ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ସ୍କ୍ୱାଶ୍ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଜ୍ୟୋସ୍ନା ଚିନାପ୍ପା ଏବଂ ଭେଲାବନ ସେନ୍ଥିଲକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 SEP 2026 7:43PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ କ୍ରୀଡ଼ାରେ ସ୍କ୍ୱାସ୍ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଜ୍ୟୋସ୍ନା ଚିନାପ୍ପା ଏବଂ ଭେଲାବନ ସେନ୍ଥିଲକୁମାରଙ୍କୁ ସେମାନଙ୍କ ଅସାଧାରଣ ଦକ୍ଷତା ଏବଂ ଦୃଢ ସଂକଳ୍ପକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୦ ପରଠାରୁ କ୍ରମାଗତ ଭାବେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଏବଂ ପ୍ରତ୍ୟେକ ସଂସ୍କରଣରେ ପଦକ ହାସଲ କରିବା ଜ୍ୟୋସ୍ନାଙ୍କ ପାଇଁ ଉଲ୍ଲେଖନୀୟ। ଶ୍ରୀ ମୋଦୀ ଉଭୟ କ୍ରୀଡ଼ାବିତଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପୋଷ୍ଟ କରିଛି:

"ଏସୀୟ କ୍ରୀଡ଼ାରେ ସ୍କ୍ୱାସ୍ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଜ୍ୟୋସ୍ନା ଚିନାପ୍ପା ଏବଂ ଭେଲାବନ ସେନ୍ଥିଲକୁମାରଙ୍କୁ ଅଭିନନ୍ଦନ। ସେମାନଙ୍କର ଦକ୍ଷତା ଏବଂ ଦୃଢ ସଂକଳ୍ପ ଅସାଧାରଣ।

ଜ୍ୟୋସ୍ନାଙ୍କ ପାଇଁ, ଏହା ତାଙ୍କର କ୍ରମାଗତ ଏସୀୟ କ୍ରୀଡା ପ୍ରଦର୍ଶନ ଏବଂ ୨୦୧୦ ପରଠାରୁ ପ୍ରତ୍ୟେକ ସଂସ୍କରଣରେ ଏକ ପଦକ । ତାଙ୍କର ସ୍ଥିରତା ବାସ୍ତବରେ ଉଲ୍ଲେଖନୀୟ।

ଭବିଷ୍ୟତ ପାଇଁ ଉଭୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । "

HS


(ରିଲିଜ ଆଡି: 2315593) ପରିଦର୍ଶକ କାଉଣ୍ଟର : 7