ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଚଣ୍ଡିଗଡ଼ରେ ୨୫୮ କୋଟି ମୂଲ୍ୟର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିଭୂମି ସ୍ଥାପନ କଲେ ଗୃହମନ୍ତ୍ରୀ


ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟ ଓ ଗବେଷଣା କ୍ଷେତ୍ରରେ ୨୫୮ କୋଟିର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ

୨୦୨୯ ସୁଦ୍ଧା କର୍ମଚାରୀଙ୍କ ମଧ୍ୟରେ ଆବାସିକ ସନ୍ତୋଷ ଦୃଷ୍ଟିରୁ ଦେଶରେ ଶୀର୍ଷରେ ରହିବ ଚଣ୍ଡୀଗଡ଼ ପୋଲିସ

୨୦୨୯ ଡିସେମ୍ବର ୩୧ ସୁଦ୍ଧା ପଞ୍ଜାବ ସମେତ ସମଗ୍ର ଦେଶକୁ ନିଶାମୁକ୍ତ କରିବାକୁ ସଂକଳ୍ପବଦ୍ଧ ଭାରତ ସରକାର

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2026 7:41PM by PIB Bhubaneswar

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଚଣ୍ଡିଗଡ଼ ପ୍ରଶାସନର ୨୫୮ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପଞ୍ଜାବର ରାଜ୍ୟପାଳ ତଥା ଚଣ୍ଡିଗଡ଼ର ପ୍ରଶାସକ ଶ୍ରୀ ଗୁଲାବ ଚାନ୍ଦ କଟାରିଆଙ୍କ ସମେତ ଅନ୍ୟ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ୧୯୬୬ ମସିହା ଆଜିର ଦିନରେ ଚଣ୍ଡିଗଡ଼ ପ୍ରତିଷ୍ଠା କରାଯାଇଥିଲା, ହରିୟାଣା ଗଠନ ହୋଇଥିଲା ଏବଂ ଚଣ୍ଡିଗଡ଼ ପୋଲିସ ପ୍ରତିଷ୍ଠା ହୋଇଥିଲା। ଏହି ଦିନ ଚଣ୍ଡିଗଡ଼ ପୋଲିସକୁ ମଧ୍ୟ ରାଷ୍ଟ୍ରପତି ପତାକାରେ ସମ୍ମାନିତ କରାଯାଇଥିଲା। ସେ କହିଥିଲେ ଯେ ୧୯୬୬ ରୁ ୨୦୨୬ ପର୍ଯ୍ୟନ୍ତ ୬୦ ବର୍ଷର ଯାତ୍ରାରେ ଚଣ୍ଡୀଗଡ଼ ଏହାର ସହରାଞ୍ଚଳ ଯୋଜନା ଏବଂ ବିକାଶ ପାଇଁ ସାରା ଦେଶରେ ସ୍ୱୀକୃତି ଅର୍ଜନ କରିଛି। ଗୋଟିଏ ପ୍ରକାରରେ ଚଣ୍ଡୀଗଡ଼ ସମଗ୍ର ଉତ୍ତର ଭାରତର ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଆଜି ଏଠାରେ ୨୫୮ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଉଛି।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା, ନ୍ୟାୟ, ପ୍ରଶାସନ, ଗବେଷଣା ଏବଂ ନବସୃଜନକୁ ଅନ୍ତର୍ଭୁକ୍ତ କରି ୨୫୮ କୋଟି ଟଙ୍କାର ବିକାଶ କାର୍ଯ୍ୟ ଆଜି ଉଦଘାଟିତ ହେଉଛି ଏବଂ ସେଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେ କହିଥିଲେ ଯେ ୬୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଟି-ୟୁ.ଟି. ବସ୍ ଡିପୋର ଉଦଘାଟନ କରାଯାଉଛି। ୬୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଟାଇପ୍-୩ ଆବାସିକ କ୍ୱାର୍ଟର୍ସ ମଧ୍ୟ ପୋଲିସ କର୍ମଚାରୀଙ୍କୁ ରହିବା ପାଇଁ ନିର୍ମାଣ କରାଯାଇଛି। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ୨୦୨୯ ମସିହା ପୂର୍ବରୁ, ପୋଲିସ କର୍ମଚାରୀଙ୍କ ମଧ୍ୟରେ ଆବାସିକ ସନ୍ତୋଷ ଦୃଷ୍ଟିରୁ ଚଣ୍ଡିଗଡ଼ ପୋଲିସ ଦେଶରେ ପ୍ରଥମ ସ୍ଥାନରେ ରହିବ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ବିରୋଧୀ ଦଳ ଗତ ୧୫ ବର୍ଷ ଧରି ନିର୍ବାଚନରେ ହାରିଚାଲିଛି ଏବଂ ବର୍ତ୍ତମାନ ଏକ ନକଲି ସଂସଦ ରୂପରେ ଏକ ନୂତନ ରାସ୍ତା ପାଇଛି। ସେ କହିଥିଲେ ଯେ ଯଦି ସେମାନଙ୍କ ଆଭିମୁଖ୍ୟ ମିଥ୍ୟା ପ୍ରଚାର କରିବା, ବିଶୃଙ୍ଖଳା ଏବଂ ନକାରାତ୍ମକତା ସୃଷ୍ଟି କରିବା, ସଂସଦର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ଏବଂ ସଂସଦୀୟ ପ୍ରସଙ୍ଗକୁ ରାଜରାସ୍ତାକୁ ନେଇ ଗଣ୍ଡଗୋଳ ସୃଷ୍ଟି କରିବା ଜାରି ରହେ, ତେବେ ସେମାନଙ୍କୁ ଆଗାମୀ ପାଞ୍ଚ ବର୍ଷ ପାଇଁ ପୁଣି ଥରେ ବିରୋଧୀ ଦଳରେ ବସିବାକୁ ପଡ଼ିବ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦ୍ରୁତ ପ୍ରଗତି ଏବଂ ବିକାଶ ଦିଗରେ ଆଗେଇ ନେଉଛନ୍ତି। ଧାରା ୩୭୦ ଉଚ୍ଛେଦ ହୋଇଛି, ନକ୍ସଲବାଦ ଉଚ୍ଛେଦ ହୋଇଛି, ଏବଂ ତିନି ତଲାକ୍ ଉଚ୍ଛେଦ କରାଯାଇଛି। ସେ କହିଥିଲେ ଯେ ଡିସେମ୍ବର ୩୧, ୨୦୨୯ ସୁଦ୍ଧା ପଞ୍ଜାବ ସମେତ ସମଗ୍ର ଦେଶକୁ ନିଶାମୁକ୍ତ କରାଯିବ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦ୍ରୁତ ପ୍ରଗତି ଏବଂ ବିକାଶ ଦିଗରେ ଆଗେଇ ନେଉଛନ୍ତି। ଧାରା ୩୭୦ ଉଚ୍ଛେଦ ହୋଇଛି, ନକ୍ସଲବାଦ ଉଚ୍ଛେଦ ହୋଇଛି, ଏବଂ ତିନି ତଲାକ୍ ଉଚ୍ଛେଦ କରାଯାଇଛି। ସେ କହିଥିଲେ ଯେ ଡିସେମ୍ବର ସୁଦ୍ଧା ପଞ୍ଜାବ ସମେତ ସମଗ୍ର ଦେଶକୁ ନିଶାମୁକ୍ତ କରାଯିବ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସାରା ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଦିଗରେ ଗତି କରୁଛନ୍ତି। ଆଜି ଭାରତରେ ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ, ସବୁଠାରୁ ଉଚ୍ଚତମ ଓଭର ବ୍ରିଜ୍ ଏବଂ ସବୁଠାରୁ ଲମ୍ବା ସେତୁ ନିର୍ମାଣ କରାଯାଉଛି। ୧୧ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେ କହିଥିଲେ ଯେ ପ୍ରତ୍ୟେକ ଗରିବ ଘରେ ବିଜୁଳି ଓ ଶୌଚାଳୟ ପହଞ୍ଚି ସାରିଛି, ପ୍ରତ୍ୟେକ ଗରିବ ପରିବାରକୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଣାଯାଇଛି, ଏବଂ ପ୍ରତ୍ୟେକ ଗରିବ ଲୋକଙ୍କୁ ମାସକୁ ପାଞ୍ଚ କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ମିଳୁଛି। ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲାଯାଉଥିବା ବେଳେ ବିରୋଧୀ ଦଳର ନେତାମାନେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣରୁ ରୋକିବା ପାଇଁ ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଭାରତର ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସରକାରଙ୍କ ଦୃଢ଼ ସଂକଳ୍ପ ବୋଲି ସେ ଦୃଢ଼ତାର ସହ କହିଥିଲେ। କିଏ ଦେଶକୁ ସୁରକ୍ଷିତ ଏବଂ ବିକଶିତ କରୁଛି, କିଏ ନବସୃଜନକୁ ପ୍ରୋତ୍ସାହିତ କରୁଛି, କିଏ ନୂତନ ଶିକ୍ଷା ନୀତି ପ୍ରବର୍ତ୍ତନ କରିଛି ଏବଂ କିଏ ଦେଶକୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରୁଛି ସେ ବିଷୟରେ ଦେଶର ଲୋକମାନେ ଭଲ ଭାବରେ ଅବଗତ ଅଛନ୍ତି।

HS


(ରିଲିଜ ଆଡି: 2331378) ପରିଦର୍ଶକ କାଉଣ୍ଟର : 10
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Assamese , Punjabi , Gujarati , Tamil