ପୋଷ୍ଟ କରାଯିବା ଦିନାଙ୍କ:
30 OCT 2026 11:58AM by PIB Bhubaneswar
ପ୍ରଧାନମନ୍ତ୍ରୀ ଜ୍ଞାନ, ପ୍ରଜ୍ଞା, କର୍ମ ଓ ସଦାଚାରର ସମନ୍ୱୟ ଉପରେ ଆଧାରିତ ସଂସ୍କୃତ ସୁଭାଷିତମ୍ ଶେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀବନରେ ଶାସ୍ତ୍ରୀୟ ଜ୍ଞାନ, ବୁଦ୍ଧିମତ୍ତା, କର୍ମ ଓ ସଦାଚାର ସମନ୍ୱୟର ମହତ୍ତ୍ୱ ପ୍ରତିପାଦନ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ଶେୟାର କରିଛନ୍ତି।
ସଂସ୍କୃତ ସୁଭାଷିତମ୍:
ଶାସ୍ତ୍ରଂ କର୍ମ ତଥା ପ୍ରଜ୍ଞା ଶୀଳଂ କ୍ରିୟୟାନ୍ୱିତମ୍।
ଲକ୍ଷ୍ୟଲକ୍ଷଣଯୁକ୍ତାର୍ଥଶାସ୍ତ୍ରନିଷ୍ଠୋ ନରୋ ଭବେତ୍॥
ଏହି ସୁଭାଷିତମ୍ରେ କୁହାଯାଇଛି ଯେ, ଜ୍ଞାନ ସହିତ ବୁଦ୍ଧିମତ୍ତା, ଶୃଙ୍ଖଳା ଓ ଉତ୍ତମ କର୍ମର ସମନ୍ୱୟ ମନୁଷ୍ୟ ଜୀବନକୁ ଉଜ୍ଜ୍ୱଳ, ଉଦ୍ଦେଶ୍ୟପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ କରିଥାଏ।
ପ୍ରଧାନମନ୍ତ୍ରୀ ଏହି ସଂସ୍କୃତ ସୁଭାଷିତମ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି।
*****
MT