ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁଖ, ଜ୍ଞାନ ଓ ସମୃଦ୍ଧି ପାଇଁ ଆଶୀର୍ବାଦ କାମନା କରି ସଂସ୍କୃତ ସୁଭାଷିତମ୍‌ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:47AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍‌ ସେୟାର କରିଛନ୍ତି, ଯେଉଁଥିରେ ସମସ୍ତଙ୍କର କଲ୍ୟାଣ, ମଙ୍ଗଳ, ସୁରକ୍ଷା, ଶାନ୍ତି, ଜ୍ଞାନ ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ କାମନା କରାଯାଇଛି। ଏହି ସୁଭାଷିତମ୍‌ରେ ଭଗବାନ ଇନ୍ଦ୍ର, ଭଗବାନ ସୂର୍ଯ୍ୟ, ଭଗବାନ ଗରୁଡ଼ ଏବଂ ଭଗବାନ ବୃହସ୍ପତିଙ୍କ ଆଶୀର୍ବାଦ ଲୋଡ଼ାଯାଇଛି।

 

ପ୍ରଧାନମନ୍ତ୍ରୀ ଏହି ସଂସ୍କୃତ ସୁଭାଷିତମ୍‌ ସେୟାର କରିଛନ୍ତି-

 

“ସ୍ୱସ୍ତି ନ ଇନ୍ଦ୍ରୋ ବୃଦ୍ଧଶ୍ରବାଃ।

ସ୍ୱସ୍ତି ନଃ ପୂଷା ବିଶ୍ୱବେଦାଃ।

ସ୍ୱସ୍ତି ନସ୍ତାର୍କ୍ଷ୍ୟୋ ଅରିଷ୍ଟନେମିଃ।

ସ୍ୱସ୍ତି ନୋ ବୃହସ୍ପତିର୍ଦଧାତୁ॥”

 

ଏହି ସୁଭାଷିତମ୍‌ର ଭାବାର୍ଥ ହେଉଛି ଯେ, ମହିମାମୟ ଭଗବାନ ଇନ୍ଦ୍ର ଆମକୁ ମଙ୍ଗଳ ଓ କଲ୍ୟାଣ ପ୍ରଦାନ କରନ୍ତୁ। ସମଗ୍ର ବିଶ୍ୱର ଜ୍ଞାତା ତଥା ସମସ୍ତଙ୍କର ପାଳନକର୍ତ୍ତା ଭଗବାନ ସୂର୍ଯ୍ୟ ଆମର ମଙ୍ଗଳ କରନ୍ତୁ। ବିଘ୍ନନାଶକ ଭଗବାନ ଗରୁଡ଼ ଆମ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ। ଜ୍ଞାନର ଅଧିପତି ଭଗବାନ ବୃହସ୍ପତି ଆମକୁ ଶାନ୍ତି, ଜ୍ଞାନ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ।

 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି-

 

“ସ୍ୱସ୍ତି ନ ଇନ୍ଦ୍ରୋ ବୃଦ୍ଧଶ୍ରବାଃ।

ସ୍ୱସ୍ତି ନଃ ପୂଷା ବିଶ୍ୱବେଦାଃ।

ସ୍ୱସ୍ତି ନସ୍ତାର୍କ୍ଷ୍ୟୋ ଅରିଷ୍ଟନେମିଃ।

ସ୍ୱସ୍ତି ନୋ ବୃହସ୍ପତିର୍ଦଧାତୁ॥”

 

*****

MT

 


(ରିଲିଜ ଆଡି: 2315748) ପରିଦର୍ଶକ କାଉଣ୍ଟର : 11