ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ସଂସ୍କୃତ ସୁଭାଷିତମ୍ ସେୟାର କରି ସକାରାତ୍ମକ ଓ ଅର୍ଥପୂର୍ଣ୍ଣ ଆଲୋଚନାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 10:50AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଗାମୀ କିଛି ଦିନ ମଧ୍ୟରେ ବିଶ୍ୱର ବିଭିନ୍ନ ଦେଶର ନେତାମାନେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଏକତ୍ରିତ ହେବେ। ବିଶ୍ୱ କଲ୍ୟାଣର ଆକାଂକ୍ଷାକୁ ନେଇ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ସକାରାତ୍ମକ ଓ ଅର୍ଥପୂର୍ଣ୍ଣ ଆଲୋଚନା ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି-
“ସଦ୍ଭିରେବ ସହାସୀତ ସଦ୍ଭିଃ କୁର୍ବୀତ ସଙ୍ଗତିମ୍।
ସଦ୍ଭିର୍ବିବାଦଂ ମୈତ୍ରୀଂ ଚ ନାସଦ୍ଭିଃ କିଞ୍ଚିଦାଚରେତ୍॥”
ଏହି ସୁଭାଷିତମ୍ର ଅର୍ଥ ହେଉଛି, ଜଣେ ବ୍ୟକ୍ତି ସର୍ବଦା ସାଧୁ ଓ ସଦ୍ଗୁଣୀ ବ୍ୟକ୍ତିମାନଙ୍କ ମଧ୍ୟରେ ରହିବା ସହ ସେମାନଙ୍କ ସଙ୍ଗତି ଲାଭ କରିବା ଉଚିତ। ସଦ୍ଗୁଣୀ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ିବା ଉଚିତ, କାରଣ ପାରସ୍ପରିକ ସଦ୍ଭାବ, ଆଲୋଚନା ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଶାନ୍ତି ଓ ସହଯୋଗକୁ ସୁଦୃଢ଼ କରିଥାଏ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ଆଗାମୀ କିଛି ଦିନ ମଧ୍ୟରେ ବିଶ୍ୱର ନେତାମାନେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଏକତ୍ରିତ ହେବେ। ବିଶ୍ୱ କଲ୍ୟାଣର କାମନା ସହିତ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ସକାରାତ୍ମକ ଓ ଅର୍ଥପୂର୍ଣ୍ଣ ଆଲୋଚନା ହେବ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ୱାସ।
ସଦ୍ଭିରେବ ସହାସୀତ ସଦ୍ଭିଃ କୁର୍ବୀତ ସଙ୍ଗତିମ୍।
ସଦ୍ଭିର୍ବିବାଦଂ ମୈତ୍ରୀଂ ଚ ନାସଦ୍ଭିଃ କିଞ୍ଚିଦାଚରେତ୍॥”
*****
MT
(ରିଲିଜ ଆଡି: 2315754)
ପରିଦର୍ଶକ କାଉଣ୍ଟର : 12
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam