ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ପେଜାୱର ମଠର ଶ୍ରଦ୍ଧେୟ ସନ୍ଥ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀ ଜୀଙ୍କୁ ଭେଟିଲେ ଗୃହମନ୍ତ୍ରୀ


୩୯ତମ ପବିତ୍ର ଚାତୁର୍ମାସ୍ୟ ବ୍ରତରେ ପେଜାୱର ମଠର ସନ୍ଥ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀଙ୍କ ଆଶୀର୍ବାଦ ନେଲେ ଶ୍ରୀ ଅମିତ ଶାହ

ଧ୍ୟାନ, ସଂଯମ ଓ ଆତ୍ମଜାଗରଣ ମାଧ୍ୟମରେ ତ୍ୟାଗର ସର୍ବୋଚ୍ଚ ଆଦର୍ଶ ସହ ପରିଚିତ କରାଏ ଚାତୁର୍ମାସ୍ୟ ବ୍ରତ


ସ୍ୱାମୀଜୀଙ୍କ ଅନ୍ତର୍ନିହିତ ଆଲୋକ ମାନବତାର ପଥକୁ ସର୍ବଦା ଆଲୋକିତ କରୁ

ପୋଷ୍ଟ କରାଯିବା ଦିନାଙ୍କ: 21 SEP 2026 7:38PM by PIB Bhubaneswar

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ପେଜାୱର ମଠର ଶ୍ରଦ୍ଧେୟ ସନ୍ଥ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀ ଜୀଙ୍କୁ ଭେଟିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ 'ଏକ୍ସ’ ରେ ଏକ ପୋଷ୍ଟରେ କହିଛନ୍ତି ଯେ, ନୂଆଦିଲ୍ଲୀରେ ୩୯ତମ ପବିତ୍ର ଚାତୁର୍ମାସ୍ୟ ବ୍ରତ ଅବସରରେ ପେଜାୱର ମଠର ପୂଜ୍ୟ ସନ୍ଥ ଶ୍ରୀ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀଜୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ଲାଭ କରିବା ତାଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ। ସେ କହିଛନ୍ତି ଯେ, ଆମ ସଂସ୍କୃତିର ପବିତ୍ର ଚାତୁର୍ମାସ୍ୟ ବ୍ରତ ଧ୍ୟାନ, ସଂଯମ ଓ ଆତ୍ମଜାଗରଣ ମାଧ୍ୟମରେ ଆମ ପୂଜ୍ୟ ସନ୍ଥମାନେ ପାଳନ କରୁଥିବା ତ୍ୟାଗର ସର୍ବୋଚ୍ଚ ଆଦର୍ଶ ସହ ଆମକୁ ପରିଚିତ କରାଏ। ସ୍ୱାମୀଜୀଙ୍କ ଅନ୍ତର୍ନିହିତ ଆଧ୍ୟାତ୍ମିକ ଆଲୋକ ସର୍ବଦା ମାନବତାକୁ ସତ୍‌ମାର୍ଗରେ ଆଲୋକିତ କରୁ ବୋଲି ସେ କାମନା କରିଛନ୍ତି।

HS

 

 


(ରିଲିଜ ଆଡି: 2313272) ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ : Assamese , English , Urdu , हिन्दी , Gujarati , Kannada