ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 10:13AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଏସୀୟ ପାରା କ୍ରୀଡ଼ା-୨୦୨୬ର ପୁରୁଷ ଜାଭେଲିନ ଥ୍ରୋ ଏଫ୪୬ ବର୍ଗର୍ରେ ୬୫.୧୧ ମିଟରର ଚମକ୍ରାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିବାରୁ ରିଙ୍କୁ ହୋଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଏହି ସିଜନର ସର୍ବୋତ୍ତମ ପ୍ରଦର୍ଶନ ।
ଶ୍ରୀ ମୋଦୀ ଶ୍ରୀ ମୋଦୀ କହିଛନ୍ତି ଯେ, ରିଙ୍କୁ ହୋଡାଙ୍କ ଏହି ଅସାଧାରଣ ପ୍ରଦର୍ଶନ ତାଙ୍କର ଶୃଙ୍ଖଳା ଏବଂ ନିଷ୍ଠାକୁ ଦର୍ଶାଉଛି । ସେ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରିବା ସହ ଆଶା ପ୍ରକାଶ କରିଛନ୍ତି ଯେ ସେ ଆଗକୁ ମଧ୍ୟ ନୂତନ ଶିଖର ଅତିକ୍ରମ କରିଚାଲିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ର ଏକ ପୋଷ୍ଟରେ କୁହାଯାଇଛି:
“ରିଙ୍କୁ ହୋଡାଙ୍କ ପାଇଁ ଏକ ବଡ଼ ସଫଳତା! ୬୫.୧୧ ମିଟରର ଚମକ୍ରାର ପ୍ରଦର୍ଶନ ଯାହାକି ଏହି ସିଜିନର ସର୍ବେତ୍ତମ ପ୍ରଦର୍ଶନ ସହ, ରିଙ୍କୁ ଏସୀୟ ପାରା କ୍ରୀଡ଼ା-୨୦୨୬ର ପୁରୁଷ ଜାଭେଲିନ ଥ୍ରୋ ଏଫ-୪୬ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କର ଏହି ଅସାଧାରଣ ପ୍ରଦର୍ଶନ ତାଙ୍କର ଶୃଙ୍ଖଳା ଏବଂ ନିଷ୍ଠାକୁ ପ୍ରତିପାଦିତ କରୁଛି । ସେ ଆଗକୁ ମଧ୍ୟ ନୂତନ ଶିଖର ଛୁଇଁବା ଜାରି ରଖନ୍ତୁ: ପ୍ରଧାନମନ୍ତ୍ରୀ @narendramodi” ।
SR