ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅନୁଭବ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 OCT 2026 11:08AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନୁଭବ ଚୌଧୁରୀଙ୍କୁ ଏସୀୟ ପାରା ଗେମ୍ସର ପୁରୁଷ ୧୦୦ ମିଟର ଟି୩୫ ଇଭେଣ୍ଟରେ ଚମତ୍କାର ଟାଇମିଂ ସହିତ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ଏହା ଏକ ସ୍ମରଣୀୟ ଆରମ୍ଭ ଏବଂ ବର୍ତ୍ତମାନ ସୁଦ୍ଧା ତାଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ତାଙ୍କୁ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ସଫଳତା ତାଙ୍କ କ୍ରୀଡା ଜୀବନରେ ଆହୁରି ଅନେକ ଉପଲବ୍ଧି ଆଣିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;

“ଏକ ସ୍ମରଣୀୟ ଆରମ୍ଭ ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ!

ଅନୁଭବ ଚୌଧୁରୀ ନିଜର ଏସୀୟ ପାରା ଗେମ୍ସ ଯାତ୍ରାର ଏକ ଚମତ୍କାର ଆରମ୍ଭ କରିଛନ୍ତି; ସେ ପୁରୁଷ ୧୦୦ ମିଟର ଟି୩୫ ଇଭେଣ୍ଟରେ ଉଲ୍ଲେଖନୀୟ ଟାଇମିଂ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଚମତ୍କାର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କ କ୍ରୀଡା ଜୀବନରେ ଏହା ଆହୁରି ଅନେକ ସଫଳତାର ମାଇଲଖୁଣ୍ଟଆଣିଦେଉ : PM @narendramodi"

 

SR

 


(ରିଲିଜ ଆଡି: 2326391) ପରିଦର୍ଶକ କାଉଣ୍ଟର : 7