• Skip to Content
  • Sitemap
  • Advance Search
Farmer's Welfare

ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

Posted On: 10 OCT 2025 12:15PM

ମଜବୁତ କ୍ରୟ, ବ୍ୟାପକ କୃଷକ ସାମିଲ, ଡିଜିଟାଲ୍ ସଂସ୍କାର ଏବଂ ରାଷ୍ଟ୍ରୀୟ ଆତ୍ମନିର୍ଭରଶୀଳତାର ଉନ୍ନତି

 

  • ରବି ବିପଣନ ଋତୁ (ଆରଏମଏସ) 2026-27 ପାଇଁ ଏମଏସପି ମଞ୍ଜୁର; କ୍ରୟ ଆକଳନ 297 ଲକ୍ଷ ମେଟ୍ରିକ ଟନ୍, ଏବଂ ଚାଷୀମାନେ ଏମଏସପି ହାରରେ ପ୍ରାୟ 84,263 କୋଟି ଟଙ୍କା ପାଇବେ
  • ଆରଏମଏସ 2026-27 ଲାଗି ଗହମ ପାଇଁ ଉତ୍ପାଦନ ମୂଲ୍ୟ ଉପରେ ଲାଭ ସର୍ବାଧିକ 109%
  • ଖାଦ୍ୟ ଶସ୍ୟର ଏମଏସପି ଦେୟ 1.06 ଲକ୍ଷ କୋଟି ଟଙ୍କା (2014-15) ରୁ 3.33 ଲକ୍ଷ କୋଟି ଟଙ୍କା (ଜୁଲାଇ 2024-ଜୁନ୍ 2025)କୁ ତିନିଗୁଣରୁ ଅଧିକ ବୃଦ୍ଧି, ସମାନ ସମୟ ମଧ୍ୟରେ କ୍ରୟ 761.40 ଲକ୍ଷ ମେଟ୍ରିକ ଟନରୁ 1,175 ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି, ଯାହା 1.84 କୋଟି ଚାଷୀଙ୍କୁ ଲାଭ ଦେଇଛି
  • ଡାଲିରେ ଆତ୍ମନିର୍ଭରଶୀଳତା ପାଇଁ 2028-29 ପର୍ଯ୍ୟନ୍ତ 100% ହରଡ଼, ବିରି, ମସୁର ଉତ୍ପାଦନ କରାଯିବ; ମାର୍ଚ୍ଚ 2025 ସୁଦ୍ଧା 2.46 ଲକ୍ଷ ମେଟ୍ରିକ ଟନ ହରଡ଼ କିଣାଯାଇଛି

 

 ପ୍ରତ୍ୟେକ ଫସଲ ଋତୁରେ ଭାରତୀୟ ଚାଷୀମାନେ କଠିନ ପରିଶ୍ରମ କରୁଥିଲେ ସୁଦ୍ଧା ଅସ୍ଥିର ପାଣିପାଗ ଏବଂ ବଜାର କାରଣରୁ ସେମାନେ ଲାଭରୁ ବଞ୍ଚିତ ହୋଇଥାନ୍ତି ଏଭଳି ସ୍ଥିତିରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସେମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଯାହା ମାଧ୍ୟମରେ ସରକାର ପୂର୍ବ-ନିର୍ଦ୍ଧାରିତ ମୂଲ୍ୟରେ କୃଷକମାନଙ୍କର ଫସଲ କ୍ରୟ କରି ସେମାନଙ୍କୁ ସମର୍ଥନ କରନ୍ତି। ପ୍ରତିବର୍ଷ, ସରକାର ସମ୍ପୃକ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗର ମତାମତ ବିଚାର କରିବା ପରେ କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଆଧାରରେ 22ଟି ବାଧ୍ୟତାମୂଳକ କୃଷି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରନ୍ତି।

ଏମଏସପି ସୁପାରିସ କରିବା ସମୟରେ ସିଏସିପି ଉତ୍ପାଦନ ଖର୍ଚ୍ଚ, ଚାହିଦା-ଯୋଗାଣ, ଘରୋଇ ଓ ଅନ୍ତର୍ଜାତୀୟ ଦର, ଆନ୍ତଃଫସଲ ମୂଲ୍ୟ, କୃଷି ଓ ଅଣକୃଷି ବାଣିଜ୍ୟ, ଅର୍ଥବ୍ୟବସ୍ଥା ଉପରେ ଦର ନୀତି ଏବଂ ଉତ୍ପାଦନର ଅତିକମରେ 50ପ୍ରତିଶତ ଲାଭ ପ୍ରଦାନ ଆଦି ଦିଗ ଉପରେ ବିଚାର କରିଥାଏ ଆହୁରି ଉତ୍ପାଦନ ଖର୍ଚ୍ଚରେ ଶ୍ରମିକଙ୍କ ମଜୁରୀ, ବଳଦ ଓ ମେସିନ ଖର୍ଚ୍ଚ, ଜମି ଭାଗ ପାଉଣା, ବିହନ, ସାର,ଖତ ଜଳସେଚନ, ଆଦି ବାବଦରେ ହେଉଥିବା ଖର୍ଚ୍ଚ, ଅନ୍ୟାନ୍ୟ ବ୍ୟୟ ଏବଂ ପାରିବାରିକ ଶ୍ରମକୁ ସାମିଲ କରାଯାଇଥାଏ

କେନ୍ଦ୍ର ବଜେଟ୍ 2018-19 ରେ ଉତ୍ପାଦନ ଖର୍ଚ୍ଚର ଅତି କମରେ 1.5 ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ପାଇଁ ଘୋଷଣା କରାଯାଇଥିଲା। ସେହି ବର୍ଷଠାରୁ, ସରକାର ସମସ୍ତ ବାଧ୍ୟତାମୂଳକ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଆସୁଛନ୍ତି ଏହା ସମସ୍ତ ଫସଲ ପାଇଁ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ସର୍ବନିମ୍ନ 50% ଲାଭ ସୁନିଶ୍ଚିତ କରେ।

କ୍ୟାବିନେଟ 1 ଅକ୍ଟୋବର 2025ରେ 2026-27 ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏହା ବ୍ୟତୀତ, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର 2025-26 ଖରିଫ ବିପଣନ ଋତୁ ପାଇଁ ବାଧ୍ୟତାମୂଳକ ଫସଲର ଏମଏସପି ବୃଦ୍ଧି କରିଛନ୍ତି।

 

RABI CROPS

S.N.

Crops

MSP 2026-27 (₹/quintal)

Cost of Production 2026-27 (₹/quintal)

Margin Over Cost (%)

MSP 2025-26 (₹/quintal)

Increase in MSP (Absolute)

1

Wheat

2,585

1,239

109%

2,425

160

2

Barley

2,150

1,361

58%

1,980

170

3

Gram

5,875

3,699

59%

5,650

225

4

Lentil (Masur)

7,000

3,705

89%

6,700

300

5

Rapeseed & Mustard

6,200

3,210

93%

5,950

250

6

Safflower

6,540

4,360

50%

5,940

600

S.N.

Crops

MSP 2025-26 (₹/quintal)

Cost of Production 2025-26 (₹/quintal)

Margin Over Cost (%)

MSP 2024-25 (₹/quintal)

Increase in MSP (Absolute)

KHARIF CROPS

1

Paddy

Common

2,369

1,579

50%

2,300

69

Grade A

2,389

---

---

2,320

69

2

Jowar

Hybrid

3,699

2,466

50%

3,371

328

Maldandi

3,749

---

---

3,421

328

3

Bajra

2,775

1,703

63%

2,625

150

4

Ragi

4,886

3,257

50%

4,290

596

5

Maize

2,400

1,508

59%

2,225

175

6

Tur/Arhar

8,000

5,038

59%

7,550

450

7

Moong

8,768

5,845

50%

8,682

86

8

Urad

7,800

5,114

53%

7,400

400

9

Groundnut

7,263

4,842

50%

6,783

480

10

Sunflower seed

7,721

5,147

50%

7,280

441

11

Soyabean (Yellow)

5,328

3,552

50%

4,892

436

12

Sesamum

9,846

6,564

50%

9,267

579

13

Nigerseed

9,537

6,358

50%

8,717

820

14

Cotton

Medium Staple

7,710

5,140

50%

7,121

589

Long Staple

8,110

---

---

7,521

589

COMMERCIAL CROPS

1

Jute

5,650

3,387

67%

5,335

315

S.N.

Crops

MSP 2025 (₹/quintal)

Cost of Production 2025 (₹/quintal)

Margin Over Cost (%)

MSP 2024 (₹/quintal)

Increase in MSP (Absolute)

2

Copra

Milling

11,582

7,721

50%

11,160

422

Ball

12,100

---

---

12,000

100

 

2025-26  ଖରିଫ ଫସଲ ଋତୁ ପାଇଁ କଳାରାଶି ଉପରେ ସର୍ବାଧିକ ଏମଏସପି କ୍ୱିଣ୍ଟାଲ ପିଛା 820 ଟଙ୍କା ବୃଦ୍ଧି କରାଯାଇଥିଲା ସେହିପରି ମାଣ୍ଡିଆ ଉପରେ 596 ଏବଂ କପା ଉପରେ 589 ଟଙ୍କା ଏମଏସପି ବୃଦ୍ଧି କରାଯାଇଥିଲା ଚାଷୀମାନଙ୍କୁ ବାଜରା ଉପରେ 63%, ମକା ଉପରେ 89%, ହରଡ଼ ଉପରେ 59% ଏବଂ ବିରି ଉପରେ 53% ଲାଭ ମିଳିଥିଲା

2026-27 ରବି ବିପଣନ ଋତୁ ଲାଗି କୁସୁମ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟରେ ସର୍ବୋଚ୍ଚ ବୃଦ୍ଧି ଘୋଷଣା କରାଯାଇଛି ଯାହା ପ୍ରତି କ୍ୱିଣ୍ଟାଲ 600 ଟଙ୍କା ଏବଂ ଏହା ପଛକୁ ମସୁର (ମସୁର) 300 ଟଙ୍କା ବୃଦ୍ଧି ପାଇଛି। ରେପସିଡ୍ ଏବଂ ସୋରିଷ, ଚଣା, ଯଅ ଏବଂ ଗହମ ପାଇଁ ଯଥାକ୍ରମେ 250, 225, 170 ଏବଂ 160 ଟଙ୍କା ବୃଦ୍ଧି ହୋଇଛି।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ସର୍ବାଧିକ ପ୍ରତ୍ୟାଶିତ ଲାଭ ଗହମ ପାଇଁ 109%, ଏହାପରେ ରେପସିଡ୍ ଏବଂ ସୋରିଷ ପାଇଁ 93%; ମସୁର ପାଇଁ 89%; ଚଣା ପାଇଁ 59%; ଯଅ ପାଇଁ 58%; ଏବଂ କସୁର ପାଇଁ 50% ରହିଛି ରବି ଫସଲର ଏହି ବୃଦ୍ଧି ଏମଏସପି ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରେ ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରେ। ରବି ବିପଣନ ଋତୁ 2026-27 ସମୟରେ, ପ୍ରାୟ 297 ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ ଆକଳନ କରାଯାଇଛି, ଯାହା ପାଇଁ ଚାଷୀମାନେ ପ୍ରସ୍ତାବିତ ଏମଏସପିରେ ପ୍ରାୟ 84,263 କୋଟି ଟଙ୍କା ମିଳିବାର ଆଶା କରାଯାଉଛି।

ସରକାର ଏମଏସପି ଦରରେ ଫସଲ କିଣିବା ଲାଗି ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ଏବଂ ରାଜ୍ୟସ୍ତରରେ ଏହାର ମାନ୍ୟତାପ୍ରାପ୍ତ ସଂସ୍ଥାଗୁଡ଼ିକ ଶସ୍ୟ ଏବଂ ଖଦଡ଼ ଶସ୍ୟ କ୍ରୟ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ବା ପିଏମ ଆଶା ଜରିଆରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନିଆଯାଉଛି ଏହା ଅଧୀନରେ ମୂଲ୍ୟ ସମର୍ଥନ ଯୋଜନା କାର୍ଯ୍ୟକାରୀ କରାଯାଇ ନାଫେଡ ଓ ଏନସିସିଏଫ ଆଦି ମାଧ୍ୟମରେ ଡାଲି, ତୈଳବୀଜ ଓ ଗୋଟା ନଡ଼ିଆର କ୍ରୟ କରାଯାଉଛି କପା ଏବଂ ଝୋଟ ଯଥାକ୍ରମେ ଭାରତୀୟ କପା ନିଗମ (ସିସିଆଇ) ଏବଂ ଭାରତୀୟ ଝୋଟ ନିଗମ (ଜେସିଆଇ) ମାଧ୍ୟମରେ ଏମଏସପିରେ କ୍ରୟ କରାଯାଉଛି

 ଚାଷୀଙ୍କ ସହଯୋଗରେ ଭାରତ ଡିସେମ୍ବର 2027 ପୂର୍ବରୁ ଡାଲି କ୍ଷେତ୍ରରେ 'ଆତ୍ମନିର୍ଭର' କରିବାକୁ ଗୁରୁତ୍ୱାରୋପ କରାଯାଇଛି। ଏହା ହାସଲ କରିବା ପାଇଁ, ସରକାର 2025 ବଜେଟରେ ଘୋଷଣା କରିଥିଲେ ଯେ ରାଜ୍ୟର ଉତ୍ପାଦନର 100% ହରଡ଼, ବିରି ଏବଂ ମସୁର ଚାରି ବର୍ଷ ପାଇଁ 2028-29 ପର୍ଯ୍ୟନ୍ତ ସଂଗ୍ରହ କରାଯିବ। ଏହି ପ୍ରତିଶ୍ରୁତି ଅନୁଯାୟୀ, ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ଡାଲି ସଂଗ୍ରହ ପାଇଁ ପିଏମ ଆଶା ଗ୍ୟାରେଣ୍ଟିକୁ 45,000 କୋଟି ଟଙ୍କାରୁ 60,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। 25 ମାର୍ଚ୍ଚ 2025 ସୁଦ୍ଧା, ପାଞ୍ଚଟି ରାଜ୍ୟ (ଆନ୍ଧ୍ର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା)ର ଚାଷୀଙ୍କଠାରୁ ମୋଟ 2.46 ଲକ୍ଷ ମେଟ୍ରିକ୍ ଟନ୍ ତୁର (ଅର୍ହର) ସଂଗ୍ରହ କରାଯାଇଛି, ଯାହା 1,71,569 ଚାଷୀଙ୍କୁ ଲାଭ ଦେଇଛି। ଏମଏସପିରେ ଡାଲି ସଂଗ୍ରହରେ ଉଲ୍ଲେଖନୀୟ 7,350% ବୃଦ୍ଧି ଘଟିଛି, ଯାହା 200914ରେ 1.52 ଲକ୍ଷ ମେଟ୍ରିକ୍ ଟନ୍ ଥିଲା ଏବଂ 202025  ସମୟରେ ଏହା 82.98 ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ସେହିପରି, ଗତ 11 ବର୍ଷ ମଧ୍ୟରେ ଏମଏସପିରେ ତୈଳବୀଜ ସଂଗ୍ରହରେ 1500% ରୁ ଅଧିକ ବୃଦ୍ଧି ଘଟିଛି।

ଧାନ ସଂଗ୍ରହ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। 200414, ମଧ୍ୟରେ 4,590 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା, ଯାହା 201425 ମଧ୍ୟରେ 7,608 ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ଚାଷୀମାନଙ୍କୁ ଦିଆଯାଇଥିବା ଏମଏସପି ଦେୟରେ ପ୍ରତିଫଳିତ ହୋଇଛି, ଯାହା କେବଳ ଧାନ ପାଇଁ 2004-14 ମଧ୍ୟରେ 4.44 ଲକ୍ଷ କୋଟି ଟଙ୍କାରୁ 2014-25 ମଧ୍ୟରେ 14.16 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 14ଟି ଖରିଫ ଫସଲ ପାଇଁ ମିଳିତ କ୍ରୟ, 200414 ସମୟରେ 4,679 ଲକ୍ଷ ମେଟ୍ରିକ୍ ଟନ୍ ରୁ 201425 ମଧ୍ୟରେ 7,871 ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି। ଏହାର ଏମଏସପି ଦେୟ 4.75 ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ 16.35 ​​ଲକ୍ଷ କୋଟି ଟଙ୍କା ହୋଇଛି। ସେହିପରି 2024-25 ରବି ବିପଣନ ଋତୁରେ 266 ଲକ୍ଷ ମେଟ୍ରିକ ଟନ ଗହମ କିଣାଯାଇଥିଲା ଏହା ମାଧ୍ୟମରେ 61 ଲକ୍ଷ କୋଟି ଟଙ୍କାରୁ ଅଧିକ ଏମଏସପି ସିଧାସଳଖ 22 ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା

ସାମଗ୍ରିକ ଭାବରେ, ଖାଦ୍ୟଶସ୍ୟ ସଂଗ୍ରହ ସ୍ଥିର ଭାବରେ ବୃଦ୍ଧି ପାଇଛି, ଯାହା 201415 ରେ 761.40 ଲକ୍ଷ ମେଟ୍ରିକ୍ ଟନ୍ ରୁ 2024-25 (ଜୁଲାଇ ରୁ ଜୁନ୍ ପର୍ଯ୍ୟନ୍ତ) ରେ 1,175 ଲକ୍ଷ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି। ଏହି ସମ୍ପ୍ରସାରଣ 1.84 କୋଟି ଚାଷୀଙ୍କୁ ଲାଭ ଦେଇଛି। ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ପାଇଁ ହୋଇଥିବା ଖର୍ଚ୍ଚ ତିନିଗୁଣରୁ ଅଧିକ ହୋଇଛି, ଯାହା ସେହି ସମୟ ମଧ୍ୟରେ 1.06 ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ 3.33 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏମଏସପି ହସ୍ତାନ୍ତର ଯୋଗୁ 2024-25ରେ ପ୍ରାୟ 1.84 କୋଟି ଚାଷୀ ଉପକୃତ ହୋଇଛନ୍ତି ଏମଏସପି କ୍ରୟରେ ସ୍ୱଚ୍ଛତା ଆଣିବା ଲାଗି ସରକାର ଇ-ସମୃଦ୍ଧି, କପାସ କିଷାନ ଆପ୍ଭଳି ଯୋଜନା ଏବଂ ଉପକ୍ରମର ଶୁଭାରମ୍ଭ କରିଛନ୍ତି ଏମଏସପି ବ୍ୟବସ୍ଥା ଚାଷୀଙ୍କ ଆୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ଅତିକମରେ ଉତ୍ପାଦନ ଖର୍ଚ୍ଚ 50%ରୁ ଅଧିକ ଲାଭ ଦେଉଛି

******

PS

(Backgrounder ID: 155475) Visitor Counter : 8
Provide suggestions / comments
Link mygov.in
National Portal Of India
STQC Certificate