ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ଅବସରରେ ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚନ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:52AM by PIB Bhubaneswar

ବ୍ରିକ୍ସର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ, ୨୦୨୬ ସେପ୍ଟେମ୍ବର ୧୨ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଦୁଇଟି ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚନ କରାଯାଇଛି।

 

"BRICS: Two Decades of Cooperation, 2006–2026" (ବ୍ରିକ୍ସ: ସହଯୋଗର ଦୁଇ ଦଶନ୍ଧି, ୨୦୦୬-୨୦୨୬) ଲେଖାଯାଇଥିବା ଏହି ସ୍ମାରକୀ ଡାକ ଟିକଟଗୁଡ଼ିକ ଆଲୋଚନା ଓ ସହଯୋଗ ପାଇଁ ଏକ ମୂଲ୍ୟବାନ ମଞ୍ଚ ଭାବରେ ବ୍ରିକ୍ସର ବିକାଶକୁ ପ୍ରତିଫଳିତ କରୁଛି।

 

ଏହି ଦୁଇଟି ଡାକ ଟିକେଟ୍‌ରେ “Building for Resilience, Innovation, Cooperation and Sustainability” (ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ) ବିଷୟବସ୍ତୁ ଅଧୀନରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ୨୦୨୬ର ପ୍ରାଥମିକତାକୁ ମଧ୍ୟ ପ୍ରତିଫଳିତ କରେ।

 

ପ୍ରଥମ ଡାକ ଟିକେଟ୍‌ରେ ପାରସ୍ପରିକ ସମ୍ମାନ, ବୁଝାମଣା ଓ ଏକତାର ଭାବନା ସହ ଏକ ମଞ୍ଚ ଭାବେ ବ୍ରିକ୍ସର ଆବିର୍ଭାବକୁ ପ୍ରତିଫଳିତ କରାଯାଇଛି। ଦ୍ୱିତୀୟ ଡାକ ଟିକେଟ୍‌ରେ ଭାରତର ଅଧ୍ୟକ୍ଷତା ପଛରେ ଥିବା “ମାନବିକତା ପ୍ରଥମ” ଏବଂ “ଲୋକ-କୈନ୍ଦ୍ରିକ” ଦୃଷ୍ଟିକୋଣ ସହିତ ଲୋଗୋକୁ ପ୍ରଦର୍ଶିତ କରାଯାଇଛି।

 

*****

MT

 


(ରିଲିଜ ଆଡି: 2315761) ପରିଦର୍ଶକ କାଉଣ୍ଟର : 10