ପୋଷ୍ଟ କରାଯିବା ଦିନାଙ୍କ:
27 SEP 2026 8:27PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ କ୍ରୀଡାର ମହିଳା ସିଙ୍ଗଲ୍ସ ସ୍କ୍ୱାସରେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିବା ପାଇଁ ଅନହତ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି ବୋଲି ଉଲ୍ଲେଖ କରିଛନ୍ତି।
ସେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ବିଶେଷକରି କିଛି ଶୀର୍ଷସ୍ଥାନୀୟ ଖେଳାଳିଙ୍କ ବିପକ୍ଷରେ ଖେଳିବା ସମୟରେ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି ଯେ ସେ ଆଗକୁ ଆହୁରି ଉଚ୍ଚ ଶିଖର ଅତିକ୍ରମ କରନ୍ତୁ ଏବଂ ଭାରତ ପାଇଁ ଆହୁରି ଅନେକ ସମ୍ମାନ ଓ ପୁରସ୍କାର ଆଣନ୍ତୁ।
X ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି :
"@Anahat_Singh13 ପାଇଁ ଏକ ଚମତ୍କାର ରୌପ୍ୟ ପଦକ!
ଏସିଆନ ଗେମ୍ସରେ ମହିଳା ସିଙ୍ଗଲ୍ସ ସ୍କ୍ୱାସରେ ତାଙ୍କର ପ୍ରଦର୍ଶନ ପ୍ରଭାବଶାଳୀ ହୋଇଛି। ସେ କିଛି ଉତ୍କୃଷ୍ଟ ଖେଳାଳିଙ୍କ ସହ ପ୍ରତିଯୋଗିତା କରିବା ସମୟରେ ପ୍ରଚଣ୍ଡ ଦକ୍ଷତା ଦେଖାଇଛନ୍ତି। ସେ ନୂତନ ଉଚ୍ଚତା ଆରୋହଣ କରି ଭାରତ ପାଇଁ ଆହୁରି ଅନେକ ଗୌରବ ଆଣି ଦିଅନ୍ତୁ: ପ୍ରଧାନମନ୍ତ୍ରୀ @narendramodi"
***
SSP