ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦ ତମ ରୋଜଗାର ମେଳା ଅଧୀନରେ, ସେପ୍ଟେମ୍ବର ୧୯ ରେ ସରକାରରେ ନବ ନିଯୁକ୍ତ ଯୁବକମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 11:08AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ଅପରାହ୍ନ ୧୨ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ଜରିଆରେ ୨୦ତମ ରୋଜଗାର ମେଳାରେ ବିଭିନ୍ନ ସରକାରୀ ସଙ୍ଗଠନରେ ନବ ନିଯୁକ୍ତ ଯୁବକମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ସେ ନବ ନିର୍ବାଚିତ ପ୍ରାର୍ଥୀମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ।

ଏହି ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ। ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରାଜସ୍ୱ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ।

ରୋଜଗାର ମେଳା ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦେଶର ବିକାଶ ଯାତ୍ରାରେ ସେମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରେ । ୨୦ ତମ ରୋଜଗାର ମେଳା ସହିତ, ମୋଟ ପ୍ରାୟ ୧୨.୭୫ ଲକ୍ଷ ଯୁବକ ବିଭିନ୍ନ ବିଭାଗ ଏବଂ ସରକାରୀ ସଂଗଠନରେ ନିଯୁକ୍ତି ପତ୍ର ପାଇବେ।

HS


(ରିଲିଜ ଆଡି: 2315783) ପରିଦର୍ଶକ କାଉଣ୍ଟର : 18