ଫାର୍ମାସ୍ଯୁଟିକାଲ୍ସ ବିଭାଗ
azadi ka amrit mahotsav

ନଭେମ୍ବର ୯ରୁ ଲାଗୁ ହେବ କର୍କଟ ରୋଗର ନିରୋଧୀ ଔଷଧର ସଂଶୋଧିତ ମୂଲ୍ୟ


ବିଭିନ୍ନ ବ୍ରାଣ୍ଡର ୧୦୦୦ରୁ ଅଧିକ ଔଷଧର ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ

ଉପଭୋକ୍ତାମାନଙ୍କର ବାର୍ଷିକ ଆନୁମାନିକ ୩୫୦୦ କୋଟି ଟଙ୍କାରୁ ଅଧିକ ସଞ୍ଚୟ ଆକଳନ

ପୋଷ୍ଟ କରାଯିବା ଦିନାଙ୍କ: 07 NOV 2026 3:51PM by PIB Bhubaneswar

ନୂଆଦିଲ୍ଲୀ: କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ପ୍ରାୟ ୩୫୦୦ ଔଷଧ ମୂଲ୍ୟ ହ୍ରାସ ହୋଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍‍ଏସ୍‍) ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ସୁପାରିଶକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତିକୁ ଆସନ୍ତା ୯ ତାରିଖରୁ ଲାଗୁ କରାଯିବ ବୋଲି ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଫାର୍ମାସ୍ୟୁଟିକାଲ୍ସ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ବଜାରରେ ଉପଲବ୍ଧ ବିଭିନ୍ନ ବ୍ରାଣ୍ଡର ୧୦୦୦ରୁ ଅଧିକ ଔଷଧ ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ପାଇବ। ଏହାଦ୍ୱାରା ଉପଭୋକ୍ତାମାନଙ୍କର ବାର୍ଷିକ ଆନୁମାନିକ ୩,୫୦୨.୩୧ କୋଟି ଟଙ୍କା ସଞ୍ଚୟ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

 

ବିଶେଷଜ୍ଞ କମିଟିର ସୁପାରିସକୁ ଆଧାର କରି, ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଫାର୍ମାସ୍ୟୁଟିକାଲ୍ସ ବିଭାଗର ଜାତୀୟ ଫାର୍ମାସ୍ୟୁଟିକାଲ୍ସ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍‍ପିପିଏ), ୧୭ ଅକ୍ଟୋବର ୨୦୨୬ରେ ୧୩୭ଟି ଆଣ୍ଟି-କ୍ୟାନସର ଔଷଧର ସର୍ବୋଚ୍ଚ ଖୁଚୁରା ମୂଲ୍ୟ (ଏମ୍‍ଆରପି) ଉପରେ ଟ୍ରେଡ୍ ମାର୍ଜିନ୍‌ ସୀମା ନିର୍ଦ୍ଧାରଣ ବା କ୍ୟାପିଂ କରିଛନ୍ତି।

 

ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଆଜି ସୁଦ୍ଧା, ୭୬ ଟି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ୧୨୧ ଟି ଔଷଧକୁ ଅନ୍ତର୍ଭୁକ୍ତ କରି ୧୨୨୫ ଟି ଆଣ୍ଟି-କ୍ୟାନସର ଫର୍ମୁଲେସନ୍ ପାଇଁ ସଂଶୋଧିତ ଏମଆରପି ଦାଖଲ କରିସାରିଛନ୍ତି। ଆଣ୍ଟି-କ୍ୟାନସର ଔଷଧର ୧୦୩୧ଟି ଫର୍ମୁଲେସନ୍‌ରେ ବିକ୍ରୟମୂଲ୍ୟ ବା ଏମ୍‍ଆରପି ହ୍ରାସ ପାଇଥିବା ରିପୋର୍ଟ କରାଯାଇଛି, ଯେଉଁଥିରେ ୬୦୦ ରୁ ଅଧିକ ବ୍ରାଣ୍ଡରେ ୫୦% ରୁ ଅଧିକ ହ୍ରାସ ହୋଇଛି ଏବଂ ସର୍ବାଧିକ ହ୍ରାସ ୯୬.୪୫% ରହିଛି। ଏହା ବ୍ୟତୀତ, ଚିହ୍ନଟ ହୋଇଥିବା ୧୩୭ ଟି ଆଣ୍ଟି-କ୍ୟାନସର ଔଷଧ ମଧ୍ୟରୁ ୧୦-୧୫ ଟି ଔଷଧ ଭାରତରେ ଏପର୍ଯ୍ୟନ୍ତ ବଜାରପ୍ରବେଶ ହୋଇନାହିଁ। ତଥାପି, ଏହି ଔଷଧଗୁଡ଼ିକ ବଜାରକୁ ଆସିବା ମାତ୍ରେ ସେଗୁଡ଼ିକ ଉପରେ ମଧ୍ୟ ଟ୍ରେଡ୍ ମାର୍ଜିନ୍ ରାସନାଲାଇଜେସନ (ଟିଏମ୍‍ଆର) ଲାଗୁ ହେବ।

 

ସଂଶୋଧିତ ମୂଲ୍ୟ ପରେ ପ୍ରମୁଖ ଆଣ୍ଟି-କ୍ୟାନସର ବ୍ରାଣ୍ଡଗୁଡ଼ିକର ତାଲିକା।

 

 

ଫର୍ମୁଲେସନ୍‍

ବ୍ରାଣ୍ଡ ନାମ

କମ୍ପାନୀ ନାମ

ପୁରୁଣା ବଜାର ମୂଲ୍ୟ

ସଂଶୋଧିତ ବଜାର ମୂଲ୍ୟ

Bevacizumab 100 MG Injection: Used for Lung, Colon, Ovary and Cervical Cancer

Bryxta

Zydus Lifesciences Limited

25,995.00

3,318.00

BevaciRel

Reliance Life Sciences Private Limited

24,079.00

3,985.00

CIZUMAB

HETERO HEALTHCARE LTD

15,658.00

3,103.00

Versavo

Dr. Reddys Laboratories Limited

7,686.00

3,504.23

Denosumab 60 MG Injection: Used for breast and prostate cancer (prevents bone loss)

DenOsteoRel

Reliance Life Sciences Private Limited

24,955.00

6,240.00

Debrumab

RPG LIFE SCIENCES LTD

22,031.25

5,941.00

Denoclast

Zydus Lifesciences Limited

19,687.50

7,334.84

ROZEL

INTAS PHARMACEUTICALS LTD

15,458.40

6,825.50

Abiraterone acetate 250 MG Tablet: Used for Prostate Cancer

ABIRONE

ARVINCARE PHARMA PVT LTD

41,250.00

3,218.23

ABIRAT

Khandelwal Laboratories Private Limited

36,088.81

4,064.48

AHABIR

HETERO HEALTHCARE LTD

33,876.50

4,925.00

Abirapro

Glenmark Pharmaceuticals Ltd.

28,744.00

5,768.00

Pegfilgrastim 6 MG Injection: To prevent neutropenia in cancer patients

PEG FILTERO

HETERO HEALTHCARE LTD

9,093.00

1,631.00

Peg-ReliGrast

Reliance Life Sciences Private Limited

5,331.00

1,258.00

Pegex

Gennova Biopharmaceuticals Ltd.

6,270.45

1,527.78

Peg Frastim

RPG LIFE SCIENCES LTD

6,660.85

1,807.00

Azacitidine 100 MG Injection: Used for Blood Cancer

AzatiRel

Reliance Life Sciences Private Limited

7,790.00

1,397.00

AZADINE

INTAS PHARMACEUTICALS LTD

5,964.70

1,199.50

Azacytin

Dr. Reddys Laboratories Limited

6,337.00

1,495.04

Azadual 100

MSN LABORATORIES PRIVATE LIMITED

4,852.03

1,207.80

Enzalutamide 40 MG Capsule: Used for prostate cancer

ENZAPTOR 40

HALSTED PHARMA PVT LTD

20,625.00

2,475.60

XTIDE

ERIS LIFESCIENCES LIMITED

10,828.12

1,729.21

Enzuta

Emcure Pharmaceuticals Ltd.

20,667.00

4,157.65

ENZAMIDE

INTAS PHARMACEUTICALS LTD

10,781.25

3,536.50

Fulvestrant 250 mg Injection: Used for breast cancer

FASNORM

ERIS LIFESCIENCES LIMITED

30,421.87

3,671.73

FULZOS

HETERO HEALTHCARE LTD

16,500.00

3,215.00

Fulvira

Emcure Pharmaceuticals Ltd.

16,694.95

3,900.41

FISTENT INJ

Adley Formulations Pvt.Ltd

22,600.00

6,031.50

Palbociclib 125 MG Capsule: Used for breast cancer

Palbopro

RPG LIFE SCIENCES LTD

40,421.33

2,720.00

PALBOMED

Medicamen Biotech Limited

13,500.00

2,302.00

PICLIB

HETERO HEALTHCARE LTD

7,801.50

2,058.00

Palborest 125

MSN LABORATORIES PRIVATE LIMITED

2,246.00

791.80

Pemetrexed 500 MG Vial: Used for lung cancer

ReliTrexed

Reliance Life Sciences Private Limited

9,977.00

1,113.00

PEMETOMED

Medicamen Biotech Limited

5,062.00

940.00

ADPEM 500

Adley Formulations Pvt.Ltd

5,499.00

1,035.05

Pemgem

Dr. Reddys Laboratories Limited

7,032.00

3,408.64

Pertuzumab 420 MG Injection: Used for breast cancer

LUPIHER 2

Lupin Limited

83,520.00

37,358.35

Womab

Dr. Reddys Laboratories Limited

74,992.50

53,708.19

 

ଅଣ-ସିଡ୍ୟୁଲ୍ଡ ଆଣ୍ଟି-କ୍ୟାନସର ଔଷଧଗୁଡ଼ିକର ଟ୍ରେଡ୍ ମାର୍ଜିନ୍ ରାସନାଲାଇଜେସନ୍‍ (ଟଏମ୍‍ଆର) ହେଉଛି କର୍କଟ ଚିକିତ୍ସା ପାଇଁ ଆବଶ୍ୟକୀୟ ଆଣ୍ଟି-କ୍ୟାନସର ଔଷଧଗୁଡ଼ିକର ସୁଲଭ ଉପଲବ୍ଧ ଓ ପହଞ୍ଚରେ ସୁଧାର ଆଣିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିୟମିତ ପ୍ରଚେଷ୍ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

୧୭ ଅକ୍ଟୋବର, ୨୦୨୬ ତାରିଖର ବିଜ୍ଞପ୍ତି SO 5690 (E) ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ତଥାପି, ନିର୍ମାତାମାନେ ସର୍ବାଧିକ ଅନୁମୋଦିତ ୩୦% ଟ୍ରେଡ୍ ମାର୍ଜିନ୍‌ର ନିରନ୍ତର ପାଳନ ସହିତ, ଔଷଧ (ମୂଲ୍ୟ ନିୟନ୍ତ୍ରଣ) ଆଦେଶ, ୨୦୧୩ ର ପାରାଗ୍ରାଫ୍ ୨୦(୧) ର ପ୍ରାବଧାନ ଅନୁଯାୟୀ ବାର୍ଷିକ ମୂଲ୍ୟ ବୃଦ୍ଧିର ଲାଭ ଉଠାଇପାରିବେ।

ପ୍ରତ୍ୟେକ ଖୁଚୁରା ବିକ୍ରେତା, ଡିଲର, ହସ୍ପିଟାଲ ଏବଂ ଅନୁଷ୍ଠାନ ସେମାନଙ୍କର ୱେବସାଇଟ୍ ଏବଂ ପରିସରରେ ଆଣ୍ଟି-କ୍ୟାନସର ଔଷଧଗୁଡ଼ିକର ସଂଶୋଧିତ ବଜାର ମୂଲ୍ୟ ତାଲିକାକୁ ପ୍ରମୁଖ ଭାବରେ ପ୍ରଦର୍ଶିତ କରିବା ବାଧ୍ୟତାମୂଳକ କରାଯାଇଛି। ଏନ୍‍ପିପିଏ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ଔଷଧ ନିୟନ୍ତ୍ରକମାନେ ନିର୍ମାତା, ଡିଲର, ହସ୍ପିଟାଲ ଏବଂ ଚିକିତ୍ସା ଅନୁଷ୍ଠାନଗୁଡ଼ିକ ଦ୍ୱାରା ଏହାର ପାଳନର ତଦାରଖ କରିବେ।

ଉପଭୋକ୍ତାମାନେ 'ଫାର୍ମା ସହି ଦାମ୍' ମୋବାଇଲ୍ ଆପ୍ଲିକେସନ୍ ଏବଂ ଏନ୍‍ପିପିଏ ୱେବସାଇଟ୍ (www.nppa.gov.in) ମାଧ୍ୟମରେ ଲାଗୁ ହୋଇଥିବା ମୂଲ୍ୟ ଯାଞ୍ଚ କରିପାରିବେ ଏବଂ ସଂଶୋଧିତ ମୂଲ୍ୟର କୌଣସି ଅନାଦର କିମ୍ବା ଉଲ୍ଲଂଘନ ସମ୍ପର୍କରେ ପ୍ରାଧିକରଣଙ୍କୁ ଜଣାଇପାରିବେ।

ଅଭିଯୋଗଗୁଡ଼ିକ ନିମ୍ନଲିଖିତ ମାଧ୍ୟମରେ ଦାଖଲ କରାଯାଇପାରିବ:

ଇମେଲ୍: monitoring-nppa[at]gov[dot]in

ହେଲ୍ପଲାଇନ୍: 1800-11-1255

ଡାକ: ଡେପୁଟି ଡାଇରେକ୍ଟର, ମନିଟରିଂ, NPPA, ୩ୟ ମହଲା, YMCA କଲଚରାଲ୍ ସେଣ୍ଟର ବିଲ୍ଡିଂ, ୧ ଜୟ ସିଂହ ମାର୍ଗ, ନୂଆ ଦିଲ୍ଲୀ – ୧୧୦୦୦୧।

 


(ରିଲିଜ ଆଡି: 2334059) ପରିଦର୍ଶକ କାଉଣ୍ଟର : 6