ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଣୀ ଲକ୍ଷ୍ମୀବାଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 NOV 2026 1:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମାତାର ବୀର କନ୍ୟା ରାଣୀ ଲକ୍ଷ୍ମୀବାଇଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବିଦେଶୀ ଶାସନ ବିରୁଦ୍ଧରେ ଲଢ଼େଇରେ ରାଣୀ ଲକ୍ଷ୍ମୀବାଇଙ୍କ ଅଦମ୍ୟ ସାହସ ଏବଂ ଅସାଧାରଣ ବୀରତ୍ୱର କାହାଣୀ ଏହି ଦେଶର ପ୍ରତ୍ୟେକ ପିଢ଼ିକୁ ମାତୃଭୂମି ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ରେ ପୋଷ୍ଟ କରିଛନ୍ତି:

"ଭାରତ ମାତାର ପରାକ୍ରମୀ କନ୍ୟା ରାଣୀ ଲକ୍ଷ୍ମୀବାଇଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଅଭିବାଦନ। କଠିନତମ ପରିସ୍ଥିତିରେ ମଧ୍ୟ ସେ ନିଜ କର୍ତ୍ତବ୍ୟ ଏବଂ ଆତ୍ମସମ୍ମାନ ସହ କେବେ ସାଲିସ୍ କରିନଥିଲେ। ବିଦେଶୀ ଶାସନ ବିରୁଦ୍ଧରେ ତାଙ୍କର ଅଦମ୍ୟ ସାହସ ଏବଂ ଅଦ୍ଭୁତ ବୀରତ୍ୱର କାହାଣୀ ଦେଶର ପ୍ରତ୍ୟେକ ପିଢ଼ିକୁ ମାତୃଭୂମି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିବାକୁ ପ୍ରେରଣା ଯୋଗାଇବ।’’

HS


(ରିଲିଜ ଆଡି: 2339720) ପରିଦର୍ଶକ କାଉଣ୍ଟର : 6