ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସରକାରଙ୍କ ମୁଖ୍ୟ ଭାବରେ ଦେଶ ସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଅଭିନନ୍ଦନ ପାଇଁ ଡୋମିନିକାର ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍‌ଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2026 10:10AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡୋମିନିକାର ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍‌ଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବିଚାରପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଭାରତ ଡୋମିନିକା ସହିତ ଏହାର ସ୍ଥାୟୀ ବନ୍ଧୁତାକୁ ମହତ୍ୱ ଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଆହୁରି ମଜବୁତ କରିବା ତଥା ସେମାନଙ୍କ ଲୋକଙ୍କ ସହଭାଗୀ ପ୍ରଗତି ତଥା ସମୃଦ୍ଧି ପାଇଁ ଏକତ୍ର କାମ କରିବାକୁ ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

ପ୍ରଧାନମନ୍ତ୍ରୀ ସ୍କେରିଟ୍‌, ଆପଣଙ୍କ ସହଭାଗୀ ଶୁଭେଚ୍ଛା ତଥା ବିଚାରପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ । ଭାରତ ଡୋମିନିକା ସହିତ ଏହାର ସ୍ଥାୟୀ ବନ୍ଧୁତାକୁ ମହତ୍ୱ ଦିଏ । ଆମେ ଆମର ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଆମ ଦେଶର ଲୋକଙ୍କ ପ୍ରଗତି ତଥା ସମୃଦ୍ଧି ପାଇଁ ଏକତ୍ର କାମ କରିବାକୁ ତତ୍ପର ରହିଛୁ ।

@SkerritR

 

SR


(ରିଲିଜ ଆଡି: 2321140) ପରିଦର୍ଶକ କାଉଣ୍ଟର : 3