ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଓ ଉଦାର ଶବ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2026 8:17PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ରାଷ୍ଟ୍ରପତିଙ୍କୁ ତାଙ୍କ ଶୁଭେଚ୍ଛା ଏବଂ ଉଦାରପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବର୍ଷଗୁଡିକ ସେବାର ଏକ ଅତ୍ୟନ୍ତ ସନ୍ତୋଷଜନକ ଯାତ୍ରା ରହିଛି, ଯାହା ପ୍ରତ୍ୟେକ ପର୍ଯ୍ୟାୟରେ ଲୋକଙ୍କ ସ୍ନେହ, ବିଶ୍ୱାସ ଏବଂ ଆଶୀର୍ବାଦ ଦ୍ୱାରା ସମ୍ଭବପର ହୋଇପାରିଛି ।

ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଦେଶ ଯେଉଁ ଅଗ୍ରଗତି ହାସଲ କରିଛି ତାହା କୋଟି କୋଟି ଭାରତୀୟଙ୍କ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ସହ ଦେଶର ରୂପାନ୍ତରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଯୋଗୁଁ ସମ୍ଭବ ହୋଇପାରିଛି । ସେ ଆହୁରିମଧ୍ୟ କହିଛନ୍ତି ଯେ ଦୈନନ୍ଦିନ ଜୀବନରେ ଏହି ପରିବର୍ତ୍ତନର ପ୍ରତିଫଳନ ଦେଖିବା ବିଶେଷ ଆନନ୍ଦଦାୟକ ଅଟେ ।

ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ‘ବିକଶିତ ଭାରତ’ ଗଠନ ଦିଗରେ ସମସ୍ତେ ମିଳିତ ଭାବେ ଆଗକୁ ବଢ଼ୁଥିବା ବେଳେ ସେ ସମାନ କର୍ତ୍ତବ୍ୟବୋଧ ଓ ନିଷ୍ଠା ସହ ଦେଶର ସେବା ଜାରି ରଖିବେ ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମାନ୍ୟବର ରାଷ୍ଟ୍ରପତି ମହୋଦୟା, ଆପଣଙ୍କ ଶୁଭେଚ୍ଛା ଏବଂ ଉଦାରପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ।

ଏହି ବର୍ଷଗୁଡିକ ସେବାର ଏକ ଅତ୍ୟନ୍ତ ସନ୍ତୋଷଜନକ ଯାତ୍ରା ରହିଛି, ଯାହା ପ୍ରତ୍ୟେକ ପର୍ଯ୍ୟାୟରେ ଲୋକଙ୍କ ସ୍ନେହ, ବିଶ୍ୱାସ ଏବଂ ଆଶୀର୍ବାଦ ଦ୍ୱାରା ସମ୍ଭବପର ହୋଇଛି ।

ଆମେ ଯେଉଁ ପ୍ରଗତି ଦେଖିଛୁ ତାହା କୋଟି କୋଟି ଭାରତୀୟଙ୍କ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ସହିତ ଦେଶର ରୂପାନ୍ତରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଯୋଗୁଁ ସମ୍ଭବ ହୋଇପାରିଛି । ଦୈନନ୍ଦିନ ଜୀବନରେ ଏହି ପରିବର୍ତ୍ତନର ପ୍ରତିଫଳନ ଦେଖିବା ବିଶେଷ ଖୁସିର ବିଷୟ ।

‘ବିକଶିତ ଭାରତ’ ଗଠନ ଦିଗରେ ଆମେ ସମସ୍ତେ ମିଳିତ ଭାବେ ଆଗକୁ ବଢ଼ୁଥିବା ବେଳେ ମୁଁ ସମାନ କର୍ତ୍ତବ୍ୟବୋଧ ଓ ନିଷ୍ଠା ସହ ଦେଶର ସେବା ଜାରି ରଖିବି ।”

 

SR


(ରିଲିଜ ଆଡି: 2321168) ପରିଦର୍ଶକ କାଉଣ୍ଟର : 3