ବୃଦ୍ଧି ପାଇଛି।
- ୨୫,୦୬୦ କୋଟିର ରପ୍ତାନି ପ୍ରୋତ୍ସାହନ ମିଶନ ଏମ୍ଏସ୍ଏମ୍ଇ ଏବଂ ପ୍ରଥମ ଥର ପାଇଁ ରପ୍ତାନି କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଓ ବଜାର ସୁବିଧା ଯୋଗାଇବ।
- ଗ୍ରାମୀଣ ନିଯୁକ୍ତି ସଂସ୍କାର ମାଧ୍ୟମରେ ୧୨୫ ଦିନର ଗ୍ୟାରେଣ୍ଟିଯୁକ୍ତ ପାରିଶ୍ରମିକ ଭିତ୍ତିକ କାର୍ଯ୍ୟ ପ୍ରଦାନ।
ମଞ୍ଚ ନିର୍ମାଣ: ଭାରତର ୨୦୨୫ ଅର୍ଥନୈତିକ ଦୃଷ୍ଟିକୋଣ
୨୦୨୫ର ଅର୍ଥନୈତିକ ସଂସ୍କାର ଭାରତୀୟ ଶାସନ ପ୍ରଣାଳୀର ଏକ ପରିପକ୍ୱ ପର୍ଯ୍ୟାୟକୁ ଦର୍ଶାଉଛି। ଏଠାରେ କେବଳ ନିୟମ ବଢ଼ାଇବା ପରିବର୍ତ୍ତେ 'ଫଳାଫଳ' ଉପରେ ଗୁରୁତ୍ୱ ଦିଆଯାଇଛି। ଟିକସ, ଶ୍ରମ ନିୟମ ଏବଂ ବ୍ୟବସାୟିକ ଅନୁପାଳନ କ୍ଷେତ୍ରରେ କରାଯାଇଥିବା ସଂସ୍କାର ଦୈନନ୍ଦିନ ଅର୍ଥନୈତିକ କାର୍ଯ୍ୟକଳାପକୁ ଅଧିକ ସ୍ୱଚ୍ଛ ଓ ଦ୍ରୁତ କରିଛି। ଏହି ପଦକ୍ଷେପଗୁଡ଼ିକ ଯୁବପିଢ଼ି, ମହିଳା, କ୍ଷୁଦ୍ର ବ୍ୟବସାୟୀ ଏବଂ ଗ୍ରାମୀଣ ସମୁଦାୟକୁ ସଶକ୍ତ କରିବା ସହ ଦେଶର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରୁଛି।

ଚଳିତ ବର୍ଷର ପଦକ୍ଷେପଗୁଡ଼ିକ ବିଶେଷ କରି ଜୀବନଧାରଣର ସହଜତା, ବ୍ୟବସାୟିକ ସହଜତା ଏବଂ ସମାବେଶୀ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛି, ଯାହା ଭାରତର ପରିବର୍ତ୍ତିତ ଅର୍ଥନୈତିକ ଆକାଂକ୍ଷା ସହିତ ନିୟାମକ ସଂରଚନାକୁ ସମାନ ଭାବେ ସମନ୍ୱିତ କରୁଛି। ସରଳୀକୃତ ଟିକସ ବ୍ୟବସ୍ଥା ଓ ପରବର୍ତ୍ତୀ ପିଢ଼ିର ଜିଏସ୍ଟିଠାରୁ ଆରମ୍ଭ କରି ଆଧୁନିକ ଶ୍ରମ କୋଡ୍ ଏବଂ ଏମ୍ଏସ୍ଏମ୍ଇର ବର୍ଦ୍ଧିତ ପରିଭାଷା ପର୍ଯ୍ୟନ୍ତ, ସରକାର ଏହା ସୁନିଶ୍ଚିତ କରିଛନ୍ତି ଯେ ଏହି ସଂସ୍କାରଗୁଡ଼ିକ କେବଳ ଦୈନନ୍ଦିନ ଅର୍ଥନୈତିକ କାର୍ଯ୍ୟକଳାପରେ ବାଧା ହ୍ରାସ କରିନାହିଁ, ବରଂ ଯୁବପିଢ଼ି, ମହିଳା, କ୍ଷୁଦ୍ର ବ୍ୟବସାୟୀ ଏବଂ ଗ୍ରାମୀଣ ସମୁଦାୟକୁ ସଶକ୍ତ କରିଛି। ସାମଗ୍ରିକ ଭାବେ, ଏହି ପଦକ୍ଷେପଗୁଡ଼ିକ ଏକ ଫଳାଫଳ-ଭିତ୍ତିକ ନୀତି ପ୍ରଣୟନ ଉପରେ ଆଧାରିତ ଶାସନ ଶୈଳୀକୁ ଦର୍ଶାଉଛି, ଯାହା ବିଶ୍ୱାସ, ଅନୁମାନଯୋଗ୍ୟତା ଏବଂ ଦୀର୍ଘକାଳୀନ ଅର୍ଥନୈତିକ ସ୍ଥିରତାକୁ ପ୍ରୋତ୍ସାହିତ କରୁଛି।
ଅଭିବୃଦ୍ଧି ଓ ସୁଯୋଗ ପାଇଁ ପ୍ରମୁଖ ସଂସ୍କାର
୧. ଆୟକର ସଂସ୍କାର
ଭାରତୀୟ ପରିବାର ଏବଂ ବ୍ୟକ୍ତିଗତ କରଦାତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବରେ, ନୂତନ ଟିକସ ବ୍ୟବସ୍ଥା ଅଧୀନରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟକୁ ଟିକସ ମୁକ୍ତ କରାଯାଇଛି। ସାଲାରିଡ୍ ବା ଦରମାଭୋଗୀ କର୍ମଚାରୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକସନ୍ ମିଶାଇ ଏହି ସୀମା ୧୨.୭୫ ଲକ୍ଷ ଟଙ୍କା ହୋଇଛି।
ଜୁଲାଇ ୨୦୨୪ରେ ଘୋଷଣା କରାଯାଇଥିବା ନୂତନ ଆୟକର ଅଧିନିୟମ, ୨୦୨୫ ମାଧ୍ୟମରେ ପୁରୁଣା ଆଇନକୁ ସରଳ କରାଯାଇଛି। ଏହାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ହେଲା:
- ଭାଷା ଓ ସଂରଚନାର ସରଳୀକରଣ: ଏହାଦ୍ୱାରା ସ୍ପଷ୍ଟତା ଓ ସାମଞ୍ଜସ୍ୟ ବୃଦ୍ଧି
- ଟିକସ ନୀତିରେ ନିରନ୍ତରତା ବଜାୟ ରଖିବା ପାଇଁ ଟିକସ ନୀତିରେ ବଡ଼ ଧରଣର ପରିବର୍ତ୍ତନ କରାଯାଇ ନାହିଁ।
- ଟିକସ ହାରରେ କୌଣସି ପରିବର୍ତ୍ତନ ନ କରି ସ୍ଥିରତା ରଖିବା।

୨. ଶ୍ରମ ସଂସ୍କାର
ଏକ ଐତିହାସିକ ସଂସ୍କାର କ୍ରମରେ, ଭାରତ ସରକାର ପ୍ରଚଳିତ ୨୯ଟି ଶ୍ରମ ଆଇନକୁ ଚାରୋଟି ଶ୍ରମ କୋଡ୍ରେ ଏକତ୍ରିତ କରିଛନ୍ତି। ସେଗୁଡ଼ିକ ହେଲା- ମଜୁରୀ ସଂହିତା (୨୦୧୯), ଶିଳ୍ପ ସମ୍ପର୍କ ସଂହିତା (୨୦୨୦), ସାମାଜିକ ସୁରକ୍ଷା ସଂହିତା (୨୦୨୦) ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟାବସ୍ଥା ସଂହିତା (୨୦୨୦)।
ଏହି ନୂତନ ବ୍ୟବସ୍ଥା ବ୍ୟବସାୟିକ ସହଜତାକୁ ବୃଦ୍ଧି କରିବା ସହିତ ଶ୍ରମିକମାନଙ୍କ ପାଇଁ ମଜୁରୀ ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ କାର୍ଯ୍ୟସ୍ଥଳର ନିରାପତ୍ତାକୁ ବ୍ୟାପକ କରିଛି। ଏଥିରେ ମହିଳା, ପ୍ରବାସୀ ଶ୍ରମିକ, ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକମାନଙ୍କୁ ମଧ୍ୟ ସାମିଲ କରାଯାଇଛି।
ଏହି ସଂସ୍କାରଗୁଡ଼ିକ ଭାରତର ଶ୍ରମଶକ୍ତି ପାଇଁ ସୁରକ୍ଷା ବଳୟକୁ ବ୍ୟାପକ କରିଛି, ଯେଉଁଥିରେ ପ୍ରାୟ ୧ କୋଟି ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକ ବାର୍ଷିକ ସାମାଜିକ ସୁରକ୍ଷା ସହାୟତା ପାଉଛନ୍ତି। ମହିଳା ଶ୍ରମିକମାନେ ନିଶ୍ଚିତ ଛୁଟି ବ୍ୟବସ୍ଥା, ମାତୃତ୍ୱକାଳୀନ ସୁବିଧା ଏବଂ ଉନ୍ନତ କାର୍ଯ୍ୟସ୍ଥଳ ନିରାପତ୍ତା ଦ୍ୱାରା ଉପକୃତ ହେଉଛନ୍ତି। ସାମଗ୍ରିକ ଭାବେ, ଏହି ଶ୍ରମ ସଂହିତାଗୁଡ଼ିକ କଠୋର ନିୟମାବଳୀରୁ ଫଳାଫଳ-ଭିତ୍ତିକ ଶାସନ ପ୍ରଣାଳୀ ଆଡ଼କୁ ଏକ ନିର୍ଣ୍ଣାୟକ ପରିବର୍ତ୍ତନକୁ ସୂଚାଉଛି, ଯାହା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୫୦ କୋଟିରୁ ଅଧିକ ଶ୍ରମିକଙ୍କ ପାଇଁ ଏକ ସମନ୍ୱିତ ବ୍ୟବସ୍ଥା ସୃଷ୍ଟି କରିଛି। ଏହା ବ୍ୟତୀତ, ଏହି ସଂହିତାଗୁଡ଼ିକ ଭାରତର ଦୀର୍ଘକାଳୀନ ଅଭିବୃଦ୍ଧି ଆକାଂକ୍ଷା ସହିତ ସମନ୍ୱିତ ଏକ ଭବିଷ୍ୟତ-ପ୍ରସ୍ତୁତ ଶ୍ରମଶକ୍ତି ଏବଂ ସ୍ଥିତିସ୍ଥାପକ ଶିଳ୍ପ ପାଇଁ ଏକ ମଜବୁତ ଭିତ୍ତିଭୂମି ସ୍ଥାପନ କରିଛି।
୩. ଗ୍ରାମୀଣ ନିଯୁକ୍ତି ସଂସ୍କାର
ବିକଶିତ ଭାରତ - ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଆଇନ, ୨୦୨୫ ର ପ୍ରଣୟନ ଦ୍ୱାରା ଗ୍ରାମୀଣ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇଛି। ଏହା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ସ୍ଥାନରେ ଏକ ଆଧୁନିକ ବୈଧାନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛି, ଯାହା ଜୀବିକା ସୁରକ୍ଷାକୁ ବୃଦ୍ଧି କରିବା ସହ ନିଯୁକ୍ତିକୁ ଗୋଷ୍ଠୀଗତ ବିକାଶ ସହିତ ସମନ୍ୱିତ କରୁଛି।
ବ୍ୟବସାୟିକ ସହଜତା
ଗୁଣବତ୍ତା ନିୟନ୍ତ୍ରଣ ଆଦେଶ (QCO) ଯେପରି ଘରୋଇ ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ନକରେ, ତାହା ସୁନିଶ୍ଚିତ କରିବା ପାଇଁ ସରକାର ଭାରତୀୟ ମାନକ ବ୍ୟୁରୋ (BIS) ମାଧ୍ୟମରେ ଏହାକୁ ଏକ ପର୍ଯ୍ୟାୟକ୍ରମିକ ଏବଂ ଏମ୍ଏସ୍ଏମ୍ଇ ଅନୁକୂଳ ଢଙ୍ଗରେ ଲାଗୁ କରିଛନ୍ତି।
ନିୟମ ଅନୁପାଳନ ପାଇଁ ଅଣୁ ଉଦ୍ୟୋଗଗୁଡ଼ିକୁ ଅତିରିକ୍ତ ୬ ମାସ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ୩ ମାସ ସମୟ ଦିଆଯାଇଛି। ରପ୍ତାନି-ଭିତ୍ତିକ ଏବଂ ଗବେଷଣା ଓ ବିକାଶ ପାଇଁ ଆମଦାନୀ (୨୦୦ ୟୁନିଟ୍ ପର୍ଯ୍ୟନ୍ତ) କ୍ଷେତ୍ରରେ ରିହାତି ପ୍ରଦାନ କରାଯାଇଛି। ଏଥିସହ ବ୍ୟବସାୟୀମାନେ ସେମାନଙ୍କର ପୁରୁଣା ଷ୍ଟକ୍କୁ ୬ ମାସ ମଧ୍ୟରେ ଶେଷ କରିପାରିବେ, ଯାହା ଏହି ପରିବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବ।
ଏମ୍ଏସ୍ଏମ୍ଇ ଗୁଡ଼ିକ ପାଇଁ ବିଆଇଏସ୍ ସହାୟତା ପଦକ୍ଷେପ ଅଧୀନରେ, ଉଦ୍ୟୋଗଗୁଡ଼ିକୁ ବାର୍ଷିକ ମାର୍କିଂ ଫି’ ଉପରେ ରିହାତି ପ୍ରଦାନ କରାଯାଇଛି। ନିଜସ୍ୱ ପରୀକ୍ଷାଗାରର ଆବଶ୍ୟକତାକୁ ଇଚ୍ଛାଧୀନ କରାଯାଇ ସ୍ୱୀକୃତିପ୍ରାପ୍ତ ବା ଅଂଶୀଦାର ପରୀକ୍ଷାଗାର ବ୍ୟବହାର କରିବାର ସୁଯୋଗ ଦିଆଯାଇଛି। ଯାଞ୍ଚ ଏବଂ ପରୀକ୍ଷଣ ପ୍ରକ୍ରିୟାକୁ ଅଧିକ ନମନୀୟ କରାଯାଇଛି ଏବଂ ଅନୁପାଳନକୁ ସରଳ କରିବା ପାଇଁ ଉତ୍ପାଦ ପ୍ରମାଣୀକରଣ ନିର୍ଦ୍ଦେଶାବଳୀକୁ ସର୍ବସାଧାରଣରେ ଉପଲବ୍ଧ କରାଯାଇଛି।
ମଏସଏମଇମାନଙ୍କୁ ଋଣ ପ୍ରବାହରେ ସୁଧାର ଅଧୀନରେ, ଋଣଗୁଡ଼ିକୁ ବାହ୍ୟ ବେଞ୍ଚମାର୍କ ସହିତ ସଂଯୋଗ କରାଯାଇଛି ଏବଂ ଏହାର ପୁନଃନିର୍ଦ୍ଧାରଣ ଅବଧିକୁ ୩ ମାସକୁ ହ୍ରାସ କରାଯାଇଛି। ଏମଏସଏମଇ ପାଇଁ ପାରସ୍ପରିକ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଏବେ ଯନ୍ତ୍ରପାତି ଏବଂ ମେସିନାରୀ ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ସୁବିଧା ପ୍ରଦାନ କରୁଛି। ଅଗ୍ରାଧିକାର କ୍ଷେତ୍ର ଋଣ ଲକ୍ଷ୍ୟକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ବନ୍ଧକରେ ଋଣ ଉପଲବ୍ଧ କରାଯାଉଛି ଏବଂ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସୀମା ପାଇଁ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାକୁ ଆନୁମାନିକ ବାର୍ଷିକ କାରବାରର ଅତିକମରେ ୨୦% ଧାର୍ଯ୍ୟ କରାଯାଇଛି।
ସାମଗ୍ରିକ ଭାବେ, ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଜିଏସଟିକୁ ଏକ ସରଳ, ନ୍ୟାୟସଙ୍ଗତ ଏବଂ ଅଭିବୃଦ୍ଧି-ମୁଖୀ ଟିକସ ବ୍ୟବସ୍ଥା ଭାବରେ ସୁଦୃଢ଼ କରୁଛି, ଯାହା ଉପଭୋକ୍ତାଙ୍କ ପାଇଁ ଜୀବନଧାରଣର ସହଜତା ଏବଂ ଉଦ୍ୟୋଗଗୁଡ଼ିକ ପାଇଁ ବ୍ୟବସାୟିକ ସହଜତା ପ୍ରଦାନ କରିବା ସହ ଦୀର୍ଘକାଳୀନ ଅର୍ଥନୈତିକ ସ୍ଥିରତାକୁ ସହାୟତା କରୁଛି।
ଜିଏସଟି ୨.୦ ସଂସ୍କାର
ଜିଏସଟି ସଂସ୍କାର, ଭାରତର ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏକ ଯୁବ, ଉଦ୍ୟୋଗୀ ଏବଂ ଉପଭୋଗ-ଭିତ୍ତିକ ଅର୍ଥନୀତିର ଆକାଂକ୍ଷା ସହିତ ସମନ୍ୱିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ। ଏହା ଜିଏସଟିର ଭୂମିକାକୁ ଏକ ନାଗରିକ-କୈନ୍ଦ୍ରିକ, ବ୍ୟବସାୟ-ଅନୁକୂଳ ଏବଂ ଅଭିବୃଦ୍ଧି-ମୁଖୀ ଟିକସ ବ୍ୟବସ୍ଥା ଭାବରେ ଯଥେଷ୍ଟ ସୁଦୃଢ଼ କରିଥାଏ। ସାମଗ୍ରିକ ଭାବେ, ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଜିଏସଟିକୁ ଏକ ସରଳ, ନ୍ୟାୟସଙ୍ଗତ ଏବଂ ଅଭିବୃଦ୍ଧି-ମୁଖୀ ଟିକସ ବ୍ୟବସ୍ଥା ଭାବରେ ସୁଦୃଢ଼ କରେ, ଯାହା ଉପଭୋକ୍ତାଙ୍କ ପାଇଁ ଜୀବନଧାରଣର ସହଜତା ଏବଂ ଉଦ୍ୟୋଗଗୁଡ଼ିକ ପାଇଁ ବ୍ୟବସାୟିକ ସହଜତା ପ୍ରଦାନ କରିବା ସହିତ ଉପଭୋଗ-ଭିତ୍ତିକ ଅଭିବୃଦ୍ଧି ଏବଂ ଦୀର୍ଘକାଳୀନ ଆର୍ଥିକ ସ୍ଥିରତାକୁ ସହାୟତା କରେ।

ସାମଗ୍ରିକ ଭାବେ ଦେଖିଲେ, ଚଳିତ ବର୍ଷର ଅର୍ଥନୈତିକ ସଂସ୍କାରଗୁଡ଼ିକ ଫଳାଫଳ-ଭିତ୍ତିକ ଶାସନ ପ୍ରଣାଳୀ ଆଡ଼କୁ ଏକ ସ୍ପଷ୍ଟ ପରିବର୍ତ୍ତନକୁ ଦର୍ଶାଉଛି, ଯାହା ନାଗରିକ ଏବଂ ବ୍ୟବସାୟଗୁଡ଼ିକ ପାଇଁ ବାଧା ହ୍ରାସ କରୁଛି, ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି କରୁଛି ଏବଂ ନିରନ୍ତର ତଥା ସମାବେଶୀ ଅଭିବୃଦ୍ଧି ପାଇଁ ଭିତ୍ତିଭୂମି ସ୍ଥାପନ କରୁଛି। ଟିକସ ବ୍ୟବସ୍ଥାକୁ ସରଳ କରିବା, ଶ୍ରମ ଆଇନର ଆଧୁନିକୀକରଣ, ଏମଏସଏମଇ ଗୁଡ଼ିକୁ ସୁଦୃଢ଼ କରିବା, ଗ୍ରାମୀଣ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଏବଂ ଡିଜିଟାଲ୍ ଦେୟକୁ ଆଗକୁ ବଢ଼ାଇବା ଦ୍ୱାରା ଏହି ପଦକ୍ଷେପଗୁଡ଼ିକ ସମୂହ ଭାବେ ଭାରତୀୟ ଅର୍ଥନୀତିରେ ବିଶ୍ୱାସ, ସ୍ଥିତିସ୍ଥାପକତା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରୁଛି।
(Explainer ID: 156799)
आगंतुक पटल : 4
Provide suggestions / comments