ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କ୍ରମାଗତ ୧୨ ମାସ ଧରି ଶୂନ ମୃତାହତ ମାମଲା ରେକର୍ଡ କରିଥିବା ସିଆରପିଏଫର ଉପଲବ୍ଧିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 NOV 2026 10:30PM by PIB Bhubaneswar

କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବଳ (ସିଆରପିଏଫ) ଗତ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କ୍ରମାଗତ ୧୨ ମାସ ଧରି ଶୂନ ମୃତାହତ ଉପଲବ୍ଧି ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଶଂସା କରିଛନ୍ତି । ସେ ଏହି ‘ଶୂନ’କୁ ଏପରି ଏକ ସଂଖ୍ୟା ବୋଲି ବର୍ଣ୍ଣନା କରିଛନ୍ତି ଯାହା ଅନେକ କିଛି କହିଯାଏ।

 

ଶ୍ରୀ ମୋଦୀ 'ଏକ୍ସ' (ଟ୍ୱିଟର) ରେ ଲେଖିଛନ୍ତି;

 

“ଗୋଟିଏ 'ଶୂନ' ଯାହା ଅନେକ କିଛି କହିଯାଏ।

 

@crpfindia”

 

****

PS


(ରିଲିଜ ଆଡି: 2332380) ପରିଦର୍ଶକ କାଉଣ୍ଟର : 9