ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସରକାରଙ୍କ ମୁଖ୍ୟ ଭାବରେ ଦେଶ ପାଇଁ ୨୫ ବର୍ଷର ସେବା ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ଭୂଟାନର ପ୍ରଧାନମନ୍ତ୍ରୀ ସେରିଂ ତୋବ୍ଗେଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 OCT 2026 10:14AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ପ୍ରଧାନମନ୍ତ୍ରୀ ଶ୍ରୀ ସେରିଂ ତୋବ୍ଗେଙ୍କୁ ତାଙ୍କର ଆନ୍ତରିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଏବଂ ଭୂଟାନ ପାରସ୍ପରିକ ବିଶ୍ୱାସ ଓ ବୁଝାମଣା ଉପରେ ଆଧାରିତ ଏକ ଦୀର୍ଘସ୍ଥାୟୀ ଭାଗୀଦାରୀ ଦ୍ୱାରା ଯୋଡି ହୋଇ ରହିଛନ୍ତି । ସେ ‘ବିକଶିତ ଭାରତ’ ଏବଂ ଏକ ସମୃଦ୍ଧ ଭୂଟାନର ସାମୂହିକ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଉଭୟ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗ ଜାରି ରଖିବାକୁ ଆଶା ରଖିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ପ୍ରଧାନମନ୍ତ୍ରୀ ତୋବ୍ଗେ, ଆପଣଙ୍କର ଶୁଭେଚ୍ଛା ଏବଂ ହୃଦୟସ୍ପର୍ଶୀ ବାର୍ତ୍ତା ପାଇଁ ଧନ୍ୟବାଦ ।
ଭାରତ ଏବଂ ଭୂଟାନ ପାରସ୍ପରିକ ବିଶ୍ୱାସ ଓ ବୁଝାମଣା ଉପରେ ଆଧାରିତ ଏକ ଦୀର୍ଘସ୍ଥାୟୀ ଭାଗୀଦାରୀ ଦ୍ୱାରା ଯୋଡି ହୋଇ ରହିଛନ୍ତି । ‘ବିକଶିତ ଭାରତ’ ଏବଂ ଏକ ସମୃଦ୍ଧ ଭୂଟାନର ସାମୂହିକ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଆମର ଘନିଷ୍ଠ ସହଯୋଗ ଜାରି ରଖିବାକୁ ମୁଁ ଉତ୍ସକୁ ରହିଛି ।”
@tsheringtobgay
SR
(ରିଲିଜ ଆଡି: 2321148)
ପରିଦର୍ଶକ କାଉଣ୍ଟର : 3