ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 10:08AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସ ୨୦୨୬ ରେ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍୪୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଅଜିତ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ମୋଦୀ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ପ୍ରତିଯୋଗିତାମୂଳକ ମନୋଭାବକୁ ପ୍ରଶଂସା କରିବା ସହ ତାଙ୍କର ଭବିଷ୍ୟତ ଉଦ୍ୟମ ପାଇଁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ଅଜିତ ସିଂହଙ୍କ ଦ୍ୱାରା ଦକ୍ଷତା ଏବଂ ପ୍ରତିଯୋଗିତାମୂଳକ ମନୋଭାବର ଏକ ଉତ୍କୃଷ୍ଟ ପ୍ରଦର୍ଶନ। ସେ ଏସୀୟ ପାରା ଗେମ୍ସ ୨୦୨୬ରେ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍୪୬ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ତାଙ୍କୁ ଅଭିନନ୍ଦନ । ଆଗାମୀ ଉଦ୍ୟମଗୁଡିକ ପାଇଁ ତାଙ୍କୁ ଅନେକ ଶୁଭକାମନା : PM @narendramodi”
SR