ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ୫୦୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଗୁଲବୀର ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 11:16AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ୫୦୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଗୁଲବୀର ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ଗୁଲବୀର ସିଂହ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇଟି ଆଥଲେଟିକ୍ସ ପଦକ ଜିତିଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୁରୁଷ ୫୦୦୦ ମିଟର ଦୌଡ଼ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବାରେ ଗୁଲବୀର ସିଂହ ହେଉଛନ୍ତି ପ୍ରଥମ ଭାରତୀୟ।
ଶ୍ରୀ ମୋଦୀ ଏହି ସଫଳତାକୁ ଭାରତୀୟ ଆଥଲେଟିକ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ ଏବଂ ଗୁଲବୀର ସିଂହଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
"ଗୁଲବୀର ସିଂଙ୍କ ଦ୍ୱାରା ଇତିହାସ ସୃଷ୍ଟି ହୋଇଛି! ସେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ୫୦୦୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ତାଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ସହିତ, ସେ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୁଇଟି ଆଥଲେଟିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ଆଥଲେଟ୍ ହୋଇଥିଲେ। ପୁରୁଷ ୫୦୦୦ ମିଟର ଇଭେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିବାରେ ସେ ମଧ୍ୟ ପ୍ରଥମ ଭାରତୀୟ। ଏହା ବାସ୍ତବରେ ଭାରତୀୟ ଆଥଲେଟିକ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ତାଙ୍କୁ ମୋର ଶୁଭେଚ୍ଛା।
#CWG2026”
HS
(ରିଲିଜ ଆଡି: 2315797)
ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam