ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଲୋଚନା ବିବାଦକୁ ପଛରେ ପକାଇ ଦେଉଛି ଏବଂ ବିଶ୍ୱାସ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ସୁଦୃଢ଼ କରୁଛି ବୋଲି ଦର୍ଶାଉଥିବା ଏକ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 10:57AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଲେଖା ସେୟାର କରିଛନ୍ତି। ଏହି ଲେଖାରେ ଆଲୋଚନା କିପରି ବିବାଦର ସ୍ଥାନ ନେଉଛି, ବିଶ୍ୱାସ କିପରି କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ସୁଦୃଢ଼ କରୁଛି ଏବଂ ବିକାଶ କିପରି ପ୍ରଗତି ପାଇଁ ନୂଆ ମାର୍ଗ ଖୋଲୁଛି, ତାହା ଉପରେ ଆଲୋକପାତ କରାଯାଇଛି।
ଗତ ଏକ ଦଶନ୍ଧିରେ ସହଯୋଗୀ ସଂଘୀୟ ବ୍ୟବସ୍ଥାରେ ଆସିଥିବା ପରିବର୍ତ୍ତନ, ଆମେ କେତେ ଦୂର ଆଗକୁ ଆସିଛୁ ଏବଂ ବିଶ୍ୱାସର ସହ ଆମେ କ’ଣ ହାସଲ କରିଛୁ, ତାହା ଏହି ଲେଖାରେ ଅନୁଧ୍ୟାନ କରାଯାଇଛି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଆଲୋଚନା କିପରି ବିବାଦର ସ୍ଥାନ ନେଉଛି, ବିଶ୍ୱାସ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ସୁଦୃଢ଼ କରୁଛି ଏବଂ ବିକାଶ ପ୍ରଗତି ପାଇଁ ନୂଆ ମାର୍ଗ ଖୋଲୁଛି। ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ @himantabiswa ତାଙ୍କର ସଦ୍ୟତମ ଲେଖାରେ ଗତ ଏକ ଦଶନ୍ଧିରେ ବାସ୍ତବ ରୂପ ନେଇଥିବା ସହଯୋଗୀ ସଂଘୀୟ ବ୍ୟବସ୍ଥାର ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଆମେ କେତେ ଦୂର ଆଗକୁ ଆସିଛୁ ଏବଂ ବିଶ୍ୱାସର ସହ ଆମେ କ’ଣ ହାସଲ କରିଛୁ, ତାହା ଉପରେ ଏହା ଏକ ଚିନ୍ତନଶୀଳ ଲେଖା!”
*****
MT
(ରିଲିଜ ଆଡି: 2315771)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam