କ୍ୟାବିନେଟ
azadi ka amrit mahotsav

ଫସଫେଟ୍ ଏବଂ ପୋଟାସିୟମ୍ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି


ରବି ଋତୁ ୨୦୨୬-୨୭ ଅନ୍ତର୍ଗତ ଅକ୍ଟୋବର ପହିଲା ୨୦୨୬ରୁ ରୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଲାଗୁ ହେବ

ପୋଷ୍ଟ କରାଯିବା ଦିନାଙ୍କ: 11 NOV 2026 3:11PM by PIB Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ରବି ଋତୁ ୨୦୨୬-୨୭ (ଅକ୍ଟୋବର ପହିଲା ୨୦୨୬ରୁ ରୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଲାଗୁ ହେବ) ପାଇଁ ଫସଫେଟ୍ ଏବଂ ପୋଟାସିୟମ୍ (ପିଏଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ହାରକୁ ଅନୁମୋଦନ କରିଛନ୍ତି । ରବି ୨୦୨୬-୨୭ ପାଇଁ ଆନୁମାନିକ ବଜେଟ ଆବଶ୍ୟକତା ପ୍ରାୟ ୬୨,୩୭୦.୦୨ କୋଟି ଟଙ୍କା ହେବ। ଏହା ରବି ୨୦୨୫-୨୬ ଋତୁ ପାଇଁ ବଜେଟ ଆବଶ୍ୟକତା ତୁଳନାରେ ପ୍ରାୟ ୨୪,୪୧୭.୭୩ କୋଟି ଟଙ୍କା ଅଧିକ। ରବି ୨୦୨୫-୨୬ ପାଇଁ ବଜେଟ ଥିଲା ୩୭,୯୫୨.୨୯କୋଟି ଟଙ୍କା ଥିଲା ।

 

ଲାଭ:

 

• କୃଷକମାନଙ୍କୁ ରିହାତି ଦରରେ, ସୁଲଭ ଏବଂ ଯୁକ୍ତିସଂଗତ ମୂଲ୍ୟରେ ସାର ଯୋଗାଇ ଦିଆଯିବ ।

• ଅନ୍ତର୍ଜାତୀୟ ସାର ଏବଂ କଞ୍ଚାମାଲ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ବିଚାରକୁ ନେଇ ପି ଆଣ୍ଡ କେ ସାର ଉପରେ ସବସିଡିକୁ ଯୁକ୍ତସଂଗତ କରାଯାଇଛି ।

 

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

 

କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଏହି ସାରର ସୁଗମ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରବି ଋତୁ ୨୦୨୬-୨୭ (୦୧.୧୦.୨୦୨୬ ରୁ ୩୧.୦୩.୨୦୨୭ ପର୍ଯ୍ୟନ୍ତ ପ୍ରଯୁଜ୍ୟ) ନିମନ୍ତେ ଅନୁମୋଦିତ ହାର ଆଧାରରେ ଡିଏପି ଏବଂ ଏନପିକେଏସ ଗ୍ରେଡ୍ ସମେତ ପିଏଣ୍ଡକେ ସାର ଉପରେ ସବସିଡି ଯୋଗାଇ ଦିଆଯିବ।

 

ପୃଷ୍ଠଭୂମି

 

ସରକାର ସାର ପ୍ରସ୍ତୁତକାରୀ/ଆମଦାନୀକାରୀଙ୍କ ମାଧ୍ୟମରେ ଚାଷୀମାନଙ୍କୁ ସବସିଡି ମୂଲ୍ୟରେ ଡିଏପି ସମେତ ୨୮ ଗ୍ରେଡର ପିଏଣ୍ଡକେ ସାର ଯୋଗାଇ ଦେଉଛନ୍ତି। ପିଏଣ୍ଡକେ ସାର ଉପରେ ସବସିଡି ଏନବିଏସ ଯୋଜନା ଦ୍ୱାରା ପରିଚାଳିତ ହେଉଛି ଯାହା ୧ ଏପ୍ରିଲ ୨୦୧୦ରୁ ଲାଗୁ ହେଉଛି। ସରକାର ଚାଷୀ-ଅନୁକୂଳ ଆଭିମୁଖ୍ୟ ବଜାୟ ରଖି ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ପିଏଣ୍ଡକେ ସାର ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ।

 

ୟୁରିଆ, ଡିଏପି, ଏମଓପି ଏବଂ ସଲଫର ଭଳି ସାର ଏବଂ ଇନପୁଟ୍‌ର ଅନ୍ତର୍ଜାତୀୟ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ବିଚାର କରି ସରକାର ୦୧.୧୦.୨୦୨୬ ରୁ ୩୧.୦୩.୨୦୨୭ ପର୍ଯ୍ୟନ୍ତ ରବି ୨୦୨୬-୨୭ ପାଇଁ ଡିଏପି ଏବଂ ଏନପିକେଏସ ଗ୍ରେଡ୍ ସମେତ ଫସଫେଟ୍ ଏବଂ ପୋଟାସିୟମ ସାର ଉପରେ ଏନବିଏସ ହାର ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଉପଲବ୍ଧ କରାଇବା ପାଇଁ ସାର କମ୍ପାନୀଗୁଡ଼ିକୁ ଅନୁମୋଦିତ ଏବଂ ଅଧିସୂଚିତ ହାର ଅନୁଯାୟୀ ସବସିଡି ପ୍ରଦାନ କରାଯିବ ।

 

*******

PS


(ରିଲିଜ ଆଡି: 2335243) ପରିଦର୍ଶକ କାଉଣ୍ଟର : 15