ପୋଷ୍ଟ କରାଯିବା ଦିନାଙ୍କ:
23 NOV 2026 2:35PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଏଚ. ପି. ଭି. ଟୀକାକରଣ ଅଭିଯାନକୁ ପ୍ରଶଂସା କରିଛନ୍ତି କାରଣ ଏହା ନଅ ମାସରୁ କମ୍ ସମୟ ମଧ୍ୟରେ ୧ କୋଟି ଏଚ. ପି. ଭି. ଟିକା ଡୋଜ ଅତିକ୍ରମ କରିବାର ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି, ଯାହା ଯୋଗ୍ୟ ବାଳିକାମାନଙ୍କ ବାର୍ଷିକ ଗୋଷ୍ଠୀର ପ୍ରାୟ ୮୭%କୁ ଅନ୍ତର୍ଭୁକ୍ତ କରିଛି।
ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଏହି ସଫଳତା ପ୍ରତିଷେଧକ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଭାରତର ଝିଅମାନଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହି ମାଇଲଖୁଣ୍ଟ ଅଭିଯାନର ସଫଳ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିଥିବା ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରତିବଦ୍ଧତା ଏବଂ ସମନ୍ୱିତ ପ୍ରୟାସକୁ ପ୍ରତିଫଳିତ କରେ ।
ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି;
ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଦିଗରେ ଆମର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ପ୍ରତ୍ୟେକ ମାତ୍ରା ଝିଅମାନଙ୍କୁ ଜରାୟୁ ଗ୍ରୀବା କର୍କଟରୁ ରକ୍ଷା କରିବା ଏବଂ ସେମାନଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ।
ମୁଁ ସମସ୍ତ ଅଂଶୀଦାରମାନଙ୍କୁ ପ୍ରଶଂସା କରୁଛି, ଯେଉଁମାନଙ୍କ ପ୍ରୟାସ ଦ୍ୱାରା ଏହି ଉଲ୍ଲେଖନୀୟ ସଫଳତା ସୁନିଶ୍ଚିତ ହୋଇଛି।
HS