ପୋଷ୍ଟ କରାଯିବା ଦିନାଙ୍କ:
25 SEP 2026 8:20AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ତାଙ୍କ ଦୃଷ୍ଟିକୋଣ ' ଅନ୍ତ୍ୟୋଦୟ ' ଏବଂ ଦେଶ ନିର୍ମାଣର ମୂଳଦୁଆ ଭାବରେ ଅବହେଳିତ ବର୍ଗର ଉତ୍ଥାନକୁ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ତାଙ୍କ ଆଦର୍ଶକୁ ଗ୍ରହଣ କରିବା ପାଇଁ ଏବଂ ସାମାଜିକ ଏବଂ ଜାତୀୟ ଦାୟିତ୍ୱ ପୂରଣ କରିବା ଲାଗି ଆହ୍ୱାନ ଦେଇଛନ୍ତି । ଏହି ଅବସରରେ, ଶ୍ରୀ ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ମଧ୍ୟ ଉଲ୍ଲେଖ କରିଛନ୍ତି , ଯାହାର ଅର୍ଥ ହେଉଛି ସଫଳତା ଏବଂ ନବସୃଜନ ଭାଗ୍ୟ ଦ୍ୱାରା ନୁହେଁ, ବରଂ ନିରନ୍ତର ପ୍ରୟାସ ଏବଂ ସାହସ ଦ୍ୱାରା ପରିଚାଳିତ ହୋଇଥାଏ ।
ପ୍ରଧାନମନ୍ତ୍ରୀ X ରେ ଲେଖିଛନ୍ତି ;
" ରାଷ୍ଟ୍ରସେବାର ଜଣେ ପ୍ରକୃତ ସାଧକ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ସମାଜର ସର୍ବନିମ୍ନ ସ୍ତରରେ ଥିବା ବ୍ୟକ୍ତିଙ୍କ ଉନ୍ନତିକୁ ହିଁ ସେ ରାଷ୍ଟ୍ର ନିର୍ମାଣର ମୂଳଦୁଆ ବୋଲି ବିବେଚନା କରୁଥିଲେ ଏବଂ ସେ 'ଅନ୍ତ୍ୟୋଦୟ' ଦର୍ଶନର ସୂତ୍ରପାତ କରିଥିଲେ—ଯାହା ଆଜି ମଧ୍ୟ ଜନକଲ୍ୟାଣ ପାଇଁ ଏକ ଗଭୀର ପ୍ରେରଣାର ଉତ୍ସ ହୋଇ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ, ଆସନ୍ତୁ ଆମେ ତାଙ୍କର ଚିନ୍ତାଧାରା ଓ ଆଦର୍ଶକୁ ଗ୍ରହଣ କରିବା ଏବଂ ନିଜର ସାମାଜିକ ତଥା ରାଷ୍ଟ୍ରୀୟ ଦାୟିତ୍ୱ ପାଳନ କରିବା ପାଇଁ ନିଜର ସଂକଳ୍ପକୁ ନବୀକରଣ କରିବା।
यथा यथा प्रयत्नः स्याद्भवेदाशु फलं तथा।
इति पौरुषमेवास्ति दैवमस्तु तदेव च॥"
ଜଣେ ବ୍ୟକ୍ତିର ପ୍ରୟାସ ଏବଂ ଦୃଢ଼ତା ଯେତେ ଅଧିକ ହେବ, ସେ ସେତେ ଶୀଘ୍ର ସଫଳତା ହାସଲ କରିବ। ନବସୃଜନ ମଧ୍ୟ ନିରନ୍ତର ପ୍ରୟାସ ଉପରେ ଆଧାରିତ। ତେଣୁ, ଏହା ଭାଗ୍ୟ ନୁହେଁ ବରଂ ଉତ୍ସର୍ଗୀକୃତ କାର୍ଯ୍ୟ, ସାହସ ଏବଂ ନୂତନ ଚିନ୍ତାଧାରାକୁ ବାସ୍ତବତାରେ ପରିଣତ କରିବାର ସଂକଳ୍ପ, ଯାହା ସଫଳତା ଏବଂ ନବସୃଜନ ଉଭୟ ପାଇଁ ପଥ ପ୍ରଶସ୍ତ କରିଥାଏ।
*****
SSP