ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ସ୍ୱାତୀ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ମହିଳା ଡବ୍ଲ୍ୟୁ୧ ତୀରନ୍ଦାଜୀରେ ଭାରତକୁ ପ୍ରଥମ ପଦକ; ପ୍ରଥମ ପ୍ରତିଯୋଗିତାରେ ରୌପ୍ୟ ଜିତି ଇତିହାସ ରଚିଲେ ସ୍ୱାତୀ

ପୋଷ୍ଟ କରାଯିବା ଦିନାଙ୍କ: 22 OCT 2026 5:27PM by PIB Bhubaneswar

ଏସୀୟ ପାରା କ୍ରୀଡ଼ାର ମହିଳା ଡବ୍ଲ୍ୟୁ୧ ତୀରନ୍ଦାଜୀ ବର୍ଗ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିବା ସ୍ୱାତୀ ଚୌଧୁରୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ସହ ଏସୀୟ ପାରା କ୍ରୀଡ଼ାର ଏହି ବର୍ଗରେ ଭାରତ ପ୍ରଥମ ଥର ପାଇଁ ପଦକ ହାସଲ କରିଛି।

 

ଏହା ଭାରତୀୟ ପାରା ତୀରନ୍ଦାଜୀ ପାଇଁ ଏକ ବିଶେଷ ସଫଳତା ଏବଂ ସ୍ୱାତୀଙ୍କ ଦୃଢ଼ ସଂକଳ୍ପ ପ୍ରକୃତରେ ପ୍ରଶଂସନୀୟ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆଗାମୀ ଦିନରେ ମଧ୍ୟ ଦେଶକୁ ଗୌରବାନ୍ୱିତ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ କୁହାଯାଇଛି:

 

“ଭାରତୀୟ ପାରା ତୀରନ୍ଦାଜୀ ପାଇଁ ଏକ ବିଶେଷ ସଫଳତା!

 

ଏସୀୟ ପାରା କ୍ରୀଡ଼ାର ମହିଳା ଡବ୍ଲ୍ୟୁ୧ ତୀରନ୍ଦାଜୀ ବର୍ଗରେ ସ୍ୱାତୀ ଚୌଧୁରୀ ଭାରତର ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି। ନିଜର ପ୍ରଥମ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ତାଙ୍କର ଦୃଢ଼ ସଂକଳ୍ପ ପ୍ରକୃତରେ ପ୍ରଶଂସନୀୟ। ସେ ଆଗାମୀ ଦିନରେ ମଧ୍ୟ ଦେଶକୁ ଗୌରବାନ୍ୱିତ କରନ୍ତୁ।

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।”

*****

MT

 


(ରିଲିଜ ଆଡି: 2333004) ପରିଦର୍ଶକ କାଉଣ୍ଟର : 2